PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ସୁଶାନ୍ତ ସିଂ ମୃତ୍ୟୁ ମାମଲା,ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ଦୀଶା- ମୃତ୍ୟୁର ୨ ଦିନ ପରେ ହୋଇଥିଲା ଦିଶାଙ୍କର ପୋଷ୍ଟମର୍ଟମ

ମୁମ୍ବାଇ – ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କର ପୋଷ୍ଟମର୍ଟମ ରିପୋର୍ଟ ନେଇ ବଡ଼ ଖୁଲାସା ହୋଇଛି । ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ପ୍ରସାରିତ ହୋଇଥିଲା । ତାଙ୍କ ମୃତ୍ୟୁର ୨ ଦିନ ପରେ ହୋଇଥିଲା ଦିଶାଙ୍କର ପୋଷ୍ଟମର୍ଟମ ହୋଇଥିଲା । ଦିଶାଙ୍କ ଶରୀରରେ ବିଭିନ୍ନ କ୍ଷତ ଚିହ୍ନ ରହିଥିଲା । ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ଦୀଶା ବୋଲି ରିପୋର୍ଟ ଆସିଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ଏନେଇ କେନ୍ଦ୍ର ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। ସେପଟେ ବିହାର ପୋଲିସକୁ କଡ଼ା ଭାଷାରେ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସିବିଆଇ ତଦନ୍ତ ଭାର ନେବା ପରେ ସୁଶାନ୍ତଙ୍କ ଭଉଣୀ ଏନେଇ ଖୁସି ବ୍ୟକ୍ତି କରିଥିବା ବେଳେ ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେୱାଲ୍ ଲେଖିଛନ୍ତି ସେହି ସମୟ ଏବେ ଆସିଯାଇଛି ।

ବହୁ ବାଦ ବିବାଦର ଅନ୍ତ ଘଟିଛି । ଶେଷରେ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ବିହାର ସରକାରଙ୍କ ସୁପାରିଶ ଆଧାରରେ ଏହିମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ବାପାଙ୍କ ଅନୁରୋଧ ପରେ ବିହାର ସରକାର ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ଦ୍ବାରା କରିବାକୁ କେନ୍ଦ୍ର ସରକାରଙ୍କ ଅନୁରୋଧ କରିଥିଲେ । ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ବିହାର ଓ ମହାରାଷ୍ଟ୍ର ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ବିହାର ପୋଲିସକୁ ତଦନ୍ତ ପାଇଁ ମହାରାଷ୍ଟ୍ର ପୋଲିସ ସହଯୋଗ କରୁନଥିବା ଅଭିଯୋଗ ଉଠିଥିଲା । ଏପିରିକି ବିହାରର ଜଣେ ଆଇପିଏସ୍ ଅଧିକାରୀଙ୍କୁ ମୁମ୍ବାଇ ପୋଲିସ କ୍ବାରାଣ୍ଟାଇନ୍ରେ ପୁରାଇ ଦିଆଯାଇଥିଲା । ଯାହାକୁ ନେଇ ବେଶ ସମାଲୋଚନାର ଶିକାର ହୋଇଥିଲା ମୁମ୍ବାଇ ପୋଲିସ । ଏବେ ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଖୁସି ବ୍ୟକ୍ତ କରିଛନ୍ତି ସୁଶାନ୍ତଙ୍କ ପରିବାର. ସଂପର୍କୀୟ ଓ ଫ୍ୟାନ୍ ।

ସେପଟେ ମାମଲା ବିହାରରୁ ମୁମ୍ବାଇ ଆଣିବାକୁ ରିୟା ଚକ୍ରବର୍ତ୍ତି କରିଥିବା ଆବେଦନର ଶୁଣାଣି ସୁପ୍ରିମ୍କୋର୍ଟରେ ହୋଇଛି । ମାମଲା ବିହାରରୁ ମୁମ୍ବାଇକୁ ଆଣିବାକୁ କୋର୍ଟ କୌଣସି ରାୟ ଶୁଣାଇନଥିଲେ ବି ବିହାର, ମୁମ୍ବାଇ ପୋଲିସ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରିକରିଛନ୍ତି । ସେହିପରି ସୁଶାନ୍ତଙ୍କ ବାପାଙ୍କୁ ୩ ଦିନ ମଧ୍ୟରେ ରିୟାଙ୍କ ଆବେଦନ ଉପରେ କରିଥିବା କ୍ୟାଭେଟ୍ ର ଜବାବ ରଖିବାକୁ କହିଛନ୍ତି । କେନ୍ଦ୍ର ସରକାର ତାଙ୍କ ଜବାବରେ କହିଛନ୍ତି ମାମଲା ସିବିଆଇକୁ ଦିଆଯାଇଛି । ମହାରାଷ୍ଟ୍ର ସରକାର କହିଛନ୍ତି ବିହାର ପୋଲିସ ରାଜନୈତିକ ଅଭିସନ୍ଧ ରଖି ଏସବୁ କରୁଛି । ମାମଲାରେ ବିହାର ପୋଲିସ ତଦନ୍ତର କୌଣସି ଆବଶ୍ୟକତା ୱାହିଁ ।ଅନ୍ୟପଟେ ବିହାର ଆଇପିଏସ୍ ମୁମ୍ବାଇରେ ବାଧ୍ୟତାମୂଳକ କ୍ବାରାଣ୍ଟାଇନ୍କୁ ନାପସନ୍ଦ କରିଛନ୍ତି ସୁପ୍ରିମ୍କୋର୍ଟ । ଏହାଭଲ ବାର୍ତ୍ତାଦେଉନାହିଁ ବୋଲି ମହାରାଷ୍ଟ୍ର ପୋଲିସକୁ ଭର୍ସନା କରିଛନ୍ତି କୋର୍ଟ । ସୁଶାନ୍ତଙ୍କ ମୃତ୍ୟୁର ସ୍ଥିତାବସ୍ଥା ଜଣାଇବାକୁ କୋର୍ଟ ମମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ ଟ୍ବିଟ୍ କରି ଖୁସି ବ୍ୟକ୍ତି କରିଛନ୍ତି । ଲେଖିଛନ୍ତି ଏବେ ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଆଶା ଉଦ୍ଜୀପିତ ହୋଇଛି । ସେହିଭଳି ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେୱାଲ୍ ଟ୍ବିଟ୍ କରି ଲେଖିଛନ୍ତି ଅପେକ୍ଷା କରିଥିବା ସେହି ସମୟ ଏବେ ଆସିଯାଇଛି ।ସେପଟେ ଏହି ମାମଲାରେ ଅନେକ ଟ୍ବିଷ୍ଟ ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ମୃତ୍ୟୁକୁ ଦିଶା ସାଲିୟାନ୍ଙ୍କ ମୃତ୍ୟୁ ସହ ଯୋଡି ଦେଖାଯାଉଛି । ଏନେଇ ସୁପ୍ରିମ୍ କୋର୍ଟରେ ଏକ ଜନହିତକର ମାମଲା ଦାଏର ହୋଇଛି । ଯେଉଁଥିରେ କୁହାଯାଇଛି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁର ରହସ୍ୟ ବି ସୁଶାନ୍ତଙ୍କ ମୃତ୍ୟୁ ସହ ଯୋଡି ହୋଇ ଥିବାରୁ ଏହାର ମଧ୍ୟ ତଦନ୍ତ ହେଉ । ମୁମ୍ବାଇ ପୋଲିସ ଏହା ଉପରେ ଏକ ପ୍ରେସନୋଟ୍ ଜାରି କରି କହିଛି ଯଦି ଏସଂପର୍କିତ କିଛି ତଥ୍ୟ ପ୍ରମାଣ କାହା ପାଖରେ ରହିଛି ତେବେ ପୋଲିସକୁ ଏହା ପ୍ରଦାନ କରନ୍ତୁ । ଏବେ ମାମଲାର ତଦନ୍ତ ସିବିଆଇ ନେବା ପରେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି ।