ପ୍ରମୁଖ ଖବର
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଯେବେ ଶାହାରୁଖ ଛଡାଇ ନେଇଥିଲେ ସବୁ ପ୍ରଶଂସା, ରାଗରେ ସନ୍ନି ନିଜେ ପିନ୍ଧିଥିବା ପ୍ୟାଣ୍ଟ ଚିରି ଦେଇଥିଲେ

ସନ୍ନି ଦେଓଲ ଓ ଶାହାରୁଖ ଖାନ୍ ୨୭ ବର୍ଷ ପୂର୍ବେ ଏକାଠି ‘ଡର’ ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମରେ ଶାହାରୁଖ, ସନ୍ନି ଏବଂ ଜୁହି ଚାଓ୍ବଲା ଲିଡ୍ ରୋଲରେ ଥିଲେ। ୩ ଜଣଙ୍କ ସ୍କ୍ରିନ୍ ସ୍ପେସ୍ ଠିକ୍ ଥିଲା। ଫିଲ୍ମରେ ସନ୍ନି ଦେଓଲ ପଜିଟିଭ ରୋଲରେ ଥିବା ବେଳେ ଶାହାରୁଖ ଖାନ୍ ନେଗେଟିଭ ରୋଲରେ ଥିଲେ। କିନ୍ତୁ ଫିଲ୍ମରେ ଘଟିଥିଲା କିଛି ଓଲଟା। ତାହା ହେଲା ହିରୋ ଅପେକ୍ଷା ଫିଲ୍ମର ଭିଲେନ୍ ଶାହାରୁଖ ଖାନଙ୍କୁ କିନ୍ତୁ ଦର୍ଶକ କରିଥିଲେ ଅଧିକ ପସନ୍ଦ। ନେଗେଟିଭ ରୋଲରେ ଥିଲେ ମଧ୍ୟ ସନ୍ନିଙ୍କର ସବୁ ଲାଇମଲାଇଟ୍ ଛଡାଇ ନେଇଥିଲେ ଶାହାରୁଖ ଖାନ୍। ଏହି କଥାକୁ ନେଇ ସନ୍ନି ଦେଓଲ ଖୁବ୍ ଅସନ୍ତୁଷ୍ଟ ଥିଲେ। ଏପରିକି ସନ୍ନି ନିଜେ ମଧ୍ୟ ଏକ ଶୋ’ରେ ଏହି ବିଷୟରେ ସୂଚନା ଦେଇଥିଲେ।

{"id":114068,"width":849,"height":477,"sizeSlug":"large"}

ଶୋ’ରେ ସନ୍ନି ଫିଲ୍ମର କ୍ଲାଇମାକ୍ସ ବିଷୟରେ କହିଥିଲେ। ସେ କହିଥିଲେ ଯେତେବେଳେ ତାଙ୍କୁ ଜଣେ କମାଣ୍ଡରଙ୍କ ରୋଲ ଦିଆଯାଇଥିଲା ସେତେବେଳେ କିନ୍ତୁ ଭିଲେନଠାରୁ ବାରମ୍ବାର ହାରୁଥିଲେ। ଏହି କାରଣରୁ ଡାଇରେକ୍ଟର ୟଶ ଚୋପ୍ରାଙ୍କ ସହିତ ମୋର ଯୁକ୍ତି ତର୍କ ହୋଇଥିଲା। ମୁଁ ତାଙ୍କୁ ବୁଝାଇଥିଲି ମୋତେ କମାଣ୍ଡୋ ଅଫିସର କରାଯାଇଛି। ମୋର କ୍ୟାରେକ୍ଟର ଜଣେ ଏକ୍ସପର୍ଟର ଓ ମୁଁ ଏଥିପାଇଁ ଫିଟ୍ ମଧ୍ୟ, ତେବେ ସେ ପିଲା ମୋତେ କେମିତି ମାରିପାରିବ। ଯଦି ସେ ମୋତେ ଦେଖାନଯାଏ ତେବେ ମାରିପାରେ, କିନ୍ତୁ ମୁଁ ଦେଖି ମଧ୍ୟ ସେ ମୋତେ ମାରୁଛି। ତେବେ କମାଣ୍ଡୋ କେମିତି କୁହାଯିବି?

{"id":114069,"width":865,"height":382,"sizeSlug":"large"}

କିନ୍ତୁ ୟଶ ଚୋପ୍ରା ସନ୍ନିଙ୍କର ଯୁକ୍ତି ମାନିନଥିଲେ। ଏହି କାରଣରୁ ରାଗରେ ସନ୍ନି ନିଜର ପ୍ୟାଣ୍ଟ ଚିରି ଦେଇଥିଲେ। ଏନେଇ ସନ୍ନି କୁହନ୍ତି- ମୁଁ ସେତେବେଳେ ଏତେ ରାଗରେ ଥିଳି ମୁଁ ନିଜ ହାତରେ ମୋର ପ୍ୟାଣ୍ଟକୁ ଚିରି ଦେଇଥିଲି ଓ ନିଜେ ଏହା ଜାଣିପାରିନଥିଲି। ଏହି ଘଟଣାର ୧୬ ବର୍ଷ ପରେ ବି ଦୁଇ ଅଭିନେତା ପରସ୍ପର ସହିତ କଥା ହେଉନାହାନ୍ତି।  ସନ୍ନିଙ୍କ କହିବା ଅନୁସାରେ- ମୁଁ ଏତେ ଅଧିକ ସୋସିଆଲ ନୁହେଁ, ତେଣୁ ପରସ୍ପରକୁ ଦେଖିବାର ସୁଯୋଗ ବେଶି ପାଇନୁ, ସେଥିପାଇଁ କଥା ହୋଇନୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.