ସର୍ଫ ଏକ୍ସେଲ ବଦଳରେ ମାଇକ୍ରୋସପ୍ଟ ଏକ୍ସେଲକୁ ବିରୋଧ ,ଟ୍ବିଟ୍ ହେଲା ଭାଇରାଲ

ନୂଆଦିଲ୍ଲୀ,୧୨।୩: ସୋସିଆଲ ମିଡିଆରେ ଆଜିକାଲି ସର୍ଫ ଏକ୍ସେଲକୁ ବୟକଟ କରିବା ନେଇ କ୍ୟାମ୍ପେନ ଚାଲିଛି। ଭାଇଚାରା ବାର୍ତ୍ତା ବହୁନ କରିବା ଉଦେଶ୍ୟରେ ସର୍ଫ ଏକ୍ସେଲର ଏହି ବିଜ୍ଞାପନ କାରଣରୁ ଲୋକେ ତାକୁ ବୟନକଟ କରିବାରେ ଲାଗିଛନ୍ତି। ତେବେ ଏହି ମାମଲାରେ ଜଣେ ବ୍ୟକ୍ତି ଚେଷ୍ଟା କରିଛନ୍ତି ସେ ସର୍ଫ ଏକ୍ସେଲର ଏହି ବିଜ୍ଞାପନର ଅଭିଯୋଗକୁ କମ୍ପାନୀର ମାଲିକ ପର୍ଯ୍ୟନ୍ତ ପହଁଞ୍ଚାଇବାକୁ। ସେଥିପାଇଁ ସେ ଗୁଗୁଲ ପ୍ଳେ ଷ୍ଟୋରରେ ମାଇକ୍ରୋସଫ୍ଟ ଏକ୍ସେଲର ଆପକୁ ୧ ଷ୍ଟାର ରେଟିଂ ଦେଇଛନ୍ତି। ଏହା ସହ ଲେଖିଛନ୍ତି ବୟକଟ୍ ସର୍ଫ ଏକ୍ସେଲ, ହିନ୍ଦୁ ବିରୋଧୀ ଅଟେ, ପାକିସ୍ତାନରେ ଯାଇକି ବ୍ୟବସାୟ କର।
When you are confused between #SurfExcel and Microsoft Excel, shit happens. pic.twitter.com/vxJaVfLzcw
— Aparna (@chhuti_is) March 11, 2019
Snapchat to #SurfExcel and Snapdeal to Excel.#NamumkinAbMumkinHai pic.twitter.com/gJcOqzejJj
— Aam Gilas(mausam vibhag) (@dagonsin9) March 12, 2019
I have not laughed this hard in a long time.
— Dhiraj Kumar (@KjdSingh) March 12, 2019
🤣🤣🤣😂😂😂😂 https://t.co/2xGfgHDE4N
ଏବେ ପ୍ଳେ ଷ୍ଟୋରରେ କରାଯାଇଥିବା ଏହି ରିଭ୍ୟୁକୁ ଲୋକଙ୍କୁ ହସିବାର ଖୋରାକ ମିଳିଯାଇଛି। ସେମାନେ ଏହାର ସ୍କ୍ରିନ୍ ସଟ୍ ସହିତ ଟ୍ବିଟ୍ କରିବାରେ ଲାଗିଛି। ଉଲ୍ଳେଖନୀୟ ଯେ ପ୍ରାୟ ୧ ମିନିଟର ଏହି ବିଜ୍ଞାପନରେ ଦେଖିବାକୁ ମିଳୁଛି ହିନ୍ଦୁ ଝିଅଟିଏ ନିଜର ଘର ପାଖାପାଖି ଧଳାରଙ୍ଗର ଟି-ସାର୍ଟ ପିନ୍ଧି ସାଇକେଲରେ ବୁଲୁଛି ଓ ତାକୁ ସବୁ ସାଙ୍ଗ ପିଲାମାନେ ଘରର ବାଲକୋନି ଉପରୁ ରଙ୍ଗ ପକାଉଛନ୍ତି। ଶେଷରେ ସମସ୍ତଙ୍କ ପାଖରୁ ରଙ୍ଗ ଶେଷ ହୋଇଯାଉଛି। ଏହାପରେ ଝିଅଟି ନିଜର ଏକ ମୁସଲିମ ସାଙ୍ଗର ଘର ବାହାରେ ପହଁଞ୍ଚି କହେ ସବୁ ରଙ୍ଗ ଶେଷ ହୋଇଯାଇଛି, କାହା ପାଖରେ ନାହିଁ। ଏହାପରେ ମୁସଲିମ୍ ପୁଅଟିକୁ ସାଇକେଲରେ ମସଜିଦ୍ ବାହାରେ ଛାଡିଦିଏ। ଅଳ୍ପ ହସି ଦେଇ ପୁଅଟି ନମାଜ ପଢିବାକୁ ଯାଉଛି କହି ଚାଲିଯାଏ। ସିଢି ଚଢିବା ବେଳେ ଝିଅଟି କହେ ପରେ ରଙ୍ଗ ପଡିବ।
I think they got lost online a bit. pic.twitter.com/zo5AqSxb5J
— Karthik (@beastoftraal) March 11, 2019
ତେବେ ଏହି ବିଜ୍ଞାପନଟି ଆସିବା ପରେ ଦକ୍ଷିଣପନ୍ଥୀ ଲୋକ ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ ମତରେ ବିଜ୍ଞାପନ ଜରିଆରେ କମ୍ପାନୀ ହିନ୍ଦୁ ଧର୍ମର ଭାବନାକୁ ଆଘାତ ଦେଇଛି। ଗତ ୨୭ ଫେବୃଆରୀରେ ଏହି ବିଜ୍ଞାପନଟି ରିଲିଜ୍ ହୋଇଥିଲା। କିନ୍ତୁ ଏବେ ଲୋକେ ସର୍ଫ ଏକ୍ସେଲ ଓ ମାଇକ୍ରୋ ସଫ୍ଟ ଏକ୍ସେଲ ଭିତରେ ପ୍ରାର୍ଥକ୍ୟ ବୁଝି ନପାରି ବିରୋଧ କରିବା ନିହାତି ପକ୍ଷେ ହାସ୍ୟସ୍ପଦ କଥା।