PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ସୁପରକିଙ୍ଗ୍‌ସ ୨୨ ରନ୍‌ରେ ବିଜୟୀ

ଚେନ୍ନାଇ,୬ା୪(ଏଜେନ୍ସି): ଚଳିତ ଆଇପିଏଲ୍‌ରେ ଚତୁର ରଣନୀତି ଓ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ଚତୁର୍ଥ ବିଜୟ ହାସଲ କରିଛି । ଚିପକ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏକ ଲିଗ୍‌ ମ୍ୟାଚ୍‌ରେ ସୁପରକିଙ୍ଗ୍‌ସ ୨୨ ରନ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସୁପରକିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍‌ ବିନିମୟରେ ୧୬୦ ରନ୍‌ ସଂଗ୍ରହ କରିଥିଲା । ଜବାବରେ କିଙ୍ଗ୍‌ସ ଏକାଦଶ ୫ ୱିକେଟ୍‌ ହରାଇ ୧୩୮ରନ କରିବାକୁ ସକ୍ଷମ ହୋଇଥିଲା । ୧୭ ରନ୍‌ ପ୍ରଦାନ କରି ୨ଟି ୱିକେଟ୍‌ ନେଇଥିବା ହରଭଜନ ସିଂହ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଟସ୍‌ ଜିତି ଘରୋଇ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ସେନ ୱାଟସନ୍‌ଙ୍କ ସହ ସିଜିନର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଫାଫ ଡୁ ପ୍ଲେସି ଆକ୍ରମଣାତ୍ମକ ସଟ୍‌ମାନ ଖେଳି ୫୬ ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟମ ଓଭରରେ ୱାଟସନ୍‌(୨୬)ଙ୍କୁ ଆଉଟ୍‌ କରି ରବି ଚନ୍ଦ୍ରନ ଅଶ୍ୱିନ ଦଳ ପାଇଁ ପ୍ରଥମ ସଫଳତା ଆଣିଥିଲେ । ଡୁ ପ୍ଲେସି ଗୋଟିଏ ପଟେ ଆକ୍ରମଣ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନାଙ୍କ ସହ ମିଶି ସେ ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ । ୧୪ତମ ଓଭରରେ ଅଶ୍ୱିନ ଉଭୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ । ଡୁ ପ୍ଲେସି ବ୍ୟକ୍ତିଗତ ୫୪(୨ଚୌକା, ୪ଛକା) ଓ ରାଇନା ୧୭ ରନ୍‌ କରି ଆଉଟ୍‌ ହୋଇଥିଲେ । ଅନ୍ତିମ ଭାଗରେ ମହେନ୍ଦ୍ର ସିଂ ଧୋନି ଓ ରାୟୁଡୁ ଦ୍ରୁତ ରନ୍‌ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୩/୧୬୦ରେ ପହଞ୍ଚିଥିଲା । ଧୋନି ୨୩ଟି ବଲ୍‌ରୁ ୩୭(୪ଚୌକା,ଳ ୧ଛକା) ଓ ରାୟୁଡୁ ୨୧(୧ଚୌକା, ୧ଛକା) ରନ୍‌ କରି ଅପରାଜିତ ରହିଥିଲେ । କିଙ୍ଗ୍‌ସ ଏକାଦଶ ପକ୍ଷରୁ ଅଶ୍ୱିନ ୩ଟି ଯାକ ୱିକେଟ୍‌ ନେଇଥିଲେ ।

ଜବାବରେ କିଙ୍ଗ୍‌ସ ଏକାଦଶ ମାତ୍ର ୭ ରନ୍‌ରେ ୨ଟି ୱିକେଟ୍‌ ହରାଇଥିଲା । କ୍ରିସ୍‌ ଗେଲ୍‌ ୫ କରିଥିବାବେଳେ ମୟଙ୍କ ଅଗ୍ରୱାଲ୍‌ ଖାତା ଖୋଲି ପାରି ନଥିଲେ । ଅନ୍ୟ ଓପନର ଲୋକେଶ ରାହୁଲଙ୍କ ସହ ସର୍ଫରାଜ ଖାନ କ୍ରିଜ୍‌ରେ ଯୋଗ ଦେବା ପରେ ସତର୍କତାର ସହ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ଭୟ କ୍ରିଜ୍‌ରେ ଜମିବା ପରେ ଦଳୀୟ ସ୍କୋର ଦ୍ରୁତ ବେଗରେ ଆଗେଇଥିଲା । ହେଲେ ସୁପରକିଙ୍ଗ୍‌ସ ବୋଲରମାନେ ମାପ ଚୁପ ବୋଲିଂ କରି ବଡ଼ ସଟ୍‌ ଖେଳିବାକୁ ସୁଯୋଗ ଦେଇ ନଥିଲେ । ଭୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ତୃତୀୟ ୱିକେଟ୍‌ରେ ୧୧୦ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୧୧୭ ବେଳେ ବ୍ୟକ୍ତିଗତ ୫୫(୩ଚୌକା, ୧ଛକା) ରନ୍‌ କରି ରାହୁଲ ଆଉଟ୍‌ ହୋଇଥିଲେ ।

ରାହୁଲଙ୍କ ୱିକେଟ୍‌ର ପତନ ବେଳକୁ କିଙ୍ଗ୍‌ସ ଏକାଦଶ ବିଜୟ ପାଇଁ ୧୪ଟି ବଲ୍‌ରେ ୪୩ ରନ୍‌ ଆବଶ୍ୟକ କରୁଥିଲା । ସର୍ଫରାଜ ଓ ଡେଭିଡ୍‌ ମିଲର ବଡ଼ ସଟ ଖେଳିବାକୁ ଯାଇ ବିଫଳ ହୋଇଥିଲେ । ମିଲର ୬ ଓ ସର୍ଫରାଜ ୬୭(୪ଚୌକା, ୨ଛକା) ରନ୍‌ କରି ଆଉଟ୍‌ ହେବା ସହ ବିଜୟ ଆଶା ମଉଳି ଯାଇଥିଲା । କିଙ୍ଗ୍‌ସ ଏକାଦଶ ୫/୧୩୮ରେ ଅଟକି ଯାଇଥିଲା । ସୁପରକିଙ୍ଗ୍‌ସ ପକ୍ଷରୁ ହରଭଜନ ସିଂହ ଓ ପ୍ରଥମ ମ୍ୟାଚ୍‌ ଖେଳୁଥିବା ସ୍କଟ୍‌ କୁଗେଲିନ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।