ବିଜେପିରେ ସାମିଲ ହେବାପରେ ସନ୍ନିଙ୍କୁ ନେଇ ମଜାଳିଆ ଟ୍ବିଟ୍, ପାକିସ୍ତାନକୁ ନେଇ ୟୁଜର କହିଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ସନ୍ନି ଦେଓଲ ବିଜେପିରେ ସାମିଲ ହେବା ପରେ ଏବେ ସୋସିଆଲ ମିଡିଆରେ ଯୋରଦାର ପ୍ରତିକ୍ରଅିୟା ଦେଖିବାକୁ ମିଳିଚି। ଟ୍ବିଟରରେ ସନ୍ନି ଦେଓଲଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାର ମେମସ୍ ଦେଖିବାକୁ ମିଳିଛି। ଯାହାକି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସନ୍ନି ଦେଓଲ ଆଜି ବିଜେପିର ନେତା ନିର୍ମଳା ସୀତାରମଣ ଓ ପିୟୁଷ ଗୋୟଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ସନ୍ନି ଦେଓଲ ବିଜେପିରେ ସାମିଲ ହେବାପରେ ଟ୍ବିଟରରେ ଜୋକ୍ସ ଆରମ୍ଭ ହୋଇଯାଇଛି। କେବଳ ସେତିକି ନୁହେଁ ସନ୍ନି ଦେଓଲଙ୍କୁ ନେଇ ସର୍ଜିକାଲ ଷ୍ଟ୍ରାଇକରୁ ନେଇ ରାମ ମନ୍ଦିର ପ୍ରସଙ୍ଗ ମଧ୍ୟ ସାମିଲ କରିଦିଆଯାଇଛି।

ଜଣେ ବ୍ୟକ୍ତି ସନ୍ନି ଦେଓଲ ବିଜେପିରେ ସାମିଲ ହେବାପରେ ‘ଦାମିନୀ’ ଫିଲ୍ମର ଏକ ସିନ୍ ଭିଡଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସନ୍ନି କହୁଛନ୍ତି ’ତାରିଖ ପରେ ତାରିଖ…’ ଏହି ଟ୍ବିଟ ସହିତ ଲେଖିଛନ୍ତି ରାମ ମନ୍ଦିରରେ ଆଗାମୀ ଶୁଣାଣିରେ ବିଜେପି। ଏଭଳି ସନ୍ନି ଦେଓଲଙ୍କ ଡାଇଲଗକୁ ବ୍ୟବହାର କରି ରାମ ମନ୍ଦିର ମାମଲା ଉପରେ କରାଯାଇଛି।

ସନ୍ନି ଦେଓଲଙ୍କୁ ନେଇ ଆଉ ଏକ ଟ୍ବିଟ୍ କରାଯାଇଛି। ନିଅନ୍ତୁ ଏବେ ନୂଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ବାଗତ କରନ୍ତୁ। ଏବେ ଆମେ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ସେନାର ଦରକାର ନାହିଁ, ଆମେ ସନ୍ନିଙ୍କୁ ପଠାଇ ଦେବୁ।’

କେବଳ ସେତିକି ନୁହେଁ ଆଉ ଏକ ମଜାଦାର ଟ୍ବିଟ୍ ମଧ୍ୟ ସନ୍ନିଙ୍କୁ ନେଇ ହୋଇଛି। ଜଣେ ଲେଖିଛନ୍ତି ,’ ପାକିସ୍ତାନ ଜାତିସଂଘରେ ଗୁହାରି କରିଛି,ସେ ଲୋକ ତାଙ୍କୁ ହିଂସ୍ର ଏବଂ ଗୁପ୍ତଚର ବୋଲି କହୁଛନ୍ତି। ସେମାନେ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକରେ ତାଙ୍କର ହାତ ଥିବାର କଥା କହୁଛି ଓ ଏବେ ମଧ୍ୟ ନିଜର ହ୍ୟାଣ୍ଡପମ୍ପ ଫେରାଇ ଦେବାର ଦାବି କରୁଛନ୍ତି।

ଆଉ ଜଣେ ୟୁଜର ଟ୍ବିଟ କରିଛନ୍ତି, ‘ମୋଦି ଜୀ ଏବେ ପାକିସ୍ତାନ ସହ ଲଢିବାର ଦାୟିତ୍ବ ତାରା ସିଂହଙ୍କୁ ଦେଇ ପାରନ୍ତି। ତାରା ସିଂହ ଏବେ ପାକିସ୍ତାନକୁ ଶେଷ କରିବାକୁ ନୂଆ ମନ୍ତ୍ରଣାଳୟର ମନ୍ତ୍ରୀ ହେବେ।

ଆଉ ଜଣେ ଟ୍ବିଟ୍ କରିଛନ୍ତି ବିଜେପି ଏବେ ୫ କେଜି ଅଧିକ ଓଜନ ହୋଇଗଲା। ସନ୍ନି ଦେଓଲଙ୍କ ୨.୫ କେଜି ହାତ ସହ ବିଜେପି ମିଶିଗଲା।

ଦେଖନ୍ତୁ ଆଉ କିଛି ମଜାଦାର ଟ୍ବିଟ୍

   ସମ୍ବନ୍ଧିତ ଖବର


ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା