୭୦ ବର୍ଷର ବିବାଦର ଘଟିଲା ଅନ୍ତ : ଅଯୋଧ୍ୟାରେ ‘ରାମ ମନ୍ଦିର’ ତିଆରି କରିବା ପାଇଁ ସୁପ୍ରିମ କୋର୍ଟ ସରକାରଙ୍କୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ ୯।୧୧: ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ଆଜି ନିଜର ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଦେଇଛନ୍ତି।

ଏଥିରେ ରଞ୍ଜନ ଗୋଗୋଇ କହିଛନ୍ତି, ପ୍ରାଙ୍ଗଣ ବାହାରେ ହିନ୍ଦୁ ପୂଜା କରୁଛନ୍ତି। ତେବେ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ତିଆରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛି କି, ସରକାରଙ୍କୁ ଟ୍ରଷ୍ଟ ତିଆାରି କରି ମନ୍ଦିର ବନାଇବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ।

ତେବେ ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ସୁନ୍ନି ୱାକଫ୍‌ ବୋର୍ଡ଼କୁ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ୫ ଏକର ଜମିର ମାଲିକାନା ସତ୍ତ୍ୱ ଏ ସଂପର୍କୀତ ଏକ ଟ୍ରଷ୍ଟକୁ ଦେବାକୁ କହିଛନ୍ତି।

ନିର୍ଦ୍ଧାରିତ ସମୟ ଶନିବାର ପୂର୍ବାହ୍ନ ୧୦: ୩୦ ସମୟରେ ରାୟ ଶୁଣାଣି ଆରମ୍ଭ ହୋଇଥିଲା। ଏହି ରାୟ ସହିତ ଶିଆ ୱାକଫ ବୋର୍ଡର ଆବେଦନ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମ କୋର୍ଟ। ସର୍ବସମ୍ମତି କ୍ରମେ ଶିଆ ୱାକଫ ବୋର୍ଡର ଆବେଦନ ଖାରଜ ହୋଇଛି। ବାବରଙ୍କ ସମୟରେ ମୀର ବାକି ଏହି ମସଜିଦ୍ ତିଆରି କରିଥିଲେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ନିର୍ମୋହି ଆଖଡ଼ାର ଆବେଦନ ମଧ୍ୟ ଖାରଜ ହୋଇଛି। ନିର୍ମୋହି ଆଖଡ଼ା ନିଜକୁ ମନ୍ଦିର ସେବାୟତ ବୋଲି ଦାବି କରୁଥିଲା। ତେବେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ମୋହି ଆଖଡ଼ା ସେବାୟତ ନୁହନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି।

ନିଷ୍ପତ୍ତିର ପ୍ରାରମ୍ଭରେ ସିଜେଆଇ କହିଥିଲେ କି, ୩୦ ମିନିଟରେ ପୂରା ନିଷ୍ପତ୍ତି ପଢ଼ାଯିବ। ସିଜେଆଇ ଆହୁରି ମଧ୍ୟ କହିଥିଲେ କି, ବାବରଙ୍କ ସମୟରେ ମୀର ବାକି ଏହି ମସଜିଦ୍ ତିଆରି କରିଥିଲା। ୧୯୪୯ରେ ଦୁଇଟି ମୂର୍ତ୍ତି ରଖଯାଇଥିଲା। ବାବ୍ରି ମସଜିଦ୍ ହିନ୍ଦୁ ଷ୍ଟ୍ରକ୍ଚର ରୂପରେ ତିଆରି କରାଯାଇଥିଲା। ଏହି ମସଜିଦ୍ ସମତଳ ସ୍ଥାନରେ ତିଆରି ହୋଇନଥିଲା ବୋଲି ସେ କହିଛନ୍ତି।

ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ ପାଇବା ପୂର୍ବରୁ ୟୁପି ସମେତ ଦେଶର ବିଭିନ୍ନ ଭାଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଶନିବାର ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଦିଲ୍ଲୀରେ ବି ଅନୁରୂପ ଘୋଷଣା କରାଯାଇଛି । ଭୋପାଳ, ଜମ୍ମୁ ଓ ବେଙ୍ଗାଲୁରୁରେ ଆଜି ସକାଳୁ ଧାରା ୧୪୪ ଲାଗୁ କରାଯିବ ବୋଲି ସୂଚନା ଦିଆଯାଇଛି । ଅନ୍ୟ ରାଜ୍ୟର ସରକାରମାନେ ବି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ସମ୍ବେଦନଶୀଳ ସ୍ଥାନଗୁଡିକରେ ଅବତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ସମଗ୍ର ୟୁପିରେ ଧାରା ୧୪୪ ଜାରି କରାଯାଇଛି । କେବଳ ଅଯୋଧ୍ୟାରେ ୪୦୦୦ରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି । ଏମିତିକି ପ୍ରଧାନ ବିଚାରପତି ଗୋଗୋଇ ନିଜେ ଆଜି ୟୁପିରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ନିଜ ଚାମ୍ବରରେ ସେ ୟୁପିର ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ଏନେଇ ଆଲୋଚନା କରିଥିଲେ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ୯ରୁ ୧୧ ତାରିଖ ଯାଏଁ ବନ୍ଦ ରଖାଯାଇଛି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ନିବେଦନ କରିଛନ୍ତି କି ଏହି ମାମଲାରେ ସୁପ୍ରିମକୋର୍ଟ ଆଜି ଯାହା ବି ରାୟ ଆସିବ, ତାକୁ କେହି ନିଜର ବିଜୟ କିମ୍ବା ପରାଜୟ ଭାବେ ବିବେଚନା କରିବା ଉଚିତ୍‌ ନୁହେଁ। ଏହି ରାୟ ଯେପରି ଦେଶରେ ଶାନ୍ତି, ସଦିଛା ଏବଂ ଏକତାର ଭାବନାକୁ ଆହୁରି ମଜଭୁତ କରିବ, ତାହା ଆମ୍ଭମାନଙ୍କର ପ୍ରାଥମିକତା ହେବା ଆବଶ୍ୟକ ।

   ସମ୍ବନ୍ଧିତ ଖବର


ୟୁପି: ନଡା ଜଳାଇବାରୁ ୩ ଚାଷୀଙ୍କୁ ଗିରଫ କଲା ପୋଲିସ

ଯେବେ ଲୋକସଭାରେ ରାହୁଲଙ୍କ ସିଟରେ କଂଗ୍ରେସର ଏହି ସାଂସଦ ଥିଲେ, ବାଚସ୍ପତି ଓମ୍ ବିର୍ଲା କହିଲେ- ରାହୁଲ ଛୁଟିରେ…

ତେଜସ୍ ପରେ ଏବେ ଦେଶରେ ଚାଲିବ ଆଉ ୧୫୦ ପ୍ରାଇଭେଟ୍ ଟ୍ରେନ୍

ଭୋଡାଫୋନ୍ ଆଣିଲା ୨୧ ଟଙ୍କିଆ ନୂଆ ପ୍ଲାନ୍, ପାଆନ୍ତୁ ଅନଲିମିଟେଡ୍ କଲିଂର ଫାଇଦା