ନିର୍ବାଚନ ଖବର
  • କଟକ ସଦରରେ ଚନ୍ଦ୍ର ସାରଥିଙ୍କ ଗଡ଼ ଭାଙ୍ଗିଲେ ପ୍ରକାଶ ଚନ୍ଦ୍ର ସେଠୀ
  • ||
  • ବ୍ରଜରାଜନଗରରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ବିଶାଳ ବିଜୟୀ, ୨୬ ହଜାରରୁ ଅଧିକ ଭୋଟରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପରାସ୍ତ
  • ||
  • ବାଙ୍କୀରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କ ବିଜୟ, ବିଜେପିକୁ ୧୬ ହଜାରରୁ ଅଧିକ ଭୋଟରେ ହରାଇଲେ
  • ||
  • ରଘୁନାଥପାଲିରେ ବିଜେପିର ବାଜିମାତ୍, ୫୭୦୯ ଭୋଟରେ ଦୁର୍ଗା ଚରଣ ତନ୍ତୀଙ୍କ ବିଜୟ
  • ||
  • ଝାରସୁଗୁଡ଼ାରେ ପଦ୍ମର ବିଜୟ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୮ ଖଣ୍ଡ ଭୋଟ୍‌ରେ ହରାଇଲେ ବିଜେପି ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ
  • ||
  • ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ
  • ||
  • ବରଗଡ଼ ଲୋକସଭା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୨୯ ଖଣ୍ଡ ଭୋଟ୍ ବିଜେଡି ପ୍ରାର୍ଥୀନୀ ପରିଣୀତା ମିଶ୍ରଙ୍କ ଠାରୁ ଆଗୁଆ
  • ||
  • ଜନାଦେଶ ୨୦୨୪: ୫୪୨ ଲୋକସଭା, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ବିଧାନସଭାର ମତଦାନ ଗଣତି ଆରମ୍ଭ
  • ||
  • ଓଡ଼ିଶା ଜନାଦେଶ ରାୟ: ୭୦ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ, ପୋଷ୍ଟାଲ ବାଲଟରୁ କାଉଣ୍ଟିଂ
  • ||
  • ଆଗାମୀ ୫ ଦିନ ଭିତରେ ଓଡ଼ିଶା ପହଞ୍ଚିବ ମୌସୁମୀ, ୬ରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଟସ୍ ଜିତି ୟୁଗାଣ୍ଡାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରୁଛି ଆଫଗାନିସ୍ତାନ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌, ଆଉ କିଛି ସମୟ ପରେ ଆରମ୍ଭ ହେବ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ
  • ||

୮୦ ଦଶକର ଚର୍ଚ୍ଚିତ ବଲିଉଡ୍ ଅଭିନେତା ରାଜ କିରନଙ୍କ ମିଳୁନି ପତ୍ତା, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା ତଥ୍ୟ...

ମୁମ୍ୱାଇ, ୧୦।୫: ଦିନେ ସେ ଥିଲେ ବଲିଉଡ ଜଗତର ଚର୍ଚ୍ଚିତ ଚେହେରା । 'କର୍ଜ', 'ଘର ହୋ ତୋ ଏସା' ଭଳି ଅନେକ ଫିଲ୍ମରେ ତାଙ୍କ ଅଭିନୟର ଛାପ ଛାଡ଼ିଛନ୍ତି । ଫ୍ୟାନ୍ସ ତାଙ୍କର ସେ ଅଭିନୟକୁ ଆଜି ବି ମନେ ରଖିଛନ୍ତି । ସେ ହେଉଛନ୍ତି ବଲିଉଡର ଚର୍ଚ୍ଚିତ ଅଭିନେତା ରାଜ କିରଣ ମହତାନୀ । ଯିଏ ଅତି କମରେ ୧୦୦ ପିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ । ହେଲେ ବର୍ତ୍ତମାନ ଅନେକ ଦିନ ଧରି ତାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳୁନି । ଦିନ ଥିଲା ସେ ସୂର୍ଯ୍ୟ ଭଳି ଚମକୁ ଥିଲେ ହେଲେ କେତେବେଳେ ତାଙ୍କ ଜୀବନରେ କଳା ବାଦଳ ଛାଇଗଲା କେହି ବି ଜାଣିପାରିଲେ ନାହିଁ । 

ରାଜ କିରଣ ଯେତେବେଳେ ଫିଲ୍ମ ଦୁନିଆରେ ଥିଲେ ତାଙ୍କୁ ସମସ୍ତେ ସମ୍ମାନ କରୁଥିଲେ । କିନ୍ତୁ ଯେତେବେଳେ ତାଙ୍କର ଫିଲ୍ମ ଦୁନିଆରୁ ସମ୍ପର୍କ ଛିନ୍ନ ହୋଇଗଲା ସେତେବେଳେ ତାଙ୍କୁ କେହି ପଚାରିଲେ ନାହିଁ । ତାଙ୍କ ପରିବାର ମଧ୍ୟ ତାଙ୍କୁ ଛାଡ଼ି ଦେଇଥିଲେ । ରାଜ କରିଣ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ କେବଳ ସହାୟକ କଳାକାର ଭୂମିକାରେ ଅଭିନୟ କରି ନାହାଁନ୍ତି ଅନେକ ଫିଲ୍ମରେ ତାଙ୍କୁ ମୁଖ୍ୟ ଭୂମିକାରେ ମଧ୍ୟ ଦେଖବାକୁ ମିଳିଥିଲା । 

ଫିଲ୍ମ କ୍ୟାରିଅରରେ ଉତଥାନ ପତନ ଯୋଗୁଁ ସେ ଅବସାଦରେ ଥିଲେ । ଏହାରି ମଧ୍ୟରେ ତାଙ୍କ ପରିବାର ତାଙ୍କୁ ଧୋକା ଦେବାରୁ ସେ ନିଜ ମାନସିକ ସନ୍ତୁଳନ ହରାଇ ବସିଲେ । ଅନେକ ବର୍ଷ ତଳେ ସେ ଟ୍ୟାକ୍ସି ଚଳାଉଥିବାର ମଧ୍ୟ ଦେଖାଯାଇଥିଲା । ସେହିପରି ୨୦୧୧ ମସିହାରେ ତାଙ୍କ ବିଷୟ ଜାଣିବାକୁ ଚେଷ୍ଟା କରି ତାଙ୍କ ପରିବାର ଲୋକଙ୍କୁ ପଚାରିଥିଲେ । ସେଥିରୁ ସେ ଜାଣିବାକୁ ପାଇଥିଲେ ଯେ ସେ ପାଗଳଖାନାରେ ଅଛନ୍ତି । କିନ୍ତୁ ୨୦୧୧ ମସିହାରେ ତାଙ୍କ ଝିଅ ଋଷିକା ଆଣ୍ଟଲାଣ୍ଟାରେ ରାଜ କିରଣଙ୍କ ଖବରକୁ ଅସ୍ୱୀକାର କରି ଏକ ବିବୃତି ପ୍ରକାଶ କରିଥିଲେ । ସେ କହିଥିଲେ ନ୍ୟୁୟର୍କ ପୋଲିସ ଓ ଗୁପ୍ତଚରଙ୍କ ସହାୟତାରେ ତାଙ୍କୁ ବର୍ଷ ବର୍ଷ ଧରି ଖୋଜା ହୋଇଛି ।

ରାଜ କିରଣଙ୍କୁ ଶେଷଥର ପାଇଁ ୧୯୯୪ ମସିହାରେ ଶିଖର ସୁମନଙ୍କ ଧାରାବାହିକ ରିପୋର୍ଟରେ ଦେଖିବାକୁ ମିଳିଥିଲା । ତେବେ ରାଜଙ୍କୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳେ। ହେଲେ ପ୍ରକୃତ କାରଣ କ'ଣ ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିନି । ପ୍ରକାଶ ଥାଉକି, ରାଜଙ୍କର ଦୁଇଟି ଝିଅ ଅଛନ୍ତି । ସେମାନଙ୍କ ନାଁ ଋଷିକା ମହତାନି ଓ ମନ୍ନତ ମହାତାନି । ରାଜଙ୍କ ପତ୍ନୀ ମଧ୍ୟ ଦ୍ୱିତୀୟ ବିବାହ କରିଛନ୍ତି । ରାଜଙ୍କ ଝିଅ ବୃତ୍ତି ଅନୁଯାୟୀ ଅଳଙ୍କାର ଡିଜାଇନର । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.