ସୁପ୍ରିମକୋର୍ଟରେ ପହଁଞ୍ଚିଲା ମହାରାଷ୍ଟ୍ର ରାଜନୈତିକ ବିବାଦ, ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲା ଶିବସେନା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ରରେ ନାଟକୀୟ ଢଙ୍ଗରେ ନୂତନ ସରକାର ଗଠନ ହେବାପରେ ଏବେ ଏହି ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଛି । ସୁପ୍ରିମକୋର୍ଟରେ ଶିବସେନା, କଂଗ୍ରେସ ଓ ଏନସିପି ପକ୍ଷରୁ ଦେବେନ୍ଦ୍ର ଫଡନାଭିସଙ୍କ ଶପଥ ଗ୍ରହଣ ବିରୋଧରେ ଆବେଦନ କରାଯାଇଛି।

ଏହି ଆବେଦନରେ ଦାବି କରାଯାଇଛି ଯେ, ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ସେହି ନିର୍ଦେଶକୁ ରଦ୍ଦ କରିଦିଆଯାଉ, ଯେଉଁଥିରେ ଦେ ରାଜ୍ୟରେ ସରକାର ଗଠନ ନେଇ ଦେବେନ୍ଦ୍ର ଫଡନାଭିସଙ୍କୁ ଆମନ୍ତ୍ରଣ କରିଥିଲେ। ଏହା ସହିତ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି ଯେ, ଏନସିପି, କଂଗ୍ରେସ ଓ ଶିବସେନାର ମେଣ୍ଟକୁ ମହରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରାଯାଉ।

ଅନ୍ୟପକ୍ଷରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ, ଏନସିପି ଓ ଶିବସେନା । ରାଜ୍ୟପାଳଙ୍କ କାର୍ଯ୍ୟକଳାପ ପକ୍ଷପାତପୂର୍ଣ୍ଣ   ବୋଲି ସେମାନେ   ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟପାଳ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

   ସମ୍ବନ୍ଧିତ ଖବର


ମୁମ୍ବାଇ ଆକ୍ରମଣ ଘଟଣାକୁ ପୁରିଲା ୧୨ ବର୍ଷ, ଆତଙ୍କବାଦୀଙ୍କ ସ୍ମୃତିରେ ପାକିସ୍ତାନରେ ଲସ୍କର ପକ୍ଷରୁ ପ୍ରାର୍ଥନା ସଭା

ପ୍ରେମିକା ପାଇଁ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କଲେ ପୂର୍ବତନ ବିଧାୟକଙ୍କ ପୁଅ, ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ହୋଇଥିଲା ଏମିତି ଯୋଜନା…

ଠିକ୍ ସମୟରେ ଗାଁ ଗାଁରେ ପହଞ୍ଚିବ କରୋନା ଭ୍ୟାକସିନ, ରାଜ୍ୟକୁ କେନ୍ଦ୍ର ପଠାଇଲା ଏମିତି ଯୋଜନା…

ନିବାର ବାତ୍ୟା ଯୋଗୁଁ ଚେନ୍ନାଇ-ସନ୍ତରାଗାଛି ସ୍ପେଶାଲ୍ ଟ୍ରେନ୍‌‌ ବାତିଲ

୨୬/୧୧ ମୁମ୍ବାଇ ଆଟାକ୍‌କୁ ପୂରିଲା ୧୨ ବର୍ଷ

ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ