PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସୁପ୍ରିମକୋର୍ଟଙ୍କ ନିର୍ଦେଶ: ଯେଉଁ ଜିଲ୍ଲାରେ ୩୦୦ରୁ ଅଧିକ ପୋକ୍ସୋ ମାମଲା ରୁଜୁ ହୋଇଛି ସେଠାରେ ୨ଟି କୋର୍ଟ ରହୁ

ନୂଆଦିଳ୍ଳୀ,୧୭।୧୨: ଶିଶୁଙ୍କ ପ୍ରତି ବଢି ଚାଲିଥିବା ଯୌନ ଅପରାଧ ମାମଲାକୁ ଦେଖି ସୁପ୍ରିମକୋର୍ଟ ସୋମବାର ସାରା ଦେଶ ପାଇଁ ନୂତନ ନିର୍ଦେଶ ଜାରି କରିଛନ୍ତି। କୋର୍ଟ କହିଛନ୍ତି, ଯେଉଁ ଜିଲ୍ଲାରେ ଏଭଳି ୩୦୦ରୁ ଅଧିକ ମାମଲା ରହିଛି, ସେଠାରେ ଧୁଇଟି ସ୍ବତନ୍ତ୍ର କୋର୍ଟ ତିଆରି କରାଯାଇଛି। ଏଥିରେ କେବଳ ଲିଙ୍ଗଗତ ଉତ୍ପୀଡନ ଦ୍ବାରା ଶିଶୁଙ୍କ ସଂରକ୍ଷଣ ଅଧିନିୟମ-୨୦୧୨(ପୋକ୍ସୋ) ଅନ୍ତର୍ଗତ ରୁଜୁ ମାମଲାର ଶୁଣାଣି ହେବ।

ଏହା ପୂର୍ବରୁ ୨୫ ଜୁଲାଇରେ କୋର୍ଟ କେନ୍ଦ୍ରର ଫଣ୍ଡରୁ ସେହି ଜିଲ୍ଲା ଗୁଡିକରେ ଗୋଟିଏ ଲେଖାଏଁ ସ୍ବତନ୍ତ୍ର କୋର୍ଟ ତିଆରି କରିବାକୁ କହିଥିଲେ, ଯେଉଁଠି ପୋକ୍ସୋର ୧୦୦ ଟି ମାମଲା ରୁଜୁ କରାଯାଇଛି। ଏଥିରେ ନ୍ୟାୟିକ ଅଧିକାରୀ ଓ ଷ୍ଟାଫଙ୍କ ନିଯୁକ୍ତି ଓ ଢାଞ୍ଚାଗତ ସୁବିଧା ଯୋଗାଇବା କେନ୍ଦ୍ରର ଦାୟିତ୍ବ ବୋଲି କୁହାଯାଇଛି।

ଜଷ୍ଟିସ ଦୀପକ କୁମାର ଗୁପ୍ତା ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ଆହୁରି ନିର୍ଦେଶ ଦେଇଛନ୍ତି ଯେ, ପିଲାଙ୍କୁ ଯୌନ ଶୋଷଣ ଅପରାଧ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଛୋଟ ଫିଲ୍ମ ତିଆରି କରାଯାଉ, ଯାହାକୁ ସିନେମା ଘର ଓ ଟିଭି ଚ୍ୟାନେଲରେ ନିୟମିତ ଭାବରେ ଦେଖାଯାଉ। ଏହା ସହିତ କୋର୍ଟ କହିଛନ୍ତି ପୋକସୋର କମ୍ ମାମଲାରେ ରହିଛି, ତେଣୁ ଦୁଷ୍କର୍ମ ମାମଲାର ତୁରନ୍ତ ଶୁଣାଣୀ ପାଇଁ ସ୍ବତନ୍ତ୍ର କୋର୍ଟ ତିଆରି କରାଯାଇପାରେ।