ପ୍ରମୁଖ ଖବର
  • ଟାଟା ମୋଟର୍ସ ଚାକିରି ଦେବା ନାଁ ଠକଇେ ମାମଲା: ଅଦାଲତରେ ହାଜର ହେବେ ପ୍ରଦିପ ପାଣିଗ୍ରାହୀ
  • ||
  • ନିର୍ବାଚନ ଲଢ଼ିପାରିବେନି କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍,,ଦୋସୀ ସାବ୍ୟସ୍ତ ଉପରେ ଲାଗିନି ରୋକ୍
  • ||
  • ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ORHDC ଦୁର୍ନୀତି ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍
  • ||
  • ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁର ପୂର୍ବତନ ବିଧାୟିକା ଡ. ରାସେଶ୍ବରୀ ପାଣିଗ୍ରାହୀ
  • ||
  • ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ବନ୍ୟାରେ ଭାସିଲା ଚୀନ୍‌: ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ହଜାରେରୁ ଅଧିକ ସ୍କୁଲ ବନ୍ଦ
  • ||
  • ଆଇପିଏଲରେ ସୁପର କିଙ୍ଗ୍‌ସ- ସୁପର ଜାଏଣ୍ଟ୍‌ସ ମଧ୍ୟ ଲଢ଼େଇ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ CSK
  • ||
  • ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମହମ୍ମଦ ମୋକିମ୍‌ଙ୍କ ଭାଗ୍ୟ ପରୀକ୍ଷା
  • ||
  • ହେ ପ୍ରଭୁ! ରକ୍ଷା କର..ଆହୁରି ଭୟାନକ ହେବ ଗ୍ରୀଷ୍ମ ପ୍ରବାହ, ୨୬ରେ ତାତିର ବିସ୍ଫୋରଣ ଆଶଙ୍କା
  • ||

ହଟିଲା ବ୍ୟାନ୍; ମୋଦୀଙ୍କ ବାୟୋପିକ୍କୁ ନିର୍ବାଚନ କମିସନଙ୍କୁ ଦେଖାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ ୧୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଉପରେ ଲାଗିଥିବା ଅସ୍ଥାୟୀ ବ୍ୟାନ୍‌କୁ ହଟାଇ ଦେଇ ଏହି ମାମଲାର ପୁନଃସମୀକ୍ଷା କରିବାକୁ ନିର୍ବାଚନ କମିସନଙ୍କୁ ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମ୍‌କୋର୍ଟ ଚଳଚ୍ଚିତ୍ର ନିର୍ମାତାଙ୍କୁ ଏହି ଚଳଚ୍ଚିତ୍ରକୁ ପ୍ରଥମେ ନିର୍ବାଚନ କମିସନଙ୍କ ସମ୍ମୁଖନରେ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିସନ ଚଳଚ୍ଚିତ୍ରଟିକୁ ଆରମ୍ଭରୁ ଶେଷ ଯାଏ ଦେଖି ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁନାହିଁ ବୋଲି ତାଙ୍କର ମତାମତ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ମୁଦା ଲଫାପାରେ ଦାଖଲ କରିବା ପରେ ଯାଇ ଏହି ଚଳଚ୍ଚିତ୍ରଟିକୁ ପରଦାରେ ପ୍ରଦର୍ଶନ କରାଯିବ।

{"id":12433,"width":735,"height":413}

ଉଲ୍ଲେଖଯୋଗ୍ୟ, ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରଟିର ପ୍ରଦର୍ଶନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବ ବୋଲି ବିରୋଧୀମାନେ ଅଭିଯୋଗ ଆଣିବା ପରେ ଚଳଚ୍ଚିତ୍ରଟିର ରିଲିଜ  ଉପରେ ରୋକ ଲଗାଯାଇଛି। ଚଳଚ୍ଚିତ୍ରଟିର ପ୍ରଦର୍ଶନ ଉପରେ ନିର୍ବାଚନ କମିସନ ରୋକ ଲଗାଇବା ପରେ ଚଳଚ୍ଚିତ୍ର ନିର୍ମାତା ଶୁକ୍ରବାର ସୁପ୍ରିମ୍‌କୋର୍ଟରେ ଏହି ମାମଲା ନେଇ ପହଞ୍ଚିଥିଲେ। କୋର୍ଟ ଏହି ମାମଲା ବିଚାର କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ଚଳଚ୍ଚିତ୍ରଟି ପ୍ରଥମେ ନିର୍ବାଚନ କମିସନଙ୍କୁ ଦେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

{"id":12434,"width":743,"height":412}

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନ କାହାଣୀକୁ ନେଇ ଗଠିତ ଚଳଚ୍ଚିତ୍ରଟି ପ୍ରଥମେ ଏପ୍ରିଲ୍‌ ୫ ତାରିଖରେ ରିଲିଜ୍‌ ହେବାର ଥିଲା। ପରେ ଏହା ଏପ୍ରିଲ୍‌ ୧୧କୁ ଘୁଞ୍ଚିଥିଲା। ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ରୋକ ଲାଗିବା ପରେ ଏହା ଏଯାବତ୍‌ ରିଲିଜ୍‌ ହୋଇପାରି ନାହିଁ।

{"id":12435,"width":733,"height":587}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.