ଆଧାର ଆଇନରେ ସଂଶୋଧନ ମାମଲା:କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ ୨୩/୧୧: କେନ୍ଦ୍ର ସରକାର ଆଧାର ଆଇନରେ ସଂଶୋଧନ କରିଥିବାରୁ ତାର ବୈଧତାକୁ ଚାଲେଞ୍ଜ କରି ଆଗତ ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ନୋଟିସ୍‌ ଜାରି କରିଛନ୍ତି । ଆଇନରେ ସଂଶୋଧନ କରି କେନ୍ଦ୍ର ସରକାର ଘରୋଇ ସଂସ୍ଥାମାନଙ୍କୁ ସ୍ୱେଚ୍ଛାକୃତ ଭାବେ ଗ୍ରାହକଙ୍କ ଆଧାର ତଥ୍ୟ ରଖିବାକୁ ଅନୁମତି ଦେଇଛନ୍ତି । ଏହାଦ୍ୱାରା ସରକାର ସୁପ୍ରିମକୋର୍ଟ ପୂର୍ବରୁ ଆଧାର ମାମଲାରେ ଦେଇଥିବା ରାୟର ଉଲ୍ଲଂଘନ କରିଛନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ଓ ବିଚାରପତି ଜି.ଆର. ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କେନ୍ଦ୍ର ସରକାର ଓ ଭାରତର ଏକକ ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ ନୋଟିସ ଜାରି କରିଛନ୍ତି । ଏଥିସହ ପୂର୍ବରୁ ଏ ସଂକ୍ରାନ୍ତରେ ଫେବ୍ରୁଆରୀରେ ଜାରି ଅଧ୍ୟାଦେଶକୁ ଚାଲେଞ୍ଜ କରି ଆଗତ ପିଟିସନ ସହ ଏହି ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ଆଧାର ଆଇନରେ ସଂଶୋଧନକୁ ଏସ୍‌.ଜି ବମ୍ବାଟକେରେ ନାମକ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ପୂର୍ବରୁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ବିଭିନ୍ନ ସରକାରୀ ଯୋଜନାରେ ଲୋକମାନଙ୍କୁ ସାମିଲ କରିବା ଓ ତାର ଲାଭ ପ୍ରଦାନ କରିବା ଲାଗି ଆଧାର ତଥ୍ୟ ବ୍ୟବହାରକୁ ବାଧ୍ୟତାମୂଳକ କରିଥିଲେ । କିନ୍ତୁ ଘରୋଇ ସଂସ୍ଥାମାନେ ବାଧ୍ୟତାମୂଳକ ହେଉ କିମ୍ବା ସ୍ୱେଚ୍ଛାକୃତ ଭାବେ ହେଉ, ଗ୍ରାହକଙ୍କ ଆଧାର ତଥ୍ୟ ରଖିପାରିବେ ନାହିଁ ବୋଲି କହିଥିଲେ । ହେଲେ ସରକାର ଗତ ଜୁଲାଇରେ ଆଧାର ଆଇନରେ ସଂଶୋଧନ କରି ଧାରା ୬ରେ ଏକ ନୂଆ ଧାରା ୪(୭) ଯୋଡିଛନ୍ତି । ଯେଉଁଥିରେ କୁହାଯାଇଛି କି ସଂସଦ ଯେକୌଣସି କ୍ଷେତ୍ରରେ ଆଧାର ବ୍ୟବହାରକୁ ବାଧ୍ୟତାମୂଳକ କରିପାରିବ । ଏହାଦ୍ୱାରା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଏବଂ ନୂଆ ମୋବାଇଲ ସଂଯୋଗ ନେବା କ୍ଷେତ୍ରରେ ଘରୋଇ ସଂସ୍ଥାମାନେ ଗ୍ରାହକଙ୍କ ପରିଚୟପତ୍ର ଭାବେ ଆଧାର ତଥ୍ୟକୁ ବ୍ୟବହାର କରିବାର ବ୍ୟବସ୍ଥା କରିଛନ୍ତି । ସରକାରଙ୍କ ଏହି ସଂଶୋଧନ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ରାୟର ବିରୁଦ୍ଧାଚରଣ କରୁଛି । ତେଣୁ ସଂଶୋଧନକୁ ରଦ୍ଦ କରିବାକୁ ଆବେଦନକାରୀ ସର୍ବୋଚ୍ଚ ଅଦାଲତକୁ ନିବେଦନ କରିଛନ୍ତି ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…