ସୁପ୍ରିମକୋର୍ଟରେ ତେଜବାହାଦୁର ଯାଦବଙ୍କ ଆବେଦନ ଖାରଜ, ନାମାଙ୍କନ ରଦ୍ଦ ହେବା ବିରୋଧରେ ଯାଇଥିଲେ କୋର୍ଟ

ନୂଆଦିଲ୍ଲୀ,୯।୫: ବାରଣାସୀରୁ ମହାମେଣ୍ଟର ପ୍ରାର୍ଥୀ ଭାବରେ ବିଏସଏଫରୁ ନିଲମ୍ବିତ ଯବାନ  ତେଜବାହାଦୁର ଯାଦବଙ୍କ ନାମାଙ୍କନ ରଦ୍ଦ ହୋଇଯାଇଥିଲା। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ କହିଛନ୍ତି ଆମକୁ ଏଥିରେ ହସ୍ତକ୍ଷେପ କରିବାର କୌଣସି ଆଧାର ମିଳିନାହିଁ। ଆମେ ଏ ସମୟରେ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶରେ କୌଣସି ପ୍ରକାର ଦଖଲ ଦେବୁ ନାହିଁ। ଆପଣ ଚାହିଁଲେ ନିର୍ବାଚନ ପରେ ଆବେଦନ କରିପାରନ୍ତି।

 ତେଜ ବାହାଦୁରଙ୍କ ପକ୍ଷରୁ ଓକିଲ ଥିବା ପ୍ରଶାନ୍ତ ଭୂଷଣ କହିଛନ୍ତି ସେ  ନିର୍ବାଚନକୁ ଚ୍ୟାଲେଞ୍ଜ କରୁନାହାନ୍ତି। ସେ କହିଛନ୍ତି, ଆମେ କେବଳ ଏତିକି କହିବାକୁ ଚାହୁଁ ଯେ, ତେଜବାହାଦୁରଙ୍କ ନାମାଙ୍କନ ଭୁଳ ଭାବରେ ଓ ବେଆଇନ ଭାବରେ ଖାରଜ ହୋଇଛି ଓ ତାଙ୍କୁ ୧୯ ମଇରେ ନିର୍ବାଚନ ଲଢିବାର ଅନୁମତି ଦିଆଯାଉ। ମୁଁ ନିଜର ବରଖାସ୍ତ ନିର୍ଦେଶକୁ ନାମାଙ୍କନ ସହିତ ଯୋଡିକି ଦେଇଥିଲି। ଆମକୁ ଜବାବ ରଖିବାର ପୁରା ମଉକା ଦିଆଯାଇ ନାହିଁ। ମୁଁ ନିର୍ବାଚନକୁ ରୋକୁ ନାହିଁ ବଂର ଚାହୁଁଛି ଯେ ମୋ ନାମକୁ ଯୋଡା ଯାଉ।

ଉଲ୍ଳେଖନୀୟ ଯେ, ବାରଣାସୀରେ ୧୯ ମଇରେ ନିର୍ବାଚନ ହେବାର ଅଛି। ତେଜ ବାହାଦୁର ଯାଦବ ୨୯ ଅପ୍ରେଲରେ ସମାଜାବଦୀ  ପାର୍ଟିର ପ୍ରାର୍ଥୀ ଭାବରେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହାକୁ ୧ ମଇରେ ରିଟର୍ଣିଂ ଅଫିସର ଦ୍ବାରା ଏହାର ଆଧାରକୁ ଖାରଜ କରିଦିଆଯାଇଥିଲା, ଏହାକୁ ୧୯ ଅପ୍ରେଲ ୨୦୧୭ରେ ସରକାରୀ ସେବାରୁ ବରଖାସ୍ତ କରିଦିଆ ଯାଇଥିଲା। ତେଜବାହାଦୁର କହିଛନ୍ତି, ସେ ନାମାଙ୍କନ ପତ୍ର ସହିତ ନିଜର ବରଖାସ୍ତ ନିର୍ଦେଶରେ ସ୍ପଷ୍ଟ ଭାବରେ ଲେଖିଥିଲେ ଅନୁଶାସନହୀନତା ପାଇଁ ତାଙ୍କୁ ବରଖାହସ୍ତ କରାଯାଇଥିଲା। ଆବେଦନରେ ରିଟର୍ଣିଂ ଅଫିସର ତାଙ୍କୁ ନିର୍ବାଚନରୁ ପ୍ରମାଣ ପତ୍ର ପାଇବା ପାଇଁ କୌଣସି ତାରିଖ ଦେଇନତିଲେ। ରିଟଣ୍ଣିଂ ଅଫିସର ୩୦ ଅପ୍ରେଲ ସନ୍ଧ୍ୟା ୬ଟାରେ ତାଙ୍କୁ ନୋଟିସ ନେଇ ୧ ମଇ ସକାଳ ୧୧ଟା ପର୍ଯ୍ୟନ୍ତ ପ୍ରମାଣ ପତ୍ର ଆଣିବାକୁ କହିଥିଲେ। ଆବେଦନରେ ଏହି ନିଷ୍ପତ୍ତିକୁ ମନମାନୀ ଏବଂ ଦୁର୍ଭାବନା ବୋଲି  ତେଜବାହାଦୁର କହିଛନ୍ତି