ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ବିଳମ୍ବିତ ରାତିରେ ସର୍ଜିକାଲ୍‌ ସାମଗ୍ରୀ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ମେଡିକାଲ ସର୍ଜରୀ ଯନ୍ତ୍ରପାତି

କଟକ,୦୩/୦୬: ଚାନ୍ଦିନୀଚୌକ ଛକ ନିକଟବର୍ତ୍ତୀ ଏକ ସର୍ଜିକାଲ୍‌ ସାମଗ୍ରୀ ଗୋଦାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ମେଡିକାଲ ସର୍ଜରୀ ଯନ୍ତ୍ରପାତି, ସାମଗ୍ରୀ, ଔଷଧ ଓ ବିଭିନ୍ନ ପ୍ରକାର କାଗଜପତ୍ର, ପେଟି ଥିବାରୁ ନିଆଁ ଖୁବ୍‌ଶୀଘ୍ର ବ୍ୟାପି ଯାଇଥିଲା । ପ୍ରଥମେ ସିଡିଏରୁ ଗୋଟିଏ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହେବାରୁ ବକ୍ସିବଜାର ଫାୟାର୍‌ ଷ୍ଟେସନ୍‌ରୁ ଏକାଧିକ ଗାଡ଼ି ଯାଇ ନିଆଁଲିଭା କାମରେ ନିୟୋଜିତ ହୋଇଛନ୍ତି । ପାଖାପାଖି ଦୁଇ ଘଣ୍ଟାଧରି ଉଦ୍ୟମ କରାଯିବା ପରେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, ବୁଧବାର ରାତି ପ୍ରାୟ ସାଢ଼େ ଦଶଟା ବେଳେ ଚାନ୍ଦିନୀଚୌକ ଛକରେ ଥିବା କିଶୋର ଚନ୍ଦ୍ର ରାଓଙ୍କ ସୁବର୍ଣ୍ଣା ଔଷଧ ତଥା ସର୍ଜିକାଲ୍‌ ସାମଗ୍ରୀ ଗୋଦାମରୁ ନିଆଁ ଓ ଧୂଆଁ ବାହାରୁଥିବା ଦେଖି ଲୋକେ ଅଗ୍ନିଶମ ସଂସ୍ଥାକୁ ଖବର ଦେଇଥିଲେ । ଖୁବ୍‌ଶୀଘ୍ର ନିଆଁ ବ୍ୟାପି ଯିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଥିଲେ । ଗୋଦାମରେ ଥିବା ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ କ୍ଷୟକ୍ଷତି ସଂପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.