PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ଦିନ ୧ଟାରେ ଆସିବ ଅଭିଯୁକ୍ତ ଅକ୍ଷୟର ପୁନର୍ବିଚାର ଆବେଦନର ରାୟ

ନୂଆଦିଲ୍ଲୀ ୧୮।୧୨: ସୁପ୍ରିମକୋର୍ଟରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନ ଉପରେ ଚାଲିଥିବା ଶୁଣାଣି ଶେଷ ହୋଇଛି ।ପ୍ରଧାନ ବିଚାରପତି ମାମଲାରୁ ଓହରିବା ପରେ ବିଚାରପତି ଭାନୁମତିଙ୍କ ଅଧ୍ୟକ୍ଷତାରେ ନୂତନ ଖଣ୍ଡପୀଠ ଶୁଣାଣି ଗଠିତ ହୋଇଥିଲା । ଖଣ୍ଡପୀଠର ଥିବା ଅନ୍ୟ ସଦସ୍ୟ ହେଲେ ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ବୋପନ୍ନା । ଦିନ ଗୋଟାଏରେ ଏହାର ରାୟ ଆସିବ ।

ନିର୍ଭୟାଙ୍କ ସାଙ୍ଗ ପଇସା ନେଇ ଇଣ୍ଟରଭ୍ୟୁ ଦେଇଛନ୍ତି । ଏହି ମାମଲାରେ ସାକ୍ଷୀ ସନ୍ଦେହ ଘରରେ ରହୁଛନ୍ତି । ଏହି ମାମଲାରେ ଅକ୍ଷୟ ନୀରିହ ବୋଲି ଅକ୍ଷୟ ଅକ୍ଷୟର ଓକଲି ଏ.ପି ସିଂହ ଯୁକ୍ତ ରଖିଛନ୍ତି ।  ତେବେ ଦୋଷୀଙ୍କ ପ୍ରତି କୌଣସି ସହାନୁଭତି ଦେଖାଇବା ଆବଶ୍ୟକ ନାହିଁ । ଦୋଷୀଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ସଲିସିଟର ଜେନେରାଲ କୋର୍ଟରେ ପକ୍ଷ ରଖିଛନ୍ତି । ଉଭୟ ପକ୍ଷଙ୍କୁ ଶୁଣିବା ପରେ ଦିନ ୧ଟାରେ ଫଇସଲା ଶୁଣାଇବେ ସୁପ୍ରିମକୋର୍ଟ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାକୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯ୍ୟାତନା ଦିଆଯାଇଥିଲା ।  ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାକୁ ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ ।ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।