ଓଡ଼ିଶାରେ ଖୋଲିବ ସୁପର ୩୦ର ଶାଖା; ପ୍ରତିଷ୍ଠାତା ଆନନ୍ଦ କୁମାର

ଭୁବନେଶ୍ୱର,୨୨/୦୭(ବ୍ୟୁରୋ): ରବିବାର ଭୁବନେଶ୍ୱରରେ ପହଞ୍ଚିଥିଲେ ‘ସୁପର୍‌-୩୦’ର ପ୍ରତିଷ୍ଠାତା ଆନନ୍ଦ କୁମାର । ତାଙ୍କ ଜୀବନୀ ଉପରେ ପ୍ରଦର୍ଶିତ ଚଳଚ୍ଚିତ୍ର ‘ସୁପର୍‌-୩୦’ର ପ୍ରମୋସନ୍‌ ପାଇଁ ଆସିବା ସହିତ ରାଜଧାନୀରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହିତ ବସି ସ୍ଥାନୀୟ କେଶରୀ ହଲ୍‌ରେ ଫିଲ୍ମ ଦେଖିଥିଲେ । ଛାତ୍ରଛାତ୍ରୀମାନେ ଯେଉଁ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଫିଲ୍ମ ଦେଖୁଥିଲେ ତାଙ୍କୁ ନିକଟରେ ପାଇ ଭାବବିହ୍ୱଳ ହୋଇପଡିଥିଲେ । କିଏ ଆନନ୍ଦଙ୍କୁ ପ୍ରଣାମ କରି ପକାଉଥିଲା ତ କିଏ ସେଲ୍ଫି ନେବା ପାଇଁ ଅନୁରୋଧ କରୁଥିଲା । ପୁଣି କେହି କେହି ଅଟୋଗ୍ରାଫ୍‌ ନେବାକୁ କାଗଜ ବଢାଇ ଦେଉଥିଲା । କେବଳ ଯେ ଛାତ୍ରଛାତ୍ରୀମାନଙ୍କ ଏମିତି ପରିସ୍ଥିତି ହୋଇଥିଲା ତାହା ନୁହଁ, ଅଭିଭାବକମାନେ ମଧ୍ୟ ଆନନ୍ଦଙ୍କୁ ପାଖରେ ପାଇ ଛାଡିନଥିଲେ । ସେଲ୍ଫି ନେବା ପାଇଁ ଲାଇନ୍‌ ଲଗାଇ ଦେଇଥିଲେ ।

ଫିଲ୍ମ୍‌ ଦେଖିବା ପାଇଁ ଆସିବା ପୂର୍ବରୁ ଆନନ୍ଦ ସାମ୍ବାଦିକମାନଙ୍କ ସହିତ ହୋଟେଲ୍‌ ଏଚଏଚଆଇରେ ଏକ ଚର୍ଚ୍ଚାରେ ଭାଗ ନେଇଥିଲେ । ଏହି ଅବସରରେ ଆନନ୍ଦ କହିଥିଲେ, ଓଡ଼ିଶାରେ ମଧ୍ୟ ବହୁ ଗରିବ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି । ସେମାନଙ୍କ ପାଖରେ ମଧ୍ୟ ପ୍ରତିଭା ଭରି ରହିଛି । ଯାହାକୁ ବିକଶିତ କରିବା ପାଇଁ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ସୁପର୍‌-୩୦ର ଶାଖା ଖୋଲିବ । ଏ ବାବଦରେ ସେ ଆକାଶ ଇନଷ୍ଟିଚ୍ୟୁଟର ଭୁବନେଶ୍ୱର ଶାଖା ମୁଖ୍ୟ ଅଜୟ ବାହାଦୁର ସିଂଙ୍କର ସହାୟତା ନେଉଛନ୍ତି । ଏହାସହିତ ରାଜ୍ୟ ସରକାର ଭଲ କାମ କରୁଛନ୍ତି । ଫୋନି ମୁକାବିଲା ସମ୍ପର୍କରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ । ତେଣୁ ରାଜ୍ୟ ସରକାର ମଧ୍ୟ ମେଧାବୀ ଗରିବ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ତାଙ୍କୁ ଜମି ଓ ଘର ବାବଦରେ ସହଯୋଗର ହାତ ବଢାଇବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

   ସମ୍ବନ୍ଧିତ ଖବର


୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ସୁନା ବନ୍ଧକ ନାଁରେ ଠକେଇ: ୨ ସୁନା ଦୋକାନୀ ଓ ଜଣେ ଠକ ଗିରଫ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର