ପ୍ରମୂଖ ଖବର
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଫଗାନିସ୍ତାନକୁ ୨୧୯ ରନ୍ ଟାଗେର୍ଟ ଦେଲା ୱେଷ୍ଟ ଇଣ୍ଡିଜ
  • ||
  • ଚାଷୀ ପାଇବେ ପିଏମ୍‌ କିଷାନ ଟଙ୍କା, ଆଜି ବରଗଡ଼ରେ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ କେୱାଇସି ମାମଲା: କେନ୍ଦ୍ର-ଆରବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୧୮/୦୫: ଏସିଡ୍‌  ଆକ୍ରମଣ ପୀଡିତାଙ୍କର ବିକଳ୍ପ ଉପାୟରେ ଡିଜିକାଲ୍‌ କେୱାଇସି ଗ୍ରହଣ କରାଯିବା ଦାବିରେ ଦାଖଲ ଏକ ଜନସ୍ୱାର୍ଥ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେବି ପାରଦିୱାଲା ଓ ଜଷ୍ଟିସ ମନୋଜ  ମିଶ୍ରଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ କେନ୍ଦ୍ର ସରକାର, ଭାରତର  ରିଜର୍ଭ ବ୍ୟାଙ୍କ, ଇଲୋକ୍ଟ୍ରୋନିକ୍ସ ଓ ସୂଚନା  ପ୍ରଯୁକ୍ତି ମନ୍ତ୍ରଣାଳୟକୁ ନୋଟିସ୍‌ ଜାରି କରି  ଜବାବ ମାଗିଛନ୍ତି ।  

ସମାଜସେବୀ ପ୍ରଜ୍ଞା ପ୍ରସୂନ,୯ ଜଣ  ଏସିଡ୍‌ ଆକ୍ରମଣ ପୀଡି଼ତା ଏ ସଂପର୍କରେ ଆବେଦନ ଦାଖଲ କରିଥିଲେ । ସେଥିରେ ଏସିଡ୍‌ ଆକ୍ରମଣରେ ଆଖି ହରାଇଥିବା  ପୀଡିତାଙ୍କ କେୱାଇସି ଲାଗି ବିକଳ୍ପ  ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା । ଆବେଦନରେ ୨୦୨୩ର ଏକ ଘଟଣା ଉଲ୍ଲେଖ କରାଯାଇଛି । ସେତେବେଳେ ଜଣେ ପୀଡିତା ଆଇସିଆଇସିଆଇ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିବାକୁ ଯାଇଥିଲେ । କେୱାଇସି ସମୟରେ ତାଙ୍କୁ ଆଖି ପତା  (ପଲକ) ପକାଇବାକୁ କୁହାଯାଇଥିଲା ।  କିନ୍ତୁ ଯୁବତୀଜଣକ ତାହା କରିପାରିନଥିଲେ, କାରଣ ଏସିଡ୍‌ ଆକ୍ରମଣରେ ତାଙ୍କର ଆଖି  ଖରାପ ହୋଇଯାଇଥିଲା । 

ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଥିଲା ଯେ, ଗ୍ରାହକ ଜୀବିତ ଥିବା ସ୍ପଷ୍ଟ କରିବା ଲାଗି ଆରବିଆଇ ପକ୍ଷରୁ ସ୍ଥିରୀକୃତ କେୱାଇସି ପ୍ରକ୍ରିୟାରେ ଆଇ ବ୍ଲିଙ୍କିକ୍‌(ପଲକ ପକାଇବା)ର ନିୟମ ରହିଛି । ସୋସିଆଲ ମିଡିଆରେ ଏ ନେଇ ବହୁତ ସମାଲୋଚନା ହେବା ପରେ ବ୍ୟାଙ୍କ୍‌ ପକ୍ଷରୁ ପୀଡି଼ତାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ବିକଳ୍ପ କେୱାଇସି ପ୍ରକ୍ରିୟା ନଥିବାରୁ ଏହିଭଳି ଅନେକ ପୀଡ଼ିତା ସମସ୍ୟାର ସାମ୍ନା କରୁଛନ୍ତି । ସେମାନଙ୍କୁ ମୋବାଇଲ୍‌ ସିମ୍‌ କିଣିବା ସହିତ  ଦୈନନ୍ଦିନର ଅନ୍ୟ ଜିନିଷ ଲାଗି ସମସ୍ୟା ହେଉଛି । ଯାହାକି ସେମାନଙ୍କର ସମ୍ମାନ, ସ୍ୱତନ୍ତ୍ରତା, ସମାନତା ସହ ଜୀବନ ବଞ୍ଚିବାଲାଗି ଅତି ଜରୁରି । ଏପରିସ୍ଥଳରେ କେୱାଇସି ଲାଗି ଲାଇଭ୍‌ ଫଟୋଗ୍ରାଫ୍‌ର ଆବଶ୍ୟକତା  ନେଇ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେବା ଆବଶ୍ୟକ । ପଲକ ପକାଇବା ବଦଳରେ  କେୱାଇସି ପାଇଁ ଫେସିଆଲ ମୁଭମେଣ୍ଟ  କିମ୍ବା ସ୍ୱର ଚିହ୍ନଟକୁ ବିକଳ୍ପ ଭାବେ ସାମିଲ କରାଯିବା ଆବଶ୍ୟକ ବୋଲି ଆବେଦନରେ  ଦାବି କରାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.