‘ରିଲିଫ ନ ମିଳିଲେ ସଚିବାଳୟ ଘେରିବୁ’: ପୂର୍ବତନ ବିଧାୟକ ସୁରଶେ ରାଉତରାୟ

ଭୁବନେଶ୍ୱର,୧୦ ।୫(ବ୍ୟୁରୋ): ବାତ୍ୟାରେ ଜଟଣୀ ନିର୍ବାଚନ ମଣ୍ଡଳୀରେ ଅପୂରଣୀୟ କ୍ଷତି ହୋଇଛି । ଲୋକମାନଙ୍କୁ ଠିକ୍‌ରେ ରିଲିଫ୍‌ ପ୍ରଦାନ କରାଯାଉ ନାହିଁ । ଗୃହପାଳିତ ପଶୁଙ୍କ ପାଇଁ ସରକାର କିଛି କରି ନାହାନ୍ତି । ବିଜୁଳି ବ୍ୟବସ୍ଥା ପୁରା ଠପ୍‌ । ଯଦି ୨୦ ଦିନ ମଧ୍ୟରେ ଏ ସବୁ ସମସ୍ୟରେ ପୂର୍ଣ୍ଣ ସମାଧାନ କରାନଯାଏ ତ’ହେଲେ ଆସନ୍ତା ୧ ରେ ସଚିବାଳୟ ଘେରାଉ କରାଯିବ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଚୋତାବନୀ ଦେଇଛନ୍ତି ଜଟଣୀର ପୂର୍ବତନ ବିଧାୟକ ସୁରଶେ କୁମାର ରାଉତରାୟ

ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି, ଜଟଣୀ ମ୍ୟୁନିସିପାଲିଟି, ଜଟଣୀ ବ୍ଲକ୍‌, ଭୁବନେଶ୍ୱର ବ୍ଲକ୍‌, ଖୋର୍ଦ୍ଧା ବ୍ଲକ୍‌, ଭୁବନେଶ୍ୱର ମ୍ୟୁନିସିପାଲିଟି ସମସ୍ତ କଚା ଘର, ଟିଣ, ଆଜବେଷ୍ଟସ, ଟାଇଲ୍‌ ଘର, ଗଛ ଓ ବିଦ୍ୟୁତ ଖୁଣ୍ଟି ଭାଙ୍ଗିରୁଜି ମାଟିରେ ମିଶିଛି । ବିଦ୍ୟୁତ କାମ ବିଳମ୍ବ ହେବାରୁ ପାନୀୟ ଜଳ ଯୋଗାଣ ହୋଇପାରୁନି । ଲୋକଙ୍କ ପାଖରେ ଖାଦ୍ୟ ନାହିଁ । ଗୃହପାଳିତ ପଶୁ ଖାଦ୍ୟ ନ ପାଇ ମଲେଣି । ଯେଉଁମାନେ ଜୀବୀତ ଅଛନ୍ତି ସେମାନଙ୍କୁ ତୁରନ୍ତ ଖାଦ୍ୟ ଦିଆଯାଉ ନାହିଁ । ମରିଥିବା ପଶୁଙ୍କ ପାଇଁ କ୍ଷତିପୂରଣ ମିଳୁନି । ସରକାର କେବଳ ବିପିଏଲ୍‌ କାର୍ଡ ଥିବା ଲୋକଙ୍କୁ ରିଲିଫ୍‌ ଦେଉଛନ୍ତି । ଗାଁ ଓ ବସ୍ତିରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର କାର୍ଡ ନାହିଁ । ତହସିଲଦାରଙ୍କ ଦ୍ୱାରା ଅନୁସନ୍ଧାନ କରି ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦେବା ବ୍ୟବସା୍ଥ କରନ୍ତୁ । ତା’ଛଡା ଜଟଣୀ ସହର ଓ ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତକରଣ ବିପର୍ଯ୍ୟସ୍ତ ହୋଇଯାଇଛି । ତୁରନ୍ତ ବିଦ୍ୟୁତ ଯୋଗଇବା ବ୍ୟବସ୍ଥା କରାଯାଉ । ଏବେ ବି ପିଇବା ପାଣିର ଅନେକ ସମସ୍ୟା ରହିଛି । ଟ୍ୟାଙ୍କର ଜରିଆରେ ପାଣି ଦିଆଯାଉ । କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ଓ ଆର୍ଥିକ ସାହାଯ୍ୟର ବ୍ୟବସ୍ଥା କରାଯାଉ । ଯଦି ଆସନ୍ତା ୩୧ ତାରିଖ ମଧ୍ୟରେ ସରକାର ଏ ସବୁ ଉପରେ କିଛି ପଦକ୍ଷପ ନ ନିଅନ୍ତ, ଜୁନ୍‌ ୧ ତାରିଖରେ ସଚିବାଳୟ ଘେରାଉ ହେବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି । ଏନେଇ ସେ ମୁଖ୍ୟ ରିଲିଫ୍‌ କମିଶନରଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ