ଅଦାର ବହୁତ ଗୁଡିଏ ଆଶ୍ଚର୍ଯ୍ୟଜନକ ଗୁଣ ରହିଛି , ଅନେକ ରୋଗରୁ ଉପଶମ ଦେଇଥାଏ…ପଢ଼ନ୍ତୁ

ନୂଆଦିଲ୍ଲୀ ୨୫/୪ : ଆମ ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କିନ୍ତୁ ସେଥିରୁ ଏପରି ଏକ ଜିନିଷ ବିଷୟରେ କହିବୁ ଯାହାର ଗୁଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ।

ଆମେ ଅଦା ବିଷୟରେ କହୁଛୁ । ଅଦା ହେଉଛି ସବୁଠାରୁ ଲାଭଦାୟକ ମସଲା । ଅଦା ପ୍ରଚୁର ପରିମାଣରେ ଭିଟାମିନ୍ , ମାଙ୍ଗାନିଜ୍ ଓ କପର ଧାରଣ କରିଥାଏ, ଯାହା ଶରୀର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଦାର ଅନେକ ଗୁଣ ରହିଛି। ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ । ଆସନ୍ତୁ ଜାଣିବା ଅଦାର ଅଦ୍ଭୁତ ଗୁଣ ବିଷୟରେ –

୧- ଅଦାରେ ଶରୀରକୁ କର୍କଟ ଭଳି ଭୟଙ୍କର ରୋଗରୁ ରକ୍ଷା କରିବାର ଗୁଣ ରହିଛି । ଏହା କର୍କଟ ସୃଷ୍ଟି କରୁଥିବା କୋଷଗୁଡ଼ିକୁ ମାରିଦିଏ । ଏକ ଅନୁସନ୍ଧାନରୁ ଜଣାପଡିଛି, ଅଦା ସ୍ତନ କର୍କଟର କୋଷ ବୃଦ୍ଧିକୁ ମଧ୍ୟ ରୋକିଥାଏ।

୨- ଯଦି ଆପଣ ମାଂସପେଶୀରେ କୌଣସି ଯନ୍ତ୍ରଣା ଅନୁଭବ କରୁଛନ୍ତି ତ , ଅଦା ବ୍ୟବହାର ଦ୍ୱାରା ଆରାମ ମିଳିଥାଏ । ବ୍ୟାୟାମ କରିବା ହେତୁ ଯଦି କୌଣସି ବ୍ୟକ୍ତିର କାନ୍ଧରେ ଯନ୍ତ୍ରଣା ହୁଏ, ତେବେ ପ୍ରତିଦିନ ୨ ଗ୍ରାମ ଅଦା ଖାଇବା ଦ୍ୱାରା ମାଂସପେଶୀରୁ ଯନ୍ତ୍ରଣା କମିଯାଏ ।

୩- ରକ୍ତକୁ ପତଳା କରିବାରେ ଅଦାର ଏକ ଉତ୍ତମ ଗୁଣ ଅଟେ । ଏହି କାରଣରୁ ଏହା ରକ୍ତଚାପ ପରି ରୋଗରେ ତୁରନ୍ତ ଉପଶମ ପାଇଁ ଜଣାଶୁଣା ।

୪- ଋତୁସ୍ରାବ ସମୟରେ ଅନେକ ମହିଳାଙ୍କୁ ଯନ୍ତ୍ରଣା ସହିବାକୁ ବାକୁ ପଡେ । ଏଣୁ ଋତୁସ୍ରାବ ଯନ୍ତ୍ରଣା କମାଇବା ପାଇଁ ଅଦା ପାଉଡର ବ୍ୟବହାର କରାଯାଇପାରେ । ଋତୁସ୍ରାବ ସମୟରେ ପ୍ରତିଦିନ ଏକ ଗ୍ରାମ ଅଦା ପାଉଡର ଖାଇବା ଦ୍ୱାରା ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

୫- ଯଦି ଆପଣଙ୍କର ଗଣ୍ଠିରେ କୌଣସି ଅସୁବିଧା ଅଛି, ତେବେ ଅଦା, ମାଷ୍ଟିକ୍, ଡାଲଚିନି ଏବଂ ରାଶି ତେଲ ମିଶାଇ ଏହାକୁ ପ୍ରୟୋଗ କଲେ ଅଷ୍ଟିଓଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

   ସମ୍ବନ୍ଧିତ ଖବର


ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ

ଏବେ କେହି ବି ନେଇ ପାରିବ ଟର୍ମ ପ୍ଲାନ୍, ଆସିଲା ‘ସରଳ ଜୀବନ ବୀମା’