PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

‘ସ୍ଥଳ,ଆକାଶ କିମ୍ବା ମହାକାଶ ସବୁଠି ସର୍ଜିକାଲ ଷ୍ଟ୍ରାଇକ୍ କରିବାର ସାହାସ ଏ ଚୌକିଦାରର ଅଛି’

source:https://www.hindustantimes.com

ମୀରଟ,୨୮,୩: ଲୋକସଭା ନିର୍ବାଚନ ୨୦୧୯କୁ ନେଇ ଭାରତୀୟ ଜନତା ପାର୍ଟି(ବିଜେପି) ଆରମ୍ଭ କରିଛି ନିର୍ବାଚନୀ ପ୍ରଚାର। ଉତ୍ତର ପ୍ରଦେଶର ମୀରଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଚନୀ ପ୍ରଚାର ଆରମ୍ଭ କରି ବିରୋଧୀଙ୍କୁ ଘେରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ରାଲିରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହ ମୋଦି ବିରୋଧୀଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ସେ କହିଛନ୍ତି, ମୁଁ ଜଣେ ଚୌକିଦାର ଏବଂ ଚୌକିଦାର ଅନ୍ୟାୟକୁ କେବେ ପ୍ରଶ୍ରୟ ଦେବ ନାହିଁ। ମୁଁ ମଧ୍ୟ ମୋର ହିସାବ ଦେବି କିନ୍ତୁ ସମସ୍ତଙ୍କର ହିସାବ ନେବି। ହିସାବ ତ ହେବ…ସମସ୍ତଙ୍କର ହେବ କିନ୍ତୁ ଅଲଗା ଅଲଗା ଭାବରେ ହେବ।  ସ୍ଥଳ ହେଉ କି ବାୟୁ କିମ୍ବା ମହାକାଶ ସବୁଠି ସର୍ଜିକାଲ ଷ୍ଟ୍ରାଇକ୍ କରିବାର ସାହାସ ଏହି ଚୌକିଦାର ଦେଖାଇଛି। ବାଲାକୋଟରେ ଭାରତର ବିମାନ ଆକ୍ରମଣ ଉପରେ ବିରୋଧୀ ପ୍ରମାଣ ମାଗୁଛନ୍ତି। ଏଭଳି କରି ବିରୋଧୀମାନେ ପାକିସ୍ତାନର ପୋଷ୍ଟର ବୟ ପାଲଟିଛନ୍ତି। ସେହିପରି ମହାକାଶରେ ଆମର ସଫଳତାକୁ ବିରୋଧୀମାନେ ଅଣଦେଖା କରୁଛନ୍ତି। ଦେଶବାସୀଙ୍କୁ କ’ଣ ଦରକାର ସବୁତ (ପ୍ରମାଣ) ନା ସପୁତ(ସୁପୁତ୍ର)?

ମିଶନ୍ ଶକ୍ତିକୁ ନେଇ ରାହୁଲଙ୍କ ଟ୍ବିଟ ବାହାନାରେ ମୋଦି ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ’କେହି ଥିଏଟରରେ ନାଟକ ଦେଖିବାକୁ ଗଲେ, ସେଠାରେ କ’ଣ ଦେଖିବାକୁ ମିଳେ? ସେଠାରେ ସେଟ୍ ଶବ୍ଦର ବ୍ୟବହାର ସାଧାରଣ ହୋଇଥାଏ। ତେଣୁ ଏହି ଶବ୍ଦ ବାରମ୍ବାର ବ୍ୟବହାର ହୋଇଥାଏ। ଯେତେବେଳେ ମୁଁ ଏ-ସାଟ୍ (ASAT) ଆଣ୍ଟି ସାଟେଲାଇଟ୍ ମିଶାଇଲ ସିଷ୍ଟମ କଥା କହୁଛି,  କିଛି ବୁଦ୍ଦିମାନ ଲୋକ  ବୁଝିନପାରି ସେଟ୍ କରୁଛନ୍ତି। ସେମାନେ ଭାବୁଛନ୍ତି ମୁଁ ଥିଏଟର ସେଟ୍ କଥା କହୁଛି। ଏବେ ଏଭଳି ବୁଦ୍ଧିମାନ ଲୋକଙ୍କୁ ଦେଖି ହସିବୁ ନା କାନ୍ଦିବୁ ବୋଲି କହିଛନ୍ତି ମୋଦି।

ଏହି ସମୟରେ ମୋଦି ତାଙ୍କର ସରକାରଙ୍କ ଉପଲବ୍ଧି ସମ୍ପର୍କରେ କହି ବିରୋଧୀଙ୍କୁ ସମାଲୋଚନା କରିଥିଲେ। କଂଗ୍ରେସର ‘ନ୍ୟାୟ ଯୋଜନା’କୁ କଟାକ୍ଷ କରି ମୋଦି କହିଛନ୍ତି ଯେଉଁ ଦଳ ୭୦ ବର୍ଷ ହେବ ଦେଶରୁ ଦ୍ରାରିଦ୍ର୍ୟ ଦୂର କରିପାରିଲାନି, ବ୍ୟାଙ୍କରେ ଲୋକଙ୍କର  ଖାତା ଖୋଲିପାରିଲାନି, ସେ ଲୋକଙ୍କ ଖାତାକୁ ଟଙ୍କା କେମିତି ଦେବେ? କଂଗ୍ରେସର ‘ଗରିବି ହଟାଅ’  କେବଳ ମାତ୍ର ଏକ ସ୍ଲୋଗାନ। ଗୋଟିଏ ପରିବାରରୁ ୪-୪ ଜଣ ଲୋକ ସରକାରରେ ରହିଲେ। କିନ୍ତୁ ଦେଶରୁ ଦ୍ରାରିଦ୍ୟତା ହଟାଇ ପାରିଲେନି, ତେଣୁ ଏହା କେବଳ ମାତ୍ର ଏକ ସ୍ଲୋଗାନ। ଗୋଟିଏ ପଟେ ‘ଚୌକିଦାର’ ଆଉ ଗୋଟେ ପଟେ ‘ଦାଗଦାର’, ଏହି ଚୌକିଦାର ଆପଣଙ୍କ ପାଇଁ କାମ କରୁଥିବ। ଆମ ସରକାର ଏଭଳି ଏକ ନୂତନ ଭାରତ ଗଠନ କରିବେ ଯାହା ନିଜର ଗୌରବଶାଳୀ ଅତୀତର ଅନୁରୂପ ବୈଭବଶାଳୀ ହେବ। ଏଭଳି ଏକ ଭାରତ ଯେଉଁଠି ସୁରକ୍ଷା, ସମୃଦ୍ଧି, ସମ୍ମାନ ଓ ସଂସ୍କାର ରହିଥିବ ବୋଲି ମୋଦି ତାଙ୍କ ଭାଷଣରେ କହିଛନ୍ତି।

ମୋଦୀ କହିଛନ୍ତି ଯେ, ବିରୋଧୀମାନେ ଅପମିଶ୍ରଣ ସହିତ ଏକାଠି ହୋଇ ଆସୁଛନ୍ତି। ଯଦି ସେମାନଙ୍କୁ ଆଉ ସୁଯୋଗ ଦିଆଯାଏ, ତା’ହେଲେ ଦେଶ ବହୁ ବର୍ଷ ପଛକୁ ଚାଲିଯିବ। ଏଭଳି ସରକାର ଯେତେବେଳେ କ୍ଷମତାରେ ଥିଲେ ଦେଶ ଭିତରେ ପ୍ରତିଦିନ ବୋମା ବିସ୍ଫୋରଣ ହେଉଥିଲା।  ଏଭଳି ଲୋକ ଆତଙ୍କବାଦୀଙ୍କୁ ସଂରକ୍ଷଣ  ଦେଉଥିଲେ। ଏହି ଅପମିଶ୍ରଣ ପାକିସ୍ତାନରେ ହିରୋ ହେବାକୁ ଚାହୁଁଛନ୍ତି। ଏହି ସମୟରେ ମୋଦି ସମାଜବାଦୀ ପାର୍ଟି- ବହୁଜନ ସମାଜବାଦୀ ଏବଂ ଆରଏଲଡିର ମେଣ୍ଟ ନେଇ କଟାକ୍ଷ କରି କହିଥିଲେ ଏସପିର ଶ, ଆରଏଲଡିର ରା ଏବଂ ବିଏସପିର ବ ଅର୍ଥ ହେଉଛି ‘ଶରାବ’, ଯାହାକି ଆପଣଙ୍କୁ ବରବାଦ୍ କରିଦେବ। ୨୦୧୯ ନିର୍ବାଚନରେ ଲୋକେ କାହାକୁ ଭୋଟ ଦେବେ ତାହା ସେମାନେ ସ୍ଥିର କରିସାରିଛନ୍ତି। ଆମ ସହିତ ୧୩୦ କୋଟି ଦେଶବାସୀ ରହିଛନ୍ତି, ତେଣୁ ଆମର ବିଜୟ ସୁନିଶ୍ଚିତ ବୋଲି ମୋଦି କହିବା ସହ  ‘ମେଁ ଭି ଚୌକିଦାର’ସ୍ଲୋଗାନ ଦେଇ ତାଙ୍କ ସଭା ଶେ​‌ଷ କରିଥିଲେ।

ସମ୍ବନ୍ଧିତ ଖବର