କରୋନା ଭାଇରସକୁ ନିପାତ କରିବା ପାଇଁ ୭୭ ପ୍ରକାର ଔଷଧ ଚିହ୍ନଟ କଲା ସୁପରକମ୍ପ୍ୟୁଟର

ନୂଆଦିଲ୍ଲୀ ୨୬/୩: କରୋନା ଭାଇରସକୁ ନିପାତ କରିବା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଜାରି ରହିଛି । ବିଭିନ୍ନ ଦେଶରେ ଏହାର ନିରାକରଣ ପାଇଁ ଟିକା ପ୍ରସ୍ତୁତି କରାଯିବା ଉପରେ ବି ଗୁରୁତ୍ୱାରୋପ କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ଭାଇରସକୁ ନିପାତ କରିବା ପାଇଁ କୌଣସି ଔଷଧ ବ୍ୟବହାରଯୋଗ୍ୟ ହୋଇନାହିଁ । ଏଭଳି ସ୍ଥିତିରେ ଆମେରିକାର ଗବେଷକମାନେ ଏଥିପାଇଁ ସୁପର କମ୍ପ୍ୟୁଟରର ସହାୟତା ନେଇଛନ୍ତି । ଆଇବିଏମ ସୁପର କମ୍ପ୍ୟୁଟର “ସମିଟ’କୁ ସେମାନେ ଏହି କାମରେ ଲଗାଇଥିଲେ । ସୁପର କମ୍ପ୍ୟୁଟରକୁ ଏହି ଭାଇରସ କେମିତି ମଣିଷ ଦେହରେ ପ୍ରବେଶ କରୁଛି ସେ ସମ୍ପର୍କରେ ଅବଗତ କରାଯାଇଥିଲା । ଏହାପରେ ଉକ୍ତ ପ୍ରକ୍ରିୟାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ଉପାଦାନର ସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ସୁପର କମ୍ପ୍ୟୁଟର “ସମିଟ’ ପ୍ରାୟ ୮୦୦୦ ଉପାଦାନର ବିଶ୍ଳେଷଣ କରିବା ସହିତ ୭୭ଟି ଉପାଦାନର ତାଲିକା ପ୍ରସ୍ତୁତ କରିଛି ଯାହାକୁ କରୋନା ଭାଇରସକୁ ନିପାତ କରିବା ପାଇଁ ଉପଯୋଗ କରାଯାଇ ପାରିବ । ତେବେ ଏହି ଉପାଦାନଗୁଡିକ ଏଥିପାଇଁ କେତେ ଉପଯୋଗୀ ତାହା ଉପରେ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଛି ବୋଲି ଆମେରିକୀୟ ଗବେଷକମାନେ କହିଛନ୍ତି ।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ଭୁବନେଶ୍ୱର , ଭଦ୍ରକ ସହ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍, ୪୮ଘଣ୍ଟା ବନ୍ଦ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ