
ଭୁବନେଶ୍ୱର,୨୭/୧୧: ରାଜନୀତି ଦୁନିଆର ବେଶ୍ ଚର୍ଚ୍ଚିତ ଚେହେରା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ପୁଣି ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ନିଆରା ଡାଏଲଗ୍ ମାରି ଲୋକଙ୍କ ମନ ଜିଣିଥିବା ସୁର ଭାଇ ଗତ କିଛି ଦିନ ତଳେ ଓଡି଼ଆ ଗୀତ ‘ରଙ୍ଗବତୀ’ରେ ରାପ୍ ରେକର୍ଡିଂ କରି ଚର୍ଚ୍ଚାକୁ ଆସିଥିଲେ । ‘ଆସିଗଲା ସୁର ରାଉତ, କଡ୍ଡା ଉପହାର ନେଇ ତ’ ଏଭଳି କିଛି ଲାଇନ୍କୁ ନେଇ ସଙ୍ଗୀତରେ କଣ୍ଠଦାନ କରିଥିଲେ ବିଧାୟକ ସୁର ରାଉତରାୟ । ଶୁଣିବାକୁ ମିଳିଛି ଗୁରୁବାର ସେ ଗୀତର ଭିଡିଓ ସୁଟିଂ କୁଆଖିଆ ନଦୀ ପଠାରେ ହୋଇଛି । ଯାହାର ଫଟୋ ଭାଇରାଲ୍ ହେବା ସହ ଗୀତ ଗାଇବା ପରେ ଅଭିନୟ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ସୁରଭାଇ ।
ଅରମାନ ମ୍ୟୁଜିକ୍ ପ୍ରଯୋଜିତ ଏହି ‘ରଙ୍ଗବତୀ’ ସଙ୍ଗୀତରେ ସୁରଭାଇଙ୍କ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ । ଗୀତଟିକୁ ଲେଖିଛନ୍ତି ଚର୍ଚ୍ଚିତ ଯୁବ ଗୀତିକାର ତପୁ ନାୟକ । ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଅବସରରେ ସୁରଭାଇ କହିଥିଲେ, ରାଜନୀତି ସାଙ୍ଗକୁ ଗୀତ ଟିକେ ଗାଇବାକୁ ଇଚ୍ଛା ହେଲା । ତାହା ପୂରଣ ହେଇଗଲା ।
ଓଡିଆ ଗୀତରେ ରାପ୍ କଲେ ସୁର ଭାଇନା pic.twitter.com/uj5NmRohH3
— Prameya Odia (@prameyaodia) November 21, 2020