PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ପ୍ରତ୍ୟେକ ଦଳ ଦେବେ ନିଜ ପାଣ୍ଠି ସମ୍ପର୍କିତ ସୂଚନା

ନୂଆଦିଲ୍ଲୀ,୧୨।୪: ଇଲୋକ୍ଟୋରାଲ ବଣ୍ଡକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ସମସ୍ତ  ରାଜନୈତିକ ଦଳକୁ ନିଜର ପାଣ୍ଠି ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ୩୦ ମଇ ସୁଦ୍ଧା ସମସ୍ତ ଦଳ  ନିର୍ବାଚନ କମିଶନଙ୍କ ନିକଟରେ ନିର୍ବାଚନୀ ବଣ୍ଡ ବା ଇଲେକ୍ଟୋରାଲ ବଣ୍ଡ୍‌ ଦାଖଲ କରିବେ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦେଶ ଦେଇଛନ୍ତି।

ଦଳଗୁଡ଼ିକ ଆସନ୍ତା ମେ ୧୫ ତାରିଖ ସୁଦ୍ଧା ମିଳିଥିବା ସମସ୍ତ ପାଣ୍ଠି ସମ୍ପର୍କରେ ଜଣାଇବେ। ଦାନ ଦେଉଥିବା ବ୍ୟକ୍ତିଙ୍କ ପରିଚୟ ଏବଂ ବ୍ୟାଙ୍କ ଜମାଖାତାରେ ଥିବା ଟଙ୍କା ସମ୍ପର୍କିତ ତଥ୍ୟ ବନ୍ଦ  ଲଫାଫାରେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ନିର୍ବାଚନୀ ପ୍ରକ୍ରିୟାରେ ପାରଦର୍ଶିତା ପାଇଁ ଏହା ଖୁବ୍ ଜରୁରୀ ଯେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ମିଳିଥିବା ଚାନ୍ଦା ସମ୍ପର୍କରେ ଖୁଲସା କରାଯାଉ।

ସୂଚନାଯୋଗ୍ୟ, ଇଲେକ୍ଟୋରାଲ ବଣ୍ଡ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍(ଏଡିଆର) ନାମକ ଏକ ଏନଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାକୁ ସ୍ବଚ୍ଛ କରିବା ପାଇଁ ରାଜନୈତିକ ଦଳଗୁଡ଼ିକୁ କେଉଁମାନେ ଚାନ୍ଦା ଦେଉଛନ୍ତି ତାହା ଜାଣିବା ଜରୁରୀ ବୋଲି ଏହା କହିଥିଲା। କାରଣ ସରକାରରେ ରହିଥିବା ଦଳକୁ ଅଧିକ ଚାନ୍ଦା ମିଳୁଛି ବୋଲି ଆବେଦନକାରୀ ଦର୍ଶାଇଥିଲେ।

ଏହା ପୂର୍ବରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ସେଭଳି ଗତ ବୁଧବାର ଶୁଣାଣି ବେଳେ କେନ୍ଦ୍ର ସକରାରଙ୍କ ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ କେକେ ବେଣୁଗୋପାଳ କହିଥିଲେ ନିର୍ବାଚନ ପ୍ରକିୟା ସମୟରେ ନିର୍ବାଚନୀ ବଣ୍ଡ ଉପରେ କୋର୍ଟ ନିର୍ଦେଶ ନଦିଅନ୍ତୁ। ସେ କହିଥିଲେ ଇଲୋକ୍ଟୋରାଲ ବଣ୍ଡ ଜରିଆରେ ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କର ପରିଚୟ ଏଥିପାଇଁ ସାର୍ବଜିନୀନ କରାଯାଇ ହେବନାହିଁ, ଯଦି ଅନ୍ୟ କୌଣସି ରାଜନୈତିକ ଦଳ କ୍ଷମତାରେ ଆସିବ ସେତେବେଳେ ସେ ଚାନ୍ଦା ଦେଇଥିବା ବ୍ୟକ୍ତିଙ୍କୁ  ହଇରାଣ କରିପାରେ।

ସମ୍ବନ୍ଧିତ ଖବର