PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ନବୀନଙ୍କ ଫିଟନେସ୍ ଭିଡିଓକୁ ସୁରଙ୍କ ଆହ୍ୱାନ୍: ‘ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ପର୍ଯ୍ଯନ୍ତ ମୋ ସହିତ ଦୌଡି ଦେଖାଅ’

ଭୁବନେଶ୍ୱର ୬/୪: ଗତକାଲିଠାରୁ ଚର୍ଚ୍ଚାରେ ଅଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କ ଫିଟନେସ୍ ଭିଡିଓ ଭାଇରାଲ ହେବାପରଠୁ ସେ ଚର୍ଚ୍ଚାରେ ଅଛନ୍ତି । ଏତିକିବେଳେ ନବୀନଙ୍କୁ ଆହ୍ୱାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ନିଜର ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ସୁର । ତେବେ ଆଜି ସେ ଗଣମାଧ୍ଯମରେ ନବୀନଙ୍କୁ ଆହ୍ୱାନ ଦେଇଛନ୍ତି ।

ଶନିବାର ଗଣମାଧ୍ୟମରେ ସୁର କହିଛନ୍ତି ଯେ ନବୀନଙ୍କ ଫିଟନେସ୍ ଭିଡିଓ କେବଳ ଆକ୍ଟି ଓ ଆକ୍ସନ  । ସେ କହିଛନ୍ତି ଯେ ନବୀନ ତାଙ୍କ ଠାରୁ ବୟସରେ ସାନ । କିନ୍ତୁ ଯଦି ନବୀନ ଭୁବନେଶ୍ୱର ମାଷ୍ଟରକ୍ଯାଣ୍ଟିନ୍ ଛକରୁ ରାଜମହଲ ଛକ ପର୍ଯ୍ଯନ୍ତ ତାଙ୍କ ସହ ଦୌଡି ଜିତି ଯିବେ ତେବେ ସେ ନବୀନଙ୍କୁ ଅଭିନନ୍ଦନ ଜଣାଇବେ । କହିରଖୁଛୁ ବରିଷ୍ଠ ନେତା ସୁରଙ୍କ ବୟସ ଏବେ ୭୫ ବର୍ଷ ଏବଂ ନବୀନଙ୍କ ବୟସ ୭୨ ବର୍ଷ । ତେବେ ସୁରଙ୍କ ଏହି ଚାଲେଞ୍ଜ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତକାଲି ନବୀନଙ୍କ ୨ ମିନିଟ୍ ୪୨ସେକେଣ୍ଡର ଏହି ଫିଟନେସ୍ ଭିଡିଓ ଭାଇରାଲ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ନିବାସ ଭିତରେ ଜଗିଂ କରିବା ସହ ବିଭିନ୍ନ ବ୍ୟାୟାମ କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁବେଳେ ଧଳା କୁର୍ତ୍ତା ଓ ପାଇଜାମାରେ ଦେଖି ଆସୁଥିବା ଲୋକଙ୍କୁ ତାଙ୍କ ଏଭଳି ବେଶ ଟିକେ ଝଟକା ଦେଇଥିଲା । ମୁଖ୍ୟମନ୍ତ୍ରୀ ଏହି ଭିଡିଓରେ ଏକ ପ୍ୟାଣ୍ଟ ଓ କଳା ଟି-ସାର୍ଟ ପିନ୍ଧିଛନ୍ତି । ନବୀନ ଯେଉଁ ପ୍ରକୋଷ୍ଠରେ ବ୍ୟାୟାମ କରୁଛନ୍ତି ସେହି ରୁମରେ ଥିବା ଟିଭିରେ ପ୍ରମେୟ ନ୍ୟୁଜ୍ ସେଭେନ୍ ସମେତ କିଛି ଅନ୍ଯ  ଓଡିଆ ନ୍ଯୁଜ୍ ଚ୍ୟାନେଲ ଚାଲୁଥିବା ମଧ୍ୟ ଦୃଶ୍ୟମାନ ହେଉଛି ।

ବ୍ୟାୟାମ ସରିବା ପୂର୍ବରୁ ନବୀନ କ୍ୟାମେରାକୁ ଦେଖି କହୁଛନ୍ତି ଯେ, ଆଇ ଆମ ଗେଟିଂ ରେଡି ଟୁ ଫାଇଟ୍ ଫର୍‌ ପିପୁଲ ଅଫ୍ ଓଡିଶା । ଅର୍ଥାତ୍ ଓଡିଶା ଲୋକଙ୍କ ପାଇଁ ଯୁଦ୍ଧ କରିବା ଲାଗି ମୁଁ ପ୍ରସ୍ତୁତ ହେଉଛି । ଗତ କିଛିମାସ ତଳେ ନବୀନ ପଟ୍ଟନାୟକ ଅସୁସ୍ଥ ବୋଲି ପ୍ରଚାର ହେଉଥିଲା । ଏହାର ଉତ୍ତରରେ ମୁଁ ସୁସ୍ଥ ଅଛି ବୋଲି ଅନେକ ଥର ଜବାବ ଦେଇଥିଲେ ନବୀନ । ଏବେ କିନ୍ତୁ ଭିଡିଓ ମାଧ୍ୟମରେ ଏଭଳି ଆଲୋଚନାର ସିଧା ଜବାବ ଦେଲେ ନବୀନ ।

ଅଧିକ ପଢନ୍ତୁ ସୁରଙ୍କ ପରେ ନବୀନଙ୍କୁ ଚାଲେଞ୍ଜ ମାରିଲେ ଦାମ, ‘ପିଏମଜିରେ ୧୫ ମିନିଟ୍ ଠିଆ ହୋଇ ବିତର୍କ କର’

ସମ୍ବନ୍ଧିତ ଖବର