ଡିସେମ୍ବର ୧୪ରେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ, ଜାଣନ୍ତୁ ଏହା ସମ୍ପର୍କରେ…

ନୂଆଦିଲ୍ଲୀ ୪।୧୨ : ୨୦୨୦ର ଶେଷ ସୂର୍ଯ୍ୟ ପରାଗ ଡିସେମ୍ବର ୧୪ରେ ପଡ଼ୁଛି। ଏହାପୂର୍ବରୁ, ନଭେମ୍ବର ୩୦ରେ ଚନ୍ଦ୍ରଗ୍ରହଣ ପଡ଼ିଥିଲା । ଜ୍ୟୋତିଷ ଏବଂ ଜ୍ୟୋତିର୍ବିଜ୍ଞାନରେ ଗ୍ରହଣକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଆସନ୍ତୁ ଜାଣିବା ଡିସେମ୍ବର ୧୪ରେ ପଡ଼ୁଥିବା ସୂର୍ଯ୍ୟ ପରାଗ ସମ୍ପର୍କରେ…।

ବର୍ଷର ଅନ୍ତିମ ଗ୍ରହଣ ସୂର୍ଯ୍ୟ ପରାଗ ହେବ । ୧୪ ଡିସେମ୍ବର ୨୦୨୦ ରେ ସୂର୍ଯ୍ୟ ପରାଗ ପଡ଼ୁଛି। ଭାରତୀୟ ସମୟ ଅନୁଯାୟୀ, ଏହି ସୂର୍ଯ୍ୟପରାଗ ସନ୍ଧ୍ୟା ୭ଟା ୩ ମିନିଟ୍ ରେ ଆରମ୍ଭ ହେବ । ଗ୍ରହଣ ୧୫ ଡିସେମ୍ବର ରାତି ୧୨ଟା ୩୩ ମିନିଟରେ ଶେଷ ହେବ ।

ଚଳିତ ବର୍ଷ ସମୁଦାୟ ୬ଟି ଗ୍ରହଣ ଲାଗିଥିଲା। ସେଥିମଧ୍ୟରୁ ୪ଟି ଚନ୍ଦ୍ରଗ୍ରହଣ ଏବଂ ୨ଟି ସୂର୍ଯ୍ୟ ପରାଗ ଥିଲା। ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦୨୦ ଜୁନ୍ ୨୧ ରେ ଲାଗିଥିଲା । ବର୍ତ୍ତମାନ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଡିସେମ୍ବର ୧୪ ରେ ପଡ଼ୁଛି। ଏହି ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକା, ଦକ୍ଷିଣ ଆଫ୍ରିକା ଆଟଲାଣ୍ଟିକ୍, ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରରେ ଦେଖାଯିବ । ଏହି ଗ୍ରହଣ ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ ।