PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

ଶବ୍ଦଠୁ ୩ ଗୁଣ ଦ୍ରୁତ ଯାତ୍ରୀବାହୀ ସୁପର୍‌ସୋନିକ୍‌ ଜେଟ୍‌ : ବଦଳାଇଦେବ ବିଶ୍ୱ ଭ୍ରମଣର ତରିକା

ଏରୋସ୍ପେସ୍‌ କମ୍ପାନି ଭର୍ଜିନ୍‌ ଗାଲାକ୍‌ଟିକ୍‌ ନିଜର ପ୍ରଥମ ଯାତ୍ରୀବାହୀ ସୁପରସୋନିକ୍‌ ଜେଟ୍‌ର ଡିଜାଇନ୍‌ ଜାରି କରିଛି । ଏହି ଜେଟ୍‌ ଆମ ବିଶ୍ୱ ଭ୍ରମଣର ତରିକା ବଦଳାଇ ଦେବ । ଏହି ସୂକ୍ଷ୍ମ ତଥା ହାଲୁକା ବିମାନ ୧୯ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିବାରେ ସକ୍ଷମ । ମାକ୍‌-୩ ବେଗରେ ଏହା ଯାତ୍ରା କରିବ । ଅର୍ଥାତ ଶବ୍ଦର ବେଗଠାରୁ ଏହାର ବେଗ ୩ ଗୁଣ ଅଧିକ ଦ୍ରୁତ ରହିବ । ବିମାନର ତିନିକୋଣିଆ ‘ଡେଲ୍‌ଟା ପଙ୍ଖ’ ରହିବ । ୬୦ ହଜାର ଫୁଟରୁ ଅଧିକ ଉଚ୍ଚତାରେ ଏହା ଉଡ଼ିବ । ପାରମ୍ପରିକ କମର୍ସିଆଲ ବିମାନଠାରୁ ଏହା ଦୁଇଗୁଣ ଅଧିକ ଉଚ୍ଚରେ ଉଡ଼ିବ । ଏହି ଉଚ୍ଚ ବେଗଯୁକ୍ତ କମର୍ସିଆଲ ବିମାନର ଡିଜାଇନ୍‌ ଓ ଇଞ୍ଜିନ୍‌ ପ୍ରପଲସନ୍‌ ଟୋକ୍ନୋଲୋଜିର ବିକାଶ ନିମନ୍ତେ ଭର୍ଜିନ୍‌ ଗାଲାକ୍‌ଟିକ୍‌ ଏବେ ରୋଲ୍‌ସ-ରୟସ୍‌ ସହିତ ସହବନ୍ଧିତ ହୋଇଛି ।

ଚଳିତ ବର୍ଷ ଆରମ୍ଭରେ ନାସାର ସହଭାଗିତାରେ ଭର୍ଜିନ୍‌ ଗାଲାକ୍‌ଟିକ୍‌ ପ୍ରଥମେ ଏହି ସୁପର୍‌ସୋନିକ୍‌ ଜେଟ୍‌ର ବିକାଶ ଯୋଜନା କରିଥିଲା । ଏହି ସହଭାଗିତା ଜରିଆରେ କ୍ରାଫ୍ଟ (ଶିଳ୍ପ) ଡିଜାଇନ୍‌ ମିସନ୍‌ର ଅବଧାରଣା ସମୀକ୍ଷା ପାସ୍‌ କରିଥିଲା । ଉକ୍ତ ମିସନ୍‌ର ଉଚ୍ଚ ସ୍ତରୀୟ ଆବଶ୍ୟକତା ଓ ଉଦ୍ଦେଶ୍ୟ ଏହା ପୂରଣ କରିପାରେ । ବର୍ତ୍ତମାନ ଜାରି କରାଯାଇଥିବା ତଥ୍ୟରେ ବିମାନ ଯାତ୍ରା ସମୟର ବେଗ ବିଷୟରେ ସୂଚନା ଦିଆଯାଇଛି । ଏଥିସହ ରୋଲ୍‌ସ-ରୟସ୍‌ ସହିତ ଚୁକ୍ତି ବିଷୟରେ ମଧ୍ୟ ଘୋଷଣା କରାଯାଇଛି ।

ଭର୍ଜିନ୍‌ ଗାଲାକ୍‌ଟିକ୍‌ର ମୁଖ୍ୟ ସ୍ପେସ୍‌ ଅଫିସର ଜର୍ଜ ହ୍ୱାଇଟ୍‌ସାଇଡ୍ସ କହିଛନ୍ତି, ଏହି ମିସନ୍‌ ଅବଧାରଣା ସମୀକ୍ଷାକୁ ପୂର୍ଣ୍ଣ କରିବା ପାଇଁ ଆମେ ଖୁବ୍‌ ଉତ୍ସାହିତ । ଉଚ୍ଚ ବେଗଯୁକ୍ତ ଏହି ବିମାନର ପ୍ରାଥମିକ ଡିଜାଇନ୍‌ ଜାରି କରିଛୁ । ଏହା ଜରିଆରେ ଆମେ ଉତ୍ତମ ଗ୍ରାହକ ଅନୁଭବ ସହିତ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ବାଣିଜ୍ୟିକ ଭ୍ରମଣର କଳ୍ପନା କରୁଛୁ । ଏହି ବିମାନ ବିକାଶ କ୍ଷେତ୍ରରେ ଏବେ ସୁଦ୍ଧା ଖୁବ୍‌ ଭଲ ପ୍ରଗତି ହୋଇଛି ।

ଉଚ୍ଚ ବେଗଯୁକ୍ତ ନୂଆ ବିମାନ ବିକାଶ କ୍ଷେତ୍ରରେ ଆମେ ବେଶ ଆଗଭର । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ କ୍ୟାବିନ୍‌ ରହିଛି । ସେଥିରେ ବାଣିଜ୍ୟିକ କିମ୍ବା ପ୍ରଥମ ଶ୍ରେଣୀ ଯାତ୍ରୀଙ୍କ ସିଟ୍‌ ବ୍ୟବସ୍ଥା ରହିବ ।’ ବିମାନ ଡିଜାଇନ୍‌ର ଆଗାମୀ ପର୍ଯ୍ୟାୟ ପାଇଁ କମ୍ପାନି ପ୍ରସ୍ତୁତ ହେଉଛି । ବିମାନର ଥର୍ମାଲ ପ୍ରବନ୍ଧନ, ରକ୍ଷଣାବେକ୍ଷଣ, କୋଳାହଳ, ଗ୍ୟାସ୍‌ ନିର୍ଗମନ ଏବଂ ଅର୍ଥ ସମ୍ପର୍କିତ ଦିଗରେ କମ୍ପାନି କାର୍ଯ୍ୟ କରିବ । ଭ୍ରମଣର ମୂଲ୍ୟ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।