PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ବିଜେପି ଛାଡ଼ି ବିଜେଡିରେ ସୁଷମା

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଷମାରାଣୀ ବିଶ୍ୱାଳ ବିଜେପି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ୨୦୧୪ରେ ସୁଷମା ନୀଳଗିରି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଥିଲେ । ନିର୍ବାଚନ ପୂର୍ବରୁ ସୁଷମା ବିଜେପି ଛାଡ଼ି ବିଜେଡିିରେ ଯୋଗଦେବା ରାଜନୈତିକି ଚର୍ଚ୍ଚା ବଢ଼ାଇଛି ।
ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ନେତୃତ୍ୱରେ ସୁଷମା ଆଜି ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ବିଜେଡି ପରିବାରରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, ଏହି ଯୋଗଦାନ ଯୋଗୁ ବାଲେଶ୍ୱର ଜିଲ୍ଲା ସହ ନୀଳଗିରି ନିର୍ବାଚନମଣ୍ଡଳୀରେ ବିଜେଡି ଆହୁରି ମଜବୁତ ହେବ ।
ସୁଷମା କହିଛନ୍ତି, ଜିଲ୍ଲା ବିଜେପି ସଂଗଠନରେ ମନମାନି ଚାଲିଛି । ଯେଉଁମାନେ ଜନ ସେବା କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଅଣଦେଖା କରାଯାଉଛି । ଦୟନୀୟ ଅବସ୍ଥା ଦେଇ ଗତି କରିବାକୁ ପଡ଼ିଛି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଏବଂ ଜନହିତକର କାର୍ଯ୍ୟକ୍ରମ ଅନୁପ୍ରାଣିତ କରିଛି । ଲୋକଙ୍କ ପାଖରେ ରହି ସେବା କରିବା ପାଇଁ ବିଜେଡିରେ ଯୋଗ ଦେଇଥିବା ସୁଷମା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସାଂସଦ ଅନୁଭବ ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର