ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଶ୍ରୀସନ୍ତଙ୍କ ଉପରୁ ବାସନ୍ଦ ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୫ ।୩ (ଏଜେନ୍ସି): ପୂର୍ବତନ କ୍ରିକେଟର ଏସ୍‌. ଶ୍ରୀସନ୍ତଙ୍କୁ ଆଜି ବଡ଼ ଆଶ୍ୱସ୍ତି ମିଳିଛି । ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ବିସିସିଆଇ ତାଙ୍କୁ ଆଜୀବନ ବାସନ୍ଦ କରିଥିଲା । ବିସିସିଆଇର ଏହି ବାସନ୍ଦାଦେଶ ବିରୋଧରେ ଶ୍ରୀସନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କ ଉପରୁ ଆଜୀବନ ବାସନ୍ଦାଦେଶ ଉଠାଇ ଦେଇଛନ୍ତି । ଜଷ୍ଟିସ ଅଶୋକ ଭୂଷଣ ଓ କେଏମ୍‌ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀସନ୍ତଙ୍କ ମାମଲାର ଶୁଣାଣି କରିଥିଲେ । ଖଣ୍ଡପୀଠ ବିସିସିଆଇର ଶୃଙ୍ଖଳା କମିଟିକୁ ନିର୍ଦ୍ଦେଶ ଦେଇ କହିଛନ୍ତି, ଶ୍ରୀସନ୍ତଙ୍କ ଦଣ୍ଡାଦେଶ ବିଷୟରେ ପୁନର୍ବିଚାର କରି ୩ ମାସ ମଧ୍ୟରେ ନିଷ୍ପତ୍ତି ନିଅ ।’ ଏହି ରାୟ ଶ୍ରୀସନ୍ତଙ୍କ ବିରୋଧରେ କୋର୍ଟରେ ଚାଲିଥିବା ଅପରାଧିକ ମାମଲାକୁ ପ୍ରଭାବିତ କରିବ ନାହିଁ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟରେ ଶ୍ରୀସନ୍ତ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଁ ପୁଣି କ୍ରିକେଟକୁ ଫେରିବି । ଯଦି କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ୪୨ ବର୍ଷ ବୟସରେ ଗ୍ରାଣ୍ଡ ସ୍ଲାମ ଜିତି ପାରୁଛନ୍ତି, ତେବେ ମୁଁ କାହିଁକି ଖେଳି ପାରିବି ନାହିଁ । ମୁଁ ପୁଣି ଅଭ୍ୟାସ ଆରମ୍ଭ କରିବି । କ୍ରିକେଟକୁ ଫେରିବା ନେଇ ଦୀର୍ଘ ୬ ବର୍ଷ ଧରି ଅପେକ୍ଷା କରିଛି । କ୍ଲବ କ୍ରିକେଟ୍‌ ଖେଳିବା ଆରମ୍ଭ କରିବି । ସ୍କଟିସ ଲିଗ୍‌ ଖେଳିବା ନେଇ ଆଶା ରଖିଛି ।’ ୨୦୧୩ରେ ସେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହେବା ପରେ ବିସିସିଆଇ ତାଙ୍କୁ ବାସନ୍ଦ କରିଥିଲା । ବୋର୍ଡର ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଶ୍ରୀସନ୍ତ । କୋର୍ଟରେ ତାଙ୍କ ପକ୍ଷ ରଖି ବରିଷ୍ଠ ଆଇନଜୀବୀ ସଲମାନ ଖୁର୍ସିଦ କହିଥିଲେ, ମହମ୍ମଦ ଆଝାରୁଦ୍ଦିନ, ଅଜୟ ଶର୍ମା ଓ ପାକିସ୍ତାନୀ କ୍ରିକେଟର ସଲିମ ମଲିକ, ଆତା -ଉର- ରେହମାନଙ୍କ ଭଳି କ୍ରିକେଟର ମ୍ୟାଚ୍‌ ଫିକ୍ସିଂ ପାଇଁ କ୍ରିକେଟରୁ ଆଜୀବନ ବାସନ୍ଦ ହୋଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ଉପରୁ ବାସନ୍ଦାଦେଶ ପ୍ରତ୍ୟାହୃତ କରି ନିଆଯାଇଥିଲା । ମନୋଜ ପ୍ରଭାକର ଓ ଅଜୟ ଜାଡେଜାଙ୍କୁ ମାତ୍ର ୫ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା । କିନ୍ତୁ ଶ୍ରୀସନ୍ତ ଉପରେ ଏଭଳି ଦଣ୍ଡ କାହିଁକି ଲଦି ଦିଆଯାଇଛି । ଏମିତି ବି ସେ ୫ ବର୍ଷ ହେଲା କ୍ରିକେଟରୁ ଦୂରେଇ ରହିଛନ୍ତି । ଶ୍ରୀସନ୍ତ ପୁଣି କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରି ବିସିସିଆଇ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି । ବୋର୍ଡ ପ୍ରତି ତାଙ୍କର ଆନୁଗତ୍ୟ ରହିଛି ।’ ଆଇପିଏଲର ୨୦୧୩ ସଂସ୍କରଣରେ ଶ୍ରୀସନ୍ତ ସ୍ପଟ୍‌ ଫିକ୍ସିଂ କରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିଲେ । ତାଙ୍କ ସହ ଅଜିତ ଚାଣ୍ଡିଲା ଓ ଅଙ୍କିତ ଚଭନଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ପରେ ଏହି ମାମଲାରେ ଆଉ ୩୬ ଜଣଙ୍କୁ ଗିରଫ କରିଥିଲା ପୁଲିସ । ବିସିସିଆଇର ଆଜୀବନ ବାସନ୍ଦାଦେଶ ବିରୋଧରେ ପ୍ରଥମେ ଗତ ବର୍ଷ ଶ୍ରୀସନ୍ତ କେରଳ ହାଇକୋର୍ଟରେ ଅପିଲ କରିଥିଲେ । ଅଗଷ୍ଟ ୭ ତାରିଖରେ ହାଇକୋର୍ଟ ତାଙ୍କ ଉପରୁ ବାସନ୍ଦାଦେଶ ପ୍ରତ୍ୟାହୃତ କରିବା ନେଇ ରାୟ ଦେଇଥିଲେ । ମାତ୍ର ପରେ ବିସିସିଆଇ କରିଥିବା ଆବେଦନର ଶୁଣାଣି କରି କୋର୍ଟ ପୂର୍ବ ବାସନ୍ଦାଦେଶ ବଳବତ୍ତର ରଖିବା ନେଇ ରାୟ ଶୁଣାଇ ଥିଲେ । ଏହାପରେ ପୁଣି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.