ସୁପ୍ରିମକୋର୍ଟଙ୍କ ନିର୍ଦେଶ, ଗଣଦୁଷ୍କର୍ମ ପୀଡିତା ବିଲକିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ଗୁଜରାଟ ସରକାର

ନୂଆଦିଲ୍ଲୀ,୨୩।୪: ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ଗଣଦୁଷ୍କର୍ମ ପୀଡିତା ବିଲକିସ୍ ବାନୋଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି। କୋର୍ଟ ଗୁଜୁରାଟ ସରକାରଙ୍କୁ ଏହା ସହ ନିର୍ଦେଶ ଦେଇଛନ୍ତି ନିୟମ ଅନୁସାରେ ବିଲକିସ୍ ବାନୋଙ୍କୁ ସରକାରୀ ଚାକିରି ଓ  ରହିବାକୁ ଘର ଦେବାକୁ। ଆଜି ଏହି ରାୟ ଦେବା ସମୟରେ  ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଗୁଜରାଟ ସରକାରଙ୍କ ସ୍ଥାନୀ ଓକିଲ ହେମନ୍ତିକା ଓ୍ବାହିଙ୍କୁ କହିଛନ୍ତି ଆପଣ ନିଜକୁ ଭାଗ୍ୟଶାଳୀମାନଭ୍କୁ ଆମେ ଆପଣଙ୍କ ସରକାରଙ୍କ ବିରୋଧରେ କୌଣସି ନିଷ୍ପତ୍ତି ନେଇନାହୁଁ।

ଉଲ୍ଳେଖନୀୟ ଯେ, ୨୭ ଫେବୃଆରୀରେ ଗୋଧ୍ରା କାଣ୍ଡ ପରେ ସମ୍ପୂର୍ଣ୍ଣ ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା। ଏହି ଦଙ୍ଗାରେ ବହୁ ପରିମାଣରେ ନରସଂହାର ହୋଇଥିଲା। ଏହାର କିଛି ଦିନ ପରେ ୩ ମାର୍ଚ୍ଚ ୨୦୦୨ରେ ଅହମ୍ମଦାବାଦରୁ ୨୫୦ କିଲୋମିଟର ଦୂର ଏକ ଗାଁରେ ବିଲକିସ୍ ବାନୋଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ବିଲକିସଙ୍କ ୩ ବର୍ଷର ଝିଅ ସହିତ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରାଯାଇଥିଲା। ତେବେ ଆକ୍ରମର ପରେ ମଧ୍ୟ ବିଲକିସ ଓ ତାଙ୍କ ପରିବାରର ୬ ଜଣ ଜୀବିତ ଥିଲେ। ତାଙ୍କୁ ଯେତେବେଳେ ଗଣଦୁଷ୍କର୍ମ କରାଯାଇଥିଲା ୧୯ ବର୍ଷୀୟ ବିଲକିସ୍ ୫ମାସର ଗର୍ଭବତୀ ଥିଲେ।

ଏହାପରେ ସେ ୪ମାର୍ଚ୍ଚରେ ପଞ୍ଚମହଲର ଲିମଖେଡା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ସିବିଆଇ ୧୯ ଅପ୍ରେଲ ୨୦୦୪ରେ ନିଜର ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ବିଲକିସ୍ ଆଶଙ୍କା କରିଥିଳେ ଯେ ତାଙ୍କର ସାକ୍ଷୀଙ୍କୁ କ୍ଷତି ପହଁଞ୍ଚାଯାଇପାରେ ଓ ସିବିଆଇର ସାକ୍ଷ୍ୟକୁ ପ୍ରଭାବିତ କରାଯାଇପାରେ। ସୁପ୍ରିମକୋର୍ଟ ବିଲକିସ୍ ବାନୋଙ୍କ ଦାବି ପରେ ୬ ଅଗଷ୍ଟ ୨୦୦୪ରେ ମାମଲାକୁ ମୁମ୍ବାଇ ଟ୍ରାନ୍ସଫର କରିଥିଲେ।ୟୁଡି ସାଲଭିଙ୍କ ସ୍ବତନ୍ତ୍ର ଅଦାଲତ ୨୧ ଜାନୁଆରୀ ୨୦୦୮ରେ ନିଜର ରାୟରେ ବିଲକିସଙ୍କ ସହ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ନେଇ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ୧୧ ଜର ଦୋଷୀ ଏହା ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ବମ୍ବେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ବଳବତ୍ତର ରଖିଥିଲେ।

   ସମ୍ବନ୍ଧିତ ଖବର


ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌