ଭାରତ ବିରୋଧରେ ଏଫ୍-୧୬ ବିମାନର ଅପବ୍ୟବହାର କରିଥିବାରୁ ପାକିସ୍ତାନକୁ ଜବାବ୍ ମାଗିଲା ଆମେରିକା

ନୂଆଦିଳ୍ଳୀ,୨।୩: ସର୍ଜିକାଲ ଷ୍ଟ୍ରାଇକ-୨ ପରେ ଭାରତକୁ ଯବାବ୍ ଦେବା ଲାଗି ପାକିସ୍ତାନ ଆମେରିକାର ନିର୍ମିତ ଏଫ୍-୧୬ ବିମାନକୁ ବ୍ୟବହାର କରିଛି। ଭାରତ ବିରୋଧରେ ପାକିସ୍ତାନର ସମ୍ଭାବ୍ୟ ଅପବ୍ୟବହାର ସଂକ୍ରାନ୍ତ ଅଧିକ ସୂଚନା ଯୁକ୍ତରାଷ୍ଟ୍ର ଆମେରିକା ଚାହୁଁଥିବା କଥା ବୈଦଶିକ ବ୍ୟାପର ବିଭାଗ କହିଛି। ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଅଧିକ ସୂଚନା ମାଗିଛି।
କଶ୍ମୀରରେ ଥିବା ଭାରତୀୟ ସେନା କ୍ୟାମ୍ପ ଉପରେ ଆକାଶମାର୍ଗରୁ ଆକ୍ରମଣ କରିବା ନିମନ୍ତେ ପାକିସ୍ତାନ ଯୁକ୍ତରାଷ୍ଟ୍ର ଆମେରିକା ନିର୍ମିତ ଏଫ-୧୬ ଫାଇବର ମୁତୟନ କରିଛି ବୋଲି ପ୍ରମାଣ କରିବାକୁ ଗୁରୁବାର ଦିନ ଭାରତୀୟ ବାୟୁସେନା ଆକାଶରୁ ଆକାଶକୁ ଉତକ୍ଷେପଣ କରାଯାଉଥିବା ଭିଜୁଆଲ ରେଞ୍ଜ୍ ବାହାରର ଏଏମଆରଏଏଏମ୍ ଅଂଶ ବିଶେଷ ପ୍ରଦର୍ଶନ କରିଥିଲେ।
ଏଫ୍-୧୬ ଲଢ଼ୁଆ ହୋଇ ନାହିଁ କି, ଭାରତ ଏହାକୁ ଗୁଳି ମାରି ଖସାଇ ନାହିଁ ବୋଲି ବୁଧବାର ଦିନ ପାକିସ୍ତାନ କହିଛି। କିନ୍ତୁ ବୈଦଶିକ ବିଭାଗ କହିଛି, ଆମେ ଏହି ଖବର ସଂକ୍ରାନ୍ତରେ ସଚେତନ ଅଛୁ ଏବଂ ଅଧିକ ସୂଚନା ଖୋଜୁଛୁ। ସମଗ୍ର ବିଶ୍ବରେ ହାଇଟେକ୍ ପ୍ରତିରକ୍ଷା ସାମଗ୍ରୀ ବିକ୍ରୟ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକା ସେଗୁଡ଼ିକର ଅପବ୍ୟବହାର ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ଏଫ୍-୧୬ ଅପବ୍ୟବହାର ସଂକ୍ରାନ୍ତ କୈାଣସି ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ ଚଳାଉଛି ଯୁକ୍ତରାଷ୍ଟ୍ର ଆମେରିକା।