କମ୍ପ୍ୟୁଟର ହାର୍ଡଡିସ୍କରେ ସୁଶାନ୍ତ ମୃତ୍ୟୁ ରହସ୍ୟ, ଜାଣନ୍ତୁ କାହିଁକି ରିୟା କରିଥିଲେ ଡିଲିଟ୍…

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଥମୁନି ବିବାଦ । ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏବେ ପୁଣି ସିବିଆଇ ହାତରେ କିଛି ନୂଆ ତଥ୍ୟ  ଲାଗିଛି । ଯାହା ଜାଣିଲେ ଆପଣ ବି ଚକିତ ହୋଇଯିବେ । ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଜୁନ ୮ ତାରିଖରେ ସୁଶାନ୍ତଙ୍କ କମ୍ପ୍ୟୁଟର ହାର୍ଡଡିସ୍କର ସମ୍ପୂର୍ଣ୍ଣ ତଥ୍ୟକୁ ଡିଲିଟ କରିଦେଇଥିଲେ ଓ ପରେ ସୁଶାନ୍ତଙ୍କ ଫ୍ଲାଟ ଛାଡି ଚାଲିଯାଇଥିଲେ ।

ସୂଚନା ମୁତାବକ ଜୁନ ୮ ତାରିଖରେ ସୁଶାନ୍ତଙ୍କ ଫ୍ଲାଟରେ ସୁଶାନ୍ତଙ୍କ କମ୍ପ୍ୟୁଟରର ସମସ୍ତ ତଥ୍ୟକୁ ରିୟା ଡିଲିଟ କରିଦେଇଥିଲେ । ଏହାର ୬ ଦିନ ପରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଫ୍ଲାଟରୁ ମିଳିଥିଲା । ସୁଶାନ୍ତଙ୍କ ଫ୍ଲାଟରେ ରହୁଥିବା ସିଦ୍ଧାର୍ଥ ପିଠାନୀ ଏନେଇ ସିବିଆଇକୁ କିଛି ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଜୁନ ୮ ତାରିଖରେ ସୁଶାନ୍ତ ଓ ରିୟାଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା । ସେହିଦିନ ରିୟା ହାର୍ଡଡିସ୍କକୁ ନଷ୍ଟ କରିବା ପରେ ତାଙ୍କ ଫ୍ଲାଟ ଛାଡି ଚାଲିଯାଇଥିଲେ ।

ଏଥିରୁ କିଛି ସ୍ପଷ୍ଟ ହେଉଛି କି ଏହି ନଷ୍ଟହୋଇଥିବା ହାର୍ଡଡିସ୍କରେ କ’ଣ ସୁଶାନ୍ତ ମୃତ୍ୟୁର ରହସ୍ୟ ଲୁଚି ରହିଛି କି ? , ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ କ’ଣ ରହିଥିଲା ପ୍ରମାଣ ? ଯେଉଁଥି ପାଇଁ ରିୟା ଏହାକୁ ଡରିଯାଇ ନଷ୍ଟ କରିଦେଇଥିଲେ । ଏନେଇ ସୁଶାନ୍ତଙ୍କ ବାପାଙ୍କ ଓକିଲ କହିଛନ୍ତି ଯେ ଏଥିରେ କିଛି ଭୟାବହତା ରହିଛି । ଏଥିରେ କିଛି ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି । ଏହାକୁ ପଣିଥରେ ପୁନଃଉଦ୍ଧାର ପାଇଁ ସେ ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…