ପ୍ରମୁଖ ଖବର
  • ଠାକୁରଡ଼ିହି ଛକରେ କଳ୍ପନା ପରିବହନ ସଂସ୍ଥାର କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଲୁଟ୍, ୧୩ ଲକ୍ଷରୁ ଅଧିକ ଟଙ୍କା ନେଇ ଗଲେ ଦୁର୍ବୃତ୍ତ
  • ||
  • ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ
  • ||
  • ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ରେଡ୍, ସହାୟକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
  • ||
  • ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କନିଷି ପଡ଼ିଆରେ କରିବେ ପ୍ରଚାର
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

ଇଭିଏମ୍‌କୁ ସୁପ୍ରିମକୋର୍ଟଙ୍କ କ୍ଲିନ୍ ଚିଟ୍‌, ଭିଭିପିଏଟି ଯାଞ୍ଚ ଆବେଦନ ଖାରଜ

ନୂଆଦିଲ୍ଲୀ: ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନ(ଇଭିଏମ)ରେ ପଡ଼ୁଥିବା ଭୋଟ ଏବଂ ଭିଭିପାଟ୍‌ରେ ବାହାରୁଥିବା ସ୍ଲିପ୍‌କୁ ମେଳ କରିବା ନେଇ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଫଳଫଳ ଘୋଷଣା ହେବାର ୭ ଦିନ ମଧ୍ୟରେ ପ୍ରାର୍ଥୀ ଦ୍ବିତୀୟ ଥର ଲାଗି EVM ଯାଞ୍ଚ କରିପାରିବେ । ମାଇକ୍ରୋ କଂଟ୍ରୋଲର ମେମୋରିକୁ ଇଞ୍ଜିନିୟର ଯାଞ୍ଚ କରିବେ  । ହେଲେ ଏହି ବାବଦରେ ସମସ୍ତ ଖର୍ଚ୍ଚ ସଂପୃକ୍ତ ପ୍ରାର୍ଥୀ ଦେବେ । 

ଏହା ସହ ଜଷ୍ଟିସ୍‌ ସଂଜୀବ ଖାନ୍ନା ଏବଂ ଦୀପାଙ୍କର ଦତ୍ତଙ୍କ ଖଣ୍ଡପୀଠ ଭିଭିପାଟକୁ ନେଇ ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଛନ୍ତି । ଭବିଷ୍ୟତରେ ଭିଭିପିଏଟି ସ୍ଲିପ୍‌ରେ ବାରକୋଡ୍‌ ରଖିବା ଉପରେ ବିଚାର କରିବାକୁ ଇସିଆଇଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଇଭିଏମ୍‌ରେ ଦିଆଯାଉଥିବା ଭୋଟ୍‌କୁ ଭିଭିପାଟ୍‌ ସହ ମେଳ କରିବା ସଂପର୍କିତ ଆବେଦନ ଉପରେ ନିଜର ରାୟ ସଂରକ୍ଷିତ ରଖିଥିଲେ । 

ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ସମୟରେ ଶୁକ୍ରବାର ସୁପ୍ରିମକୋର୍ଟ ଭିଭିପାଟ୍‌ ଯାଞ୍ଚ ସଂପର୍କିତ ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି । ବାଲାଟ ପେପରକୁ ନେଇ ଆବେଦନ ମଧ୍ୟ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଫଳରେ ଇଭିଏମରେ ଦିଆଯାଉଥିବା ଭୋଟ୍‌ ସହିତ ଭିଭିପାଟ୍‌ର ସ୍ଲିପ୍‌ ସହ ଶତପ୍ରତିଶତ ମେଳ ଖାଉଛି କି ନାହିଁ ସେନେଇ ଯାଞ୍ଚ ହୋଇପାରିବ ନାହିଁ । 

ସୁପ୍ରିମକୋର୍ଟଙ୍କ  ଦୁଇ ଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ମତଦାନ ଇଭିଏମ ମେସିନରେ ହିଁ ହେବ । ଇଭିଏମ ଏବଂ ଭିଭିପାଟକୁ ୧୦୦ ପ୍ରତିଶତ ମେଳ କରାଯିବ ନାହିଁ । ୪୫ ଦିନ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ଦସ୍ତଖତ ସହ ଭିଭିପାଟର ସ୍ଲିପ୍‌ ସୁରକ୍ଷିତ ରଖାଯିବ । 

ଅନ୍ୟପଟେ ଶୁଣାଣି ସମୟରେ ଜଷ୍ଟିସ ଦୀପାଙ୍କର ଦତ୍ତ କହିଛନ୍ତି ଯେ, କୌଣସି ସିଷ୍ଟମକୁ ଆଖି ବନ୍ଦ କରି ଅବିଶ୍ବାସ କରିବା ଦ୍ବାରା ସନ୍ଦେହ ସୃଷ୍ଟି ହୋଇଥାଏ । ବିଶ୍ବାସ ଏବଂ ଭାଇଚାରା ବଜାୟ ରଖିବା ଗଣତନ୍ତ୍ରର ମୂଳଲକ୍ଷ୍ୟ । ସୂଚନଯୋଗ୍ୟ, ବର୍ତ୍ତମାନ ଲୋକସଭା କ୍ଷେତ୍ରର ପ୍ରତି ବିଧାନସଭା କ୍ଷେତ୍ରରେ ଥିବା କେବଳ ୫ଟି ମତଦାନ କେନ୍ଦ୍ରରେ ଇଭିଏମ ଭୋଟ୍‌ ସହ ଭିଭିପାଟ୍‌ର ସ୍ଲିପ୍‌କୁ ମେଳ କରାଯାଉଛି । କିନ୍ତୁ ପ୍ରତି କେନ୍ଦ୍ରରେ ଏଭଳି ଭୋଟ ସହ ସ୍ଲିପ୍‌କୁ ମେଳ କରିବା ଲାଗି ଆବେଦନ ଉପରେ ସୁପ୍ରିମକୋର୍ଟ ଇସିଆଇଙ୍କୁ ନୋଟିସ୍‌ କରିଥିଲେ  । 

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.