ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ଭଉଣୀଙ୍କୁ ଚଳିବା ପାଇଁ କରିବାକୁ ପଡୁଛି ଏହା,ବଲିଉଡରେ ମଧ୍ୟ କରିସାରିଛନ୍ତି କାମ

ମୁମ୍ବାଇ,୨୫।୮: ବଲିଉଡ ଇଣ୍ଡଷ୍ଟ୍ରୀରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ପ୍ରକୃତରେ ବହୁତ ବଡ କଥା ହୋଇଥାଏ। ସେହି ଲୋକଙ୍କୁ ଏହି ସ୍ଥାନ ମିଳିପାରିଥାଏ, ଯେଉଁମାନଙ୍କ ପାଖରେ ଏହାର ଟ୍ୟାଲେଣ୍ଟ ରହିଥାଏ।  ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଭଳି ଅନେକ ଅଭିନେତ୍ରୀ ଆସିଛନ୍ତି ଯେଉଁମାନେ କିଛି ଫିଲ୍ମ କରି ଫ୍ଲପ ହୋଇଯାଇଥାନ୍ତି। କିନ୍ତୁ ବଲିଉଡରେ ଏଭଳି ଜଣେ ଅଭିନେତ୍ରୀ ଥିଲେ ଯିଏକି ତାଙ୍କର ଖୁବ୍ କମ୍ ସମୟ ଭିତରେ ଅନେକ ହିଟ୍ ଫିଲ୍ମରେ କାମ କରି ଏବେ ବି ଖୁବ୍ ଲୋକପ୍ରିୟ ହୋଇପାରିଛନ୍ତି। ଏପରିକି ମୃତ୍ୟୁ ପରେ ମଧ୍ୟ ତାଙ୍କର ଚର୍ଚ୍ଚା କିଛି କମ୍ ନୁହେଁ। ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟା ଭାରତୀ। ତେବେ ଜାଣନ୍ତି କି ଦିବ୍ୟାଙ୍କର ଜଣେ ଦାଦା ଝିଅ ଭଉଣୀ ମଧ୍ୟ ଜଣେ ଅଭିନେତ୍ରୀ। ସେ ବଲିଉଡର ଏକ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି, ସେ ହେଉଛନ୍ତି କାୟନାତ ଆରୋରା।

ଦିବ୍ୟାଙ୍କ ଭଳି କାୟନାତ ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦର। କାୟନାତ ବଲିଉଡରେ ‘ଗ୍ରାଣ୍ଡ ମସ୍ତି’ ଫିଲ୍ମ ଯୋଗେ ଏଣ୍ଟ୍ରି କରିଥିଲେ। ଏଥିରେ କାୟନାତ ‘ମାରଲୋ‘ ନାମକ ଭୂମିକାରେ ଅଭିନୟ କରିଥିଲେ। ଏହି ଅଡଲ୍ଟ କମେଡି ଫିଲ୍ମଟି ବକ୍ସ ଅଫିସରେ ଖୁବ୍ ହିଟ୍ ହୋଇଥିଲା। କିନ୍ତୁ ଏହାପରେ କାୟନାତଙ୍କୁ ବଲିଉଡର ଆଉ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ।

କାୟନାତ ତେଲଗୁ,ମାଲାୟଲମ ଓ ପଞ୍ଜାବୀ ଫିଲ୍ମରେ କାମ କରିସାରିଛନ୍ତି।  ସେ ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଖଟା ମିଠା’ରେ ଏକ ଆଇଟମ୍ ସଙ୍ଗ ‘ଆଇଲା ରେ ଆଇଲା…’ରେ ଡ୍ୟାନ୍ସ କରିଥିଲେ। ଏବେ କାୟନାତ ପଞ୍ଜାବୀ ଫିଲ୍ମରେ କାମ କରୁଛନ୍ତି।

ବଲିଉଡରେ କାମ ନପାଇବା କାରଣରୁ କାୟନାତ ଏବେ ପଞ୍ଜାବୀ ଫିଲ୍ମରେ କାମ କରୁଛନ୍ତି। ସେ ନିଜ ଭଉଣୀ ଦିବ୍ୟା ଭାରତୀଙ୍କ ଭଳି ବଲିଉଡରେ ଏକ ହିଟ୍ ହିରୋଇ୍ ହେବାର ଆଶାରେ ଆସିଥିଲେ କିନ୍ତୁ ସେ ଫିଲ୍ମରେ ସଫଳତା ପାଇପାରିନଥିଲେ। ଏବେ ନିଜ ଜୀବନକୁ ଟ୍ରାକରେ ଆଣିବାକୁ ତାଙ୍କୁ ପଞ୍ଜାବୀ ଫିଲ୍ମର ସାହାରା ନେବାକୁ ପଡିଛି।

   ସମ୍ବନ୍ଧିତ ଖବର


ଡ୍ରଗ୍ସ କେସ୍‌ : ଏନ୍‌ସିବି ଦୀପିକା, ଶ୍ରଦ୍ଧା, ସାରାଙ୍କୁ ଦେଲେ କ୍ଲିନ୍‌ ଚିଟ୍ ? ଜାଣନ୍ତୁ ସତ କଣ

ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’ ଉପରେ ତିଆରି ହେବ ଫିଲ୍ମ, ୩ଟି ପାର୍ଟରେ ହୋଇପାରେ ରିଲିଜ୍

ଜୁହିଙ୍କ ଫିଲ୍ମକୁ ନାପସନ୍ଦ କରୁଥିଲେ ତାଙ୍କ ପିଲା

ସୁଶାନ୍ତଙ୍କ ମୃତ୍ୟୁ ସମୟ ନେଇ ପ୍ରଶ୍ନ ଉଠାଇଲା AIIMS, କହିଲା ଏଭଳି କଥା

କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆକୁ ଆସିବେ ଧୋନି, ସାଥ୍ ଦେବେ ପତ୍ନୀ ସାକ୍ଷୀ

ପ୍ରତିଯୋଗୀଙ୍କ ସହ ଅନିଲ କପୁରଙ୍କ ଜବରଦସ୍ତ ଡ୍ୟାନ୍ସ – ଭିଡ଼ିଓ ଭାଇରାଲ