ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ: ଜମି ଅଧିଗ୍ରହଣ ପୂର୍ବରୁ ସମସ୍ତଙ୍କ ଅଭିଯୋଗ ଶୁଣ

ପୁରୀ ୧୮/୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିରଠାରୁ ୭୫ ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ ଜଷ୍ଟିସ ଅରୁଣ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ମିଶ୍ର କହିଥିଲେ ଉଦ୍ଦେଶ୍ୟ ଯେତେ ମହତ ହେଲେ ମଧ୍ୟ ସବୁ କିଛି ଆଇନ ଅନୁସାରେ କରାଯିବା ଦରକାର । ଜମି ଅଧିଗ୍ରହଣ ପୂର୍ବରୁ କ୍ଷତିଗ୍ରସ୍ତ ହେବାକୁ ଥିବା ସମସ୍ତ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ ଜଷ୍ଟିସ୍‌ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ସୁରକ୍ଷା ଜୋନରେ ସିଂହଦ୍ୱାର ସାମନା ରଥଚକଡ଼ା, ମଙ୍ଗୁ ମଠ, ଦୋଳମଣ୍ଡପ ସାହି, ଦୋଳବେଦି କୋଣ ଆଦି ସ୍ଥାନରେ ସଙ୍କେତ (ମାର୍କ) ଦିଆଯିବା ପରେ ଆଜିର ନିର୍ଦ୍ଦେଶ ଲୋକଙ୍କୁ ଆଶ୍ୱସ୍ତ କରିବ ।
ଆଜି ଶୁଣାଣି ବେଳେ ପୁରୀ ଓ ଶ୍ରୀମନ୍ଦିର ବିକାଶ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ଦୁଇ ସପ୍ତାହ ସମୟ ମାଗିଥିଲେ । କୋର୍ଟ ଆବେଦନକୁ ଗ୍ରହଣ କରି ଦୁଇ ସପ୍ତାହ ସମୟ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୩ ତାରିଖରେ ହେବ ।

ଗତକାଲି ଉଚ୍ଛେଦ ସରିଥିବା ଲଙ୍ଗୁଳି ମଠ ପଛରେ ରହିଥିବା ସାନ ଛତା ମଠ, ଦୋଳବେଦି, ଦୋଳବେଦି ରାସ୍ତାକୁ ମଧ୍ୟ ମପାଯାଇଛି । ପଶ୍ଚିମ ଦ୍ୱାର ଅଞ୍ଚଳରେ ଅଧିକ ଘର ଥିବାରୁ ଏଠାରେ ଅପୋସ ଆଲୋଚନା ମାଧ୍ୟମରେ ଜମି ଅଧିଗ୍ରହଣ ହେବାକୁ ଅଧିକ ସମୟ ଲାଗିପାରେ ବୋଲି ଆକଳନ କରାଯାଉଛି । ଇତିମଧ୍ୟରେ ଏମାର ମଠ, ବଡ଼ଆଖଡ଼ା ଓ ଲଙ୍ଗୁଳି ମଠ ଉଚ୍ଛେଦ ସରିଛି । ୭୫ ମିଟର ଉଚ୍ଛେଦ ତାଲିକାରେ ୧୮ଟି ମଠ, ୧୭୦ ଘର ଓ ୧୪୦ଟି ଦୋକାନ ରହିଛି । ସୁପ୍ରିମକୋର୍ଟଙ୍କ ଆଜିର ନିର୍ଦ୍ଦେଶ ବିସ୍ଥାପିତଙ୍କ ପାଇଁ ସହାୟକ ହେବ ।

   ସମ୍ବନ୍ଧିତ ଖବର


ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି

ବିବାହିତାଙ୍କୁ ପ୍ରେମ କରି ଠକି ଚମ୍ପଟ୍ ମାରିଥିଲେ ଲମ୍ପଟ ପ୍ରେମିକ, ଧରାପଡି ଜେଲ୍‌ ଗଲା ଯୁବକ

ସୋମବାର ମହାପ୍ରଭୁଙ୍କ ସୁନାବେଶ

କୃଷକ ମାର୍କେଟରେ ଡକାୟତି ଯୋଜନା କରୁଥିବା ବେଳେ ବାନ୍ଧିଲା ପୁଲିସ୍, ୬ ଗିରଫ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ