କଶ୍ମୀରରେ କ୍ରିକେଟକୁ ପ୍ରୋତ୍ସାହନ ଦେବା ପାଇଁ ଏହି କ୍ରିକେଟର ରଖିଲେ ପ୍ରସ୍ତାବ

ନୂଆଦିଲ୍ଲୀ ୨୬/୮: ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା, ଅନେକ ସୁବିଧାରୁ ବଞ୍ଚିତ ହେଉଥିବା ଜମ୍ମୁ କଶ୍ମୀର ପିଲାମାନଙ୍କ ପାଇଁ ସାମ୍ନାକୁ ଆସିଛନ୍ତି । ସେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ କ୍ରିକେଟର ବିକାଶ ଚାହୁଁଛନ୍ତି । ନିକଟରେ ରାଇନା ଅନ୍ତର୍ଜାତୀୟ କ୍ୟାରିୟରରୁ ସନ୍ୟାସ ନେଇଛନ୍ତି । ସେ କହିଛନ୍ତି କି ‘ମୁଁ ଜମ୍ମୁ କଶ୍ମୀରର ସ୍କୁଲ, କଲେଜ ଓ ଗ୍ରାମାଞ୍ଚଳରୁ ଯୁବ ଟ୍ୟାଲେଣ୍ଟ ଖୋଜିବାକୁ ଚାହୁଁଛି । ସେମାନଙ୍କ ମଧ୍ୟରେ ଥିବା ଦକ୍ଷତାକୁ ଚିହ୍ନାଇବାରେ ସାହାଯ୍ୟ କରିବାକୁ ଚାହୁଁଛି ଯାହା ଫଳରେ ସେମାନେ ଜାତୀୟ ଟିମରେ ଯୋଗଦାନ ଦେଇପାରିବେ ।’

ଏଥିପାଇଁ ସୁରେଶ ରାଇନା ଜମ୍ମୁ କଶ୍ମୀରର ଡାଇରେକ୍ଟ ଜେନରାଲ୍ ଅଫ୍ ପୋଲିସ ଦିଲବାଦ ସିଂହଙ୍କୁ ଚିଠି ଲେଖିଛନ୍ତି । ରାଇନା ନ୍ୟୁଜ ଏଜେନ୍ସି ଏଏନଆଇ ସହିତ ଆଲୋଚନାରେ କହିଛନ୍ତି ‘ମୁଁ ଲମ୍ବା ସମୟ ପର୍ଯ୍ୟନ୍ତ ଗୌରବର ସହିତ ଭାରତୀୟ ଟିମକୁ ରିପ୍ରେଜେଣ୍ଟ କରିଛି । ଏବେ ସମୟ ଆସିଯାଇଛି ମୁଁ  ସମାଜ ପାଇଁ କିଛି କରିବି । ସେମାନଙ୍କ ପାଇଁ କିଛି କରିବି ଯେଉଁମାନେ ମୋତେ ଏତେ ଭଲପାଇବା ଓ ଆଶୀର୍ବାଦ ଦେଇଛନ୍ତି ।’

View this post on Instagram

✌️

A post shared by Suresh Raina (@sureshraina3) on

ସେ ଏହା ମଧ୍ୟ କହିଛନ୍ତି କି ‘ମୋ ପୂର୍ବଜ କଶ୍ମୀରର ଥିଲେ । ମୂଳ ରୂପେ କଶ୍ମୀରୀ ପଣ୍ଡିତ ହେବା ଯୋଗୁଁ ମୁଁ ଚାହୁଁଛି କି ଜମ୍ମୁ କଶ୍ମୀରର ପିଲାମାନଙ୍କ ମଧ୍ୟରେ କ୍ରିକେଟ୍ ଭାବନା ବୃଦ୍ଧି ଏବଂ ବିକାଶ ହେଉ । ସେମାନଙ୍କ ପାଇଁ ମୁଁ ନିଶ୍ଚୟ କିଛି କରିିବି । ଏହି କାରଣରୁ ମୁଁ ଜମ୍ମୁ କଶ୍ମୀରର ଡିଜିପି ଦିଲବାଗ ସିଂହ ଜୀ, ଅନନ୍ତନାଗ ଏସଏସପି ସନ୍ଦୀପ ଚୌଧୁରୀ ଜୀଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ରଖିଛି ।’ 

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

NZ vs WI: ବର୍ଷା ପାଇଁ ବାତିଲ ହେଲା ତୃତୀୟ ଟି-୨୦, ୨-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’