୧୨୦୦ କିଲୋମିଟର ସାଇକେଲ୍‌ ଚଳାଇଥିବା ଝିଅ ଜ୍ୟୋତିଙ୍କୁ ସୁପର-୩୦ର ଆନନ୍ଦ କୁମାରଙ୍କ ଉପହାର ! କହିଲେ , IIT ପରୀକ୍ଷା ପ୍ରସ୍ତୁତ ପାଇଁ ତୁମକୁ ସ୍ୱାଗତ ରହିଲା

ପାଟନା : କରୋନା ସଂକ୍ରମଣ ସମୟରେ ନିଜ ବାପାଙ୍କୁ ସାଇକେଲ୍‌ରେ ବସାଇ ହରିଆଣାର ଗୁରୁଗ୍ରାମରୁ  ବିହାରର ଦରଭଙ୍ଗା ନେଇଥିବା ବାଳିକା ଜ୍ୟୋତି ଆଜି ଚର୍ଚ୍ଚାରେ । ସବୁଆଡ଼ୁ ତାଙ୍କୁ ମିଳିଛି ପ୍ରଶଂସା । ଆଉ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ଯେ , ଚର୍ଚ୍ଚିତ ଶିକ୍ଷକ ସୁପର-୩୦ର ମୁଖ୍ୟ ଆନନ୍ଦ କୁମାର ଜ୍ୟୋତିଙ୍କୁ ଇଞ୍ଜିନିୟରିଂ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସୁପର-୩୦ର ପ୍ରଣବ କୁମାର ରବିବାର ଦିନ ଜ୍ୟୋତି ଓ ତାଙ୍କ ବାପାଙ୍କ ସହ ଭେଟ ହୋଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟର ଶୁଭକାମନା ଦେଇଛନ୍ତି ଏବଂ  ଭବିଷ୍ୟତରେ ସୁପର-୩୦ରେ ପଢ଼ିବା ପାଇଁ ନିମନ୍ତ୍ରଣ କରିଛନ୍ତି ।  

ସୁପର-୩୦ର ସଂସ୍ଥାପକ ଆନନ୍ଦ କୁମାର  ସୋମବାର ଫେସ୍‌ବୁକ୍‌ରେ ପ୍ରଣବ କୁମାର ଜ୍ୟୋତିଙ୍କୁ ଭେଟିବାର ଫଟୋ  ଶେୟାର କରି ଲେଖିଛନ୍ତି ,  “ ବିହାରର ଝିଅ ଜ୍ୟୋତି କୁମାରୀ  ହରିଆଣାରୁ ୧୨୦୦ କିଲୋମିଟର ସାଇକେଲ ଚଳାଇ ନିଜର ରୋଗୀଣା ବାପାଙ୍କୁ ଦରଭଙ୍ଗା ନେଇ ଉଦାହରଣ ସୃଷ୍ଟି କରିଛନ୍ତି । କାଲି ମୋର ସାନ ଭାଇ  ପ୍ରଣବ କୁମାର ଜ୍ୟୋତିଙ୍କୁ ସାକ୍ଷାତ୍‌ କରିଥିଲେ ।

 ଆଉ ମଧ୍ୟ କହିଛନ୍ତି ,  ଯଦି ଜ୍ୟୋତି  ଭବିଷ୍ୟତରେ ଆଇଆଇଟି ପ୍ରବେଶ ପରୀକ୍ଷାର ପ୍ରସ୍ତୁତ କରିବାକୁ ଚାହିଁବେ ତ ଆମେ ତାଙ୍କୁ ସେହି ସୁଯୋଗ ଦେବୁ । ଇଞ୍ଜିନିୟରିଂ  ପଢ଼ାରେ ସବୁ ଖର୍ଚ୍ଚକୁ ଆମେ ବହନ କରିବୁ । “

ଉଲ୍ଲେଖନୀୟ ଯେ ,  ସୁପର-୩୦ ଭାରତୀୟ  ଟେକ୍ନୋଲୋଜି ସଂସ୍ଥାରେ ପ୍ରବେଶ ପରୀକ୍ଷା ପ୍ରସ୍ତୁତି ପାଇଁ ଏକ ପ୍ରସିଦ୍ଧ ସଂସ୍ଥା ଅଟେ । ଏହା ପୂର୍ବରୁ  ମଧ୍ୟ ଜ୍ୟୋତିଙ୍କୁ ଅନେକ ଶିକ୍ଷାନୁଷ୍ଠାନ  ନିଃଶୁଳ୍କ ଶିକ୍ଷା ଦେବା ବା ପଢ଼ାରେ ହେବାକୁ ଥିବା ସବୁ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି ।

ଏହାସହ ମଧ୍ୟ ପଢ଼ି ପାରିବେ – ଟ୍ରାଏଲ୍‌ ଦେବାକୁ ମନା କଲେ ଜ୍ୟୋତି: ମ୍ୟାଟ୍ରିକ୍‌ ପରୀକ୍ଷା ଦେବା ତାଙ୍କର ପ୍ରଥମ ଲକ୍ଷ୍ୟ

   ସମ୍ବନ୍ଧିତ ଖବର


ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ଶେଷ ବଲରେ ଛକା, ଆଇପିଏଲ ଇତିହାସର ସେହି ୫ ଭାରତୀୟ ବ୍ୟାଟସ୍‌ମ୍ୟାନ୍

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି