PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର ଦିଶାଙ୍କର ପୋଷ୍ଟ ମର୍ଟମରୁ ପ୍ରମାଣ-ମୃତ୍ୟୁବେଳେ ଶରୀରରେ ନଥିଲା କପଡା

ମୁମ୍ବାଇ – ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ଧୀରେ ଧୀରେ ରହସ୍ୟରୁ ରହସ୍ୟମୟ ହେବାରେ ଲାଗିଛି । ଦିଶାଙ୍କ ମୃତ୍ୟୁର କିଛ ଦିନ ପରେ ସୁଶାନ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତେବେ ପ୍ରଥମେ ଦିଶା ଫ୍ଲାଟରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ଏବେ ଦିଶାଙ୍କ ମୃତ୍ୟୁ ରହସ୍ୟ ଧିରେ ଧିରେ ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି । ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟାର ଶିକାର ହୋଇଛନ୍ତି ତାହା ଏବେ ରହସ୍ୟ ଘେରରେ ।

times of india

ଦିଶା ଯୌନ ଉତ୍ପୀଡନର ଶିକାର ହୋଇଥିବା କଥା ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ପ୍ରମାଣ ମିଳିଥିଲା । ଏବେ ଦିଶା ସାଲିୟାନଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ପାଟନା ପୁଲିସ ସାର୍ବଜନୀନ କରିଛି । ଦିଶାଙ୍କ ଏହି ରିପୋର୍ଟରେ ବଡ କଥା ଉଲ୍ଲେଖ କରାଯାଇଛି । ମୃତ୍ୟୁର ଶିକାର ହେବା ସମୟରେ ତାଙ୍କ ଶରୀରରେ କପଡା ନଥିବା କଥା ଏଥିରେ ଉଲ୍ଲେଖ ରହିଛି । ଏହି କଥାକୁ ମୁମ୍ବାଇ ପୁଲିସ ସାର୍ବଜନୀନ କରି ନଥିଲା ।

ଦିଶାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ସାର୍ବଜନୀନ ହେବାପରେ ମୁମ୍ବାଇ ପୁଲିସରେ ହଡକମ୍ପ ହୋଇଯାଇଛି । ପୁଲିସସୁତ୍ର ଅନୁସାରେ ଦିଶା ଆତ୍ମହତ୍ୟା କରିନାହାନ୍ତି । ଏହି ମାମଲାରେ ଅନେକ ରହସ୍ୟ ରହିଛି ଯାହାକୁ ଲୁଚାଯାଇଛି । ଏହି ପୋଷ୍ଟ ମୋର୍ଟମ ରିପୋର୍ଟ ମାଗିବା ପାଇଁ ମୁମ୍ବାଇ ପୁଲିସ ପାଖକୁ ବିହାର ପୁଲିସର ଏସ୍‌ଆଇଟି ଟିମ୍‌ ଯାଇଥିବା ସମୟରେ ସେମାନେ ଅସମଞ୍ଜସ ପ୍ରକାଶ କରିଥିଲେ । ଏପରି କି ଏହି ଫାଇଲ୍‌ ଡିଲିଟ୍ ହୋଇଯାଇଥିବା ମୁମ୍ବାଇ ପୁଲିସ ପକ୍ଷରୁ କୁହାଯାଇଥିଲା ।

ଦିଶାଙ୍କ ମୃତ୍ୟୁ ପରେ ମୁମ୍ବାଇ ପୁଲିସ ପକ୍ଷରୁ ଅନେକ କଥାରେ ବିଳମ୍ବ କରାଯାଇଥିଲା । ୮ ତାରିଖରେ ମୃତ୍ୟୁ ହୋଇଥିବା ବେଳେ ୧୧ ତାରିଖରେ ପୋଷ୍ଟମର୍ଟମ କରାଯାଇଥିଲା । ଏପରି କାହିଁକି କରାଗଲା ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ମାତ୍ର ସୁଶାନ୍ତଙ୍କ ମାମଲାରେ ତୁରନ୍ତ ପୋଷ୍ଟମର୍ଟମ କରାଯାଇଥିଲା । ତେବେ ଦିଶାଙ୍କ ଶରୀରରେ ମୃତ୍ୟୁ ବେଳେ କପଡା ନ ଥିବା , ସେ ଯୌନ ଉତ୍ପୀଡନର ଶିକାର ହୋଇଥିବା ତାଙ୍କ ଶବ ବ୍ୟବଚ୍ଛେଦ ଦୁଇ ଦିନ ବିଳମ୍ବରେ କରାଯାଇଥିବା ଏପରି ଅନେକ ଘଟଣାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି ।

ତେବେ ଏବେ ସବୁଠାରୁ ବଡପ୍ରଶ୍ନ ମୃତ୍ୟୁ ପୂର୍ବରୁ ଦିଶାଙ୍କ ସହ କ’ଣ ହୋଇଥିଲା । ଏବେ ସିବିଆଇ ହାତରେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ଥିବାରୁ କେତକ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ନା ଏହା ଏମିତି ରହସ୍ୟ ହୋଇ ରହିଯିବ ତାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି