ସୋସିଆଲ ମିଡିଆକୁ ଆଧାର ସହ ଯୋଡିବା ମାମଲା: କେନ୍ଦ୍ର,ଟ୍ବିଟର, ଗୁଗୁଲ ଓ ୟୁଟ୍ୟୁବକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ,୨୦।୮: ସୋସିଆଲ ମିଡିଆ ପ୍ରୋଫାଇଲ ସହିତ ଆାଧାର କାର୍ଡକୁ ଯୋଡିବା ମାମଲାରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର    କେନ୍ଦ୍ର ସରକାର, ଟ୍ବିଟର, ଗୁଗୁଲ ଓ ୟୁଟ୍ୟୁବକୁ ୧୩ ସେପ୍ଟେମ୍ବର ସୁଦ୍ଧା ଜବାବ୍ ଦେବାକୁ ନୋଟିସ୍ ଜାରି କରିଛନ୍ତି। ସାରା ଦେଶରେ ହାଇକୋର୍ଟ ଗୁଡିକରେ ଦୀଘଦିନ ଧରି ଶୁଣାଣି ଚାଲିଥିବା ଆବଦେନକକୁ ସୁପ୍ରିମକୋର୍ଟକୁ ଟ୍ରାନ୍ସଫର କରିବାକୁ ନେଇ ଫେସବୁକ୍ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ମାମଲାର ଆଗାମୀ ଶୁଣାଣି ଆସନ୍ତା ୧୩ ସେପ୍ଟେମ୍ବରରେ ହେବ। ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଛନ୍ତି, ଯେଉଁ ପକ୍ଷକୁ ନୋଟିସ ଜାରି କରାଯାଇ ନାହିଁ, ତାଙ୍କୁ ଇମେଲରେ ନୋଟିସ ଦିଆଯିବ।

ଖଣ୍ଡପୀଠ କହିଛନ୍ତି, ୟୁଜରଙ୍କ ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହିତ ଯୋଡିବାର ଯେଉଁ ମାମଲା ମାଡ୍ରାସ ହାଇକୋର୍ଟରେ ଦୀର୍ଘ ଦିନ ଧରି ପଡି ରହିଛି ତାହା ଉପରେ ଶୁଣାଣି ଜାରି ରହିବ, କିନ୍ତୁ କୌଣଓି ଅନ୍ତିମ ନିଷ୍ପତ୍ତି ନିଆଯିବ ନାହିଁ। ଉଲ୍ଲେଖନୀୟ ଯେ, ତାମିଲନାଡୁ ସରକାର ସୁପ୍ରିମକୋର୍ଟଙ୍କୁ ସୋମବାର କହିଥିଲେ ଯେ, ନକଲି ଖବର ପ୍ରସାର, ମାନହାନି, ଅଶ୍ଲୀଳ, ରାଷ୍ଟ୍ର ବିରୋଧୀ ଏବଂ ଆତଙ୍କବାଦ ସମ୍ପର୍କିତ ସାମଗ୍ରୀ ପ୍ରବାହକୁ ରୋକିବା ପାଇଁ ସୋସିଆଲ ମିଡିଆ ଆକାଉଣ୍ଟକୁ ଏହାର ୟୁଜରଙ୍କ ଆଧାର କାର୍ଡ ନମ୍ବର ସହିତ ଯୋଡିବା ଖୁବ୍ ଆବଶ୍ୟକ।

ଫେସବୁକ୍ ଇଙ୍କ ତାମିଲନାଡୁ ସରକାରଙ୍କ ଏହି ପ୍ରସ୍ତାବକୁ ବିରୋଧ କରୁଛି। ଫେସବକୁର କହିବା ଅନୁସାରେ ୧୨ ଡିଜିଟ୍ ଆଧାର ସଂଖ୍ୟା ସେୟାର କରିବା ଫଳରେ ୟୁଜରଙ୍କ ଗୋପନୀୟତା ନୀତି ଉଲଂଘନ ହେବ। ଆମେ କୌଣସି ତୃତୀୟ ପକ୍ଷ ସହିତ ଆଧଶର ସଂଖ୍ୟାକୁ ସେୟାର କରିବାକୁ ନାହିଁ। କାରଣ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପର ମେସେଜକୁ କେହି ଦେଖି ପାରିବେ ନାହିଁ । ଶୁଣାଣୀ ବେଳେ ଫେସବୁକ୍ ପକ୍ଷରୁ ବରିଷ୍ଠ ଆଇନଜୀବି ମୁକୁଲ ରୋହତଗି କେରଳ ହାଇକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ କହିବାକୁ ଯାଇ କହିଥିଲେ, ଗୋଟିଏ ଦେଶରେ ଦୁଇଟି ଆଇନ ହୋଇପାରିବ ନାହିଁ। ଏହି ସମୟରେ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ସଂଶୋଧନ ବିଲ୍ ଓ ସରକାରଙ୍କ ଇଛା ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଥିଲା।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ କେକେ ବେଣୁଗୋପାଳ କହିଥିଲେ, ସରକାରଙ୍କ ପାଖରେ ଏଭଳି କୌଣସି ମେକାନିଜିମ ନାହିଁ, ଯାହାଦ୍ବାରା ମେସେଜିଂ କିମ୍ବା ପୋଷ୍ଟକୁ ଆରମ୍ଭ କରୁଥିବା ଲୋକ ସମ୍ପର୍କରେ ଜାଣିହେବ। ବିଶେଷ କରି ଅପରାଧିକ ପ୍ରବୃତିର ପୋଷ୍ଟ ସମ୍ପର୍କରେ। ଏବେ ବ୍ଲୁ ହ୍ବେଲ ଭଳି ବିପଦଜନକ ଗେମ୍ କିଭଳି ରୋକାଯିବ? ଏନେଇ ଜଷ୍ଟିସ ଦୀପକ ଗୁପ୍ତା କହିଥିଲେ ବ୍ଳୁ ହ୍ବେଲ ଠାରୁ ଡାର୍କ ଓ୍ବେବ୍ ଖୁବ ବିପଦଜନକ। ଏହାପରେ ଆଟର୍ଣ୍ଣିଂ ଜେନେରାଲ କହିଥିଲେ, ଏହା ଜାଣିବାକୁ ଚେଷ୍ଟା କରୁରାଯାଉଛି ବ୍ଲୁହ୍ବେଲ କିଏ ତିଆରି କରିଛି। ଏଭଳି ଗମ୍ଭୀର ମାମଲା ନେଇ ସୁପ୍ରିମକୋର୍ଟ କହିଥିଲେ , କେଉଁ ସର୍ତ୍ତରେ ସୂଚନାକୁ ସେୟାର କରାଯିବ, ଏହି ପ୍ରଶ୍ନ କୋର୍ଟଙ୍କ ସମ୍ମୁଖରେ ରହିଛି। କ୍ରିମିନାଲ ମାମଲାରେ ଅନେକ ଗୁଡିଏ ପ୍ରୋସିଜର ରହିଛି, ଯାହାକୁ ଅପରାଧୀଙ୍କ ନିକଟରେ ପହଁଞ୍ଚାଇ ହେବ।

ଉଲ୍ଲେଖନୀୟ ଯେ, ଫେସବୁକ୍ ଓ ହ୍ବାଟସଆପ୍କୁ ଆଧାର ସହିତ ଲିଙ୍କ କହିବା ମାମଲାରେ ମୋଟ ୪ଟି ଆବେଦନ ଦାଖଲ କରାଯାଇଥିଲା। ମାଡ୍ରାସରେ ଦୁଇଟି, ଓଡିଶା ଓ ମୁମ୍ବାଇରେ ଗୋଟିଏ ଲେଖାଏଁ ଆବେଦନ କରାଯାଇଥିଲା। ଏହି ମାମଲାର ଶୁଣାଣି ବେଳେ ଫେସବୁକ୍ ଓ ହ୍ବାଟସଆପ୍‌ ପକ୍ଷରୁ କୁହାଯାଇଥିଲା ଆମକୁ ଅନେକ ପ୍ରକାର ଆଇନକୁ ଦେଖିବାକୁ ପଡିଥାଏ, କାରଣ କୋଟି କୋଟି ୟୁଜର ନିଜ ହିସାବରେ ଏହି ପ୍ଲାଟଫର୍ମକୁ ବ୍ୟବହାର କରନ୍ତି।ହ୍ବାଟସଆପ୍ ପକ୍ଷରୁ ଓକିଲ ଥିବା ବରିଷ୍ଠ ନେତା ଓ ଆଇନଜୀବି କପିଲ ସିବଲ କହିଛନ୍ତି, ମୁଖ୍ୟ ମାମଲା ତ ହ୍ବାଟସଆପ୍ ସହିତ ଜଡିବ। ଏବେ ଏହି ପ୍ରସଙ୍ଗ ସରକାରଙ୍କ ନୀତି ସମ୍ପର୍କିତ, ତେଣୁ ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ଏହାର ରିଫର୍ମ ସମ୍ପର୍କିତ ମାମଲାକୁ ସୁପ୍ରିମକୋର୍ଟ ନିଜ ନିକଟକୁ ସ୍ଥାନାନ୍ତରଣ କରି ଶୁଣାରି କରନ୍ତୁ।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…