୩ ମାସର ଇଏମଆଇ ସ୍ଥଗିତ ମାମଲାରେ ହସ୍ତକ୍ଷେପ ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୩୦/୪: କରୋନା ସଙ୍କଟ ମଧ୍ୟରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ RBI (Reserve Bank of India) ତରଫରୁ ୩ ମାସର ଇଏମଆଇ ଉପରେ ଆଶ୍ୱସ୍ତି ପ୍ରଦାନ ସର୍କୁଲାର ନେଇ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର ହୋଇଛି । ଏନେଇ ସୁପ୍ରିମକୋର୍ଟ ଆରବିଆଇକୁ ମୋରେଟୋରିୟମ୍ ସର୍କୁଲର ଉପରେ ହସ୍ତକ୍ଷେପ କରିବା ପାଇଁ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି କି ଏହା ସଫା ସଫା ଜଣାପଡୁଛି କି ଆରବିଆଇ ଦ୍ୱାରା ଦିଆଯାଇଥିବା ଫାଇଦା ପାରିତ କରାଯାଇପାରିବ ନାହିଁ । ମୋରେଟୋରିୟମକୁ ଲାଗୁ କରିବା ନେଇ RBI  ଏହାର ଯାଞ୍ଚ କରାଇପାରେ ।

ଆପଣଙ୍କୁ କହିରଖୁଛୁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଯାଚିକାରେ ଆରବିଆଇ ସର୍କୁଲାରକୁ ଆଖିରେ ଧୂଳି ଦେବା ଭଳି ଦର୍ଶାଯାଇଛି । ଯାଚିକାରେ କୁହାଯାଇଛି କି ମୋରେଟୋରିୟମ୍ ଅବଧି ସମୟରେ ସୁଧ ଲାଗିବ ଏବଂ ଏଭଳି ଅତିରିକ୍ତ ସୁଧ ଦେବାର କୌଣସି ଯଥାର୍ଥତା ନାହିଁ । ଯାଚିକା ଅନୁସାରେ ଯେତେବେଳେ ଲୋକମାନଙ୍କ ଚାକିରୀ ଉପରେ ସଙ୍କଟ ଆସେ ଏବଂ ସେମାନଙ୍କ ଆୟର ସାଧନ ଛଡାଇ ନିଆଯାଏ ତେବେ ସରକାର ଓ ବ୍ୟାଙ୍କଗୁଡିକୁ ମାନବିକତା ଆପଣାଇବା ଉଚିତ୍ ।

ଆବେଦନକାରୀ କହିଛନ୍ତି କି ନିୟମିତ ଇଏମଆଇ ସହିତ ଅତିରିକ୍ତ ସୁଧ ପୈଠ କରିବାର କୌଣସି ଅର୍ଥ ନାହିଁ । ଏଥିପାଇଁ ଏହି ସଙ୍କଟ ସମୟରେ ଋଣଧାରକଙ୍କୁ ଆଶ୍ୱସ୍ତି ଦିଆଯାଉ ।  ଯାଚିକାରେ କୁହାଯାଇଛି କି ଲକଡାଉନ ଯୋଗୁଁ ଲୋକମାନେ ବହୁତ ଚିନ୍ତାରେ ଚାପଗ୍ରସ୍ତ ଜୀବନ ଜୀଉଛନ୍ତି । ଯେତେବେଳେ ସାରା ଦେଶ ଏତେବଡ ସଙ୍କଟମଧ୍ୟ ଦେଇ ଗତିକରୁଛୁ ସେତେବେଳେ ଆର୍ଥିକ ସଂସ୍ଥାକୁ ଲାଭ ଅର୍ଜନ କରିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଏଥିପାଇଁ କୋର୍ଟ ଉଚିତ୍ ଆଦେଶ ଜାରି କରି ସାର୍ବଜନିକ ହିତରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଅତିକମରେ ମୋରେଟୋରିୟମ୍ ପିରିୟଡ ପାଇଁ ନିଜ ଗ୍ରାହକଙ୍କଠୁ ଅତିରିକ୍ତ ସୁଧ ନନେବାପାଇଁ ଅନୁରୋଧ କରି ଯାଚିକା ଦାୟର ହୋଇଥିଲା ।

   ସମ୍ବନ୍ଧିତ ଖବର


ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି

ପୁଣି ଖସିଲା ସୁନା-ରୂପା ଦାମ୍

5G ରଣକ୍ଷେତ୍ରରେ ଏୟାର୍‌ଟେଲ୍‌- ଜିଓ ମଧ୍ୟରେ ହେବ ଟକ୍କର; ଆମେରିକାରେ ଜିଓର ୫ଜି ପରୀକ୍ଷଣ ସଫଳ