ସିଜେଆଇଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି: ଅବସରପ୍ରାପ୍ତ ବିଚାରପତି ଏକେ ପଟ୍ଟାନାୟକ କରିବେ ତଦନ୍ତ

ନୂଆଦିଲ୍ଲୀ,୨୫।୪: ଦେଶର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଲାଗିଥିବା ଯୌନଶୋଷଣ ମାମଲାର ଶୁଣାଣି କରି ସ୍ବତନ୍ତ୍ର ଖଣ୍ଡପୀଠ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏହାର ତଦନ୍ତ ଅବସର ପ୍ରାପ୍ତ ବିଚାରପତି ଏକେ ପଟ୍ଟନାୟକଙ୍କ ନେତୃତ୍ବରେ କରିବେ। କୋର୍ଟ ସିବିଆଇ ଡାଇରେକ୍ଟର ଓ ଆଇବି ମୁଖ୍ୟଙ୍କୁ ଜଷ୍ଟିସ୍ ପଟ୍ଟନାୟକଙ୍କୁ ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ଖଣ୍ଡପୀଠ ଆଇନଜୀବି ଉତ୍ସବ ବେନସ୍ ଆବେଦନର ଶୁଣାଣି କରିଛନ୍ତି। ବେନସଙ୍କ କହିବା ଅନୁସାରେ ସିଜେଆଇଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗ ଲଗାଯାଇଛି। ଏଥିରେ ଏକ ବଡ କର୍ପୋରେଟ୍ ହାଉସ ସାମିଲ ରହିଛି।

ଏହା ପୂର୍ବରୁ ମାମଲାର ବିଚାର ସମୟରେ ୩ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି। ମାମଲାର ଶୁଣାଣୀ କରିବ ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ଆର ଏଫ୍ ନରିମନ୍ ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି, ଗତ ୩-୪ ବର୍ଷ ହେବ ସୁପ୍ରିମକୋର୍ଟରେ ଯାହା ଚାଲୁଛି, ଯେଉଁଭଳି ଭାବରେ ଅଭିଯୋଗ ହେଉଛି ଏହା ଦ୍ବାରା ସଂସ୍ଥା ଶେଷ ହୋଇଯିବ। ଆମେ ସବୁବେଳେ ଶୁଣୁ ଖଣ୍ଡପୀଠ ଫିକ୍ସିଂ ହେଉଛି। ଏହା ଯେ​‌େ​‌ କୌଣସି ପରିସ୍ଥିତିରେ ବନ୍ଦ ହେବା ଦରକାର। ଖଣ୍ଡପୀଠ କହିଛନ୍ତି ଆମେ ବିଚାରପତି ଭାବରେ ଖୁବ୍ ଚିନ୍ତିତ।

ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି, କ’ଣ ଧନୀ ଓ ପ୍ରଭାବଶାଳୀ ଲୋକ ଦେଶ ଓ କୋର୍ଟକୁ ଧନବଳରେ ଚଳାଇବାକୁ ଚାହାଁନ୍ତି। ଖଣ୍ଡପୀଠ ଚେତାବନୀ ଦେଇ କହିଛନ୍ତି, ନିଆଁ ସହ ଖେଳନି ନହେଲେ ଅଙ୍ଗୁଳି ଜଳିଯିବ।  ଆଇନଜୀବି ଉତ୍ସବ ବେସନ୍ ପୂର୍ବରୁ କୋର୍ଟରେ ସତ୍ୟପାଠ ଦାଖଲ କରି କହିଥିଲେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଏକ ବଡ ଷଡଯନ୍ତ୍ର ହେଉଛି। ସେ ତାଙ୍କ ସତ୍ୟ ପୀଠରେ କହିଥିଲେ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଏକ ବଡ ଷଡଯନ୍ତ୍ରର ଅଂଶ। ତାଙ୍କ ପାଖରେ ଏହାର ପ୍ରମାଣ ମଧ୍ୟ ରହିଛି।  

   ସମ୍ବନ୍ଧିତ ଖବର


ଆଜି ଭାରତ ବନ୍ଦ, ଧର୍ମଘଟ ଯୋଗୁ ପ୍ରଭାବିତ ହେବ ବ୍ୟାଙ୍କ ସେବା

ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ