PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ସୂର୍ଯ୍ୟକୁମାର ଓ ପୃଥ୍ୱୀଙ୍କୁ ଇଂଲଣ୍ଡ ଡାକରା, ଟେଷ୍ଟ ସିରିଜରେ ଖେଳିବାକୁ ମିଳିବ ସୁଯୋଗ !

ଡରହାମ,୨୫/୦୭: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ୩ ଜଣ ସଦସ୍ୟ ଆହତ ହୋଇ ବାଦ ପଡ଼ିଛନ୍ତି । ଏହି ସ୍ଥାନରେ ଦୁଇ ମୁମ୍ବାଇ ବ୍ୟାଟ୍ସମ୍ୟାନ୍‌ ପୃଥ୍ୱୀ ଶ’ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଡାକରା ମିଳିଛି । ସୂର୍ଯ୍ୟକୁମାର ଓ ପୃଥ୍ୱୀ ସମ୍ପ୍ରତି ଶ୍ରୀଲଙ୍କା ଗସ୍ତରେ ଅଛନ୍ତି । ସେଠାରୁ ସେ ସିଧା ସଳଖ ଇଂଲଣ୍ଡ ଗସ୍ତ କରିବେ ।

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ପ୍ରମୁଖ ଓପନିଂ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ୍‌ ଗତ ବିଶ୍ୱ ଚାମ୍ପିଅନସିପ୍‌ ଫାଇନାଲ୍‌ରେ ଆହତ ହୋଇଥିଲେ । ସେ ଇତି ମଧ୍ୟରେ ସ୍ୱଦେଶ ଫେରି ଆସିଛନ୍ତି । ୨୦ ତାରିଖରେ ଶେଷ ହୋଇଥିବା କାଉଣ୍ଟି ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଅଭେଶ ଖାନ୍‌ ଓ ୱାସିଂଟନ ସୁନ୍ଦର ଆହତ ହୋଇଥିଲେ । ଉଭୟଙ୍କ ଆହାତାବସ୍ଥା ଗୁରୁତର ରହିଛି । ତେଣୁ ଉଭୟଙ୍କୁ ସ୍ୱଦେଶ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅବଶ୍ୟ ୱାସିଂଟନ ଓ ଅଭେଶ ମୁଖ୍ୟ ଦଳର ସଦସ୍ୟ ନଥିଲେ । ସେ ଅତିରିକ୍ତ ସଦସ୍ୟ ଭାବେ ଦଳ ସହ ଇଂଲଣ୍ଡ ଗସ୍ତ କରିଥିଲେ ।

ଶ୍ରୀଲଙ୍କାରେ ସୂର୍ଯ୍ୟକୁମାର ଓ ପୃଥ୍ୱୀ ଜୈବ ସୁରକ୍ଷା ବଳୟ ମଧ୍ୟରେ ରହିଛନ୍ତି । ତେଣୁ ଗୋଟିଏ ଜୈବ ସୁରକ୍ଷା ବଳୟରୁ ଆଉ ଏକ ଜୈବ ସୁରକ୍ଷା ବଳୟକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ । ଉଭୟଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ ନାହିଁ । ଉଭୟ ସେଠାରେ ସିଧା ସଳଖ ଦଳ ସହ ଯୋଗ ଦେଇପାରିବେ । ପୃଥ୍ୱୀ ପୂର୍ବରୁ ଟେଷ୍ଟ କ୍ରିକେଟ୍‌ ଖେଳିସାରିଛନ୍ତି । ସୂର୍ଯ୍ୟକୁମାର ପ୍ରଥମ କରି ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ଅଫ ସ୍ପିନର ଜୟନ୍ତ ଯାଦବଙ୍କୁ ମଧ୍ୟ ଇଂଲଣ୍ଡ ଗସ୍ତ ପାଇଁ ଚୟନ କରାଯାଇଛି । ହେଲେ ତାଙ୍କ ପାଇଁ ଅନେକ ଯାତ୍ରା କଟକଣା ରହିଥିବାରୁ ବିସିସିଆଇ ତରବରିଆ ଭାବେ ତାଙ୍କୁ ଇଂଲଣ୍ଡ ପଠାଇବାକୁ ଚାହୁଁନାହିଁ ।

ସମ୍ବନ୍ଧିତ ଖବର