ନାଗରିକତା ବିବାଦ, ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୫ :  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଜି ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଧରଣ ଆଶ୍ବସ୍ତି। ରାହୁଲ ଗାନ୍ଧୀଙ୍କ ନାମରେ ଆସିଥିବା ନାଗରିକତା ବିବାଦ ଆବେଦନକୁ ଖାରଜ ଗୁରୁବାର ସୁପ୍ର୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ କୁହାଯାଇଥିଲା ଯେ, ରାହୁଲ ଗାନ୍ଧୀ ବ୍ରିଟେନ ନାଗରିକତା ଗ୍ରହଣ କରିଥିବା ଅଭିଯୋଗ ଅଛି। ଏସମ୍ପର୍କରେ କୌଣସି ରାୟ ନଆସିବା ପର୍ଯ୍ୟନ୍ତ ତାଙ୍କ ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାକୁ ନିର୍ବାଚନ କମିଶନଙ୍କୁ ନିର୍ଦେଶ ଦିଆଯାଉ।

ଆଜି ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଆବେଦନର ଯଥାର୍ଥତାକୁ ନେଇ ପ୍ରଶ୍ନ କରିଛନ୍ତି ଆବେଦନକୁ ଖାରଜ କରିବା ସହ ପ୍ରଧାନ ବିଚାରପତି   ପ୍ରଶ୍ନ କରିଥିଲେ ଯେ କୌଣସି କମ୍ପାନୀ କୌଣସି ଫର୍ମରେ ରାହୁଲ ଗାନ୍ଧୀଙ୍କୁ ବ୍ରିଟେନ ନାଗରିକ କହିଦେଲେ ସେ କ’ଣ ବ୍ରିଟେନ ନାଗରିକ ହୋଇଯିବେ। ଏହି ଆବେଦନର କୌଣସି ଯଥାର୍ଥତା ନାହିଁ। ଉଲ୍ଲେଖନୀୟ ଯେ, ୟୁନାଇଟେଡ ହିନ୍ଦୁ ଫ୍ରଣ୍ଟର କାର୍ଯ୍ୟକାରୀ ଅଧ୍ୟକ୍ଷ ଜୟ ଭଗବାନ ଶର୍ମା ଏବଂ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସିପି କୌଶିକଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା।ତେବେ ଆଜି ସୁପ୍ରିମକୋର୍ଟ ଏହାକୁ ଖାରଜ କରିବା ଫଳରେ ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ ଧରଣର ଆଶ୍ବସ୍ତି।