PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ଆଜି ବି ସୁଶାନ୍ତଙ୍କୁ ଅପେକ୍ଷା କରିଛି ପୋଷା କୁକୁର ଫଜ୍, ଭିଡିଓ ଭାଇରାଲ

https://zeenews.india.com/

ନୂଆଦିଲ୍ଲୀ ୭/୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କ ପରିବାର, ସାଙ୍ଗସାଥୀ ଓ ଫ୍ୟାନ୍ସଙ୍କୁ ଝଟକା ଲାଗିଛି । ତାଙ୍କ ପୋଷା କୁକୁର ଫଜ୍ ଏବେ ମଧ୍ୟ ସୁଶାନ୍ତଙ୍କୁ ଝୁରୁଛି । ସୋସିଆଲ ମିଡିଆରେ ଫଜର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏବେ ଫଜର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କୁହାଯାଉଛି କି ସେ ଆଜି ବି ନିଜ ମାଲିକ ସୁଶାନ୍ତଙ୍କ ଫେରିବା ବାଟକୁ ଚାହିଁ ବସିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ସମ୍ପର୍କରେ କହିବା ଟିକେ କଷ୍ଟ ହୋଇପାରେ ଯେ ଏହି ଭିଡିଓ କେବେକାର କିନ୍ତୁ ଭିଡିଓ ଦେଖି ସମସ୍ତେ ମନ ଦୁଃଖ କରୁଛନ୍ତି । ସୁଶାନ୍ତ ନିଜ ପୋଷା କୁକୁରକୁ ପିଲା ଭଳି ସ୍ନେହ କରୁଥିଲେ । ସୂଚନା ଅନୁସାରେ ଏବେ ଫଜ୍ ସୁଶାନ୍ତଙ୍କ ଫାର୍ମହାଉସରେ ରହୁଛି ।

ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡୁନାହିଁ । ତେବେ ଏହି ମାମଲା ଏବେ ସିବିଆଇ ପାଖରେ ଅଛି ଏବଂ ଆଶା କରାଯାଉଛି କି ଖୁବ୍ ଶୀଘ୍ର ମାମଲାର ସତ୍ୟ ସାମ୍ନାକୁ ଆସିବ ।

ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ମୁଖ୍ୟ ଅଭିଯୁକ୍ତ ଭାବେ ସାମ୍ନାକୁ ଆସୁଛନ୍ତି । ମୁମ୍ବାଇରେ ଯଦିଓ ଯାଞ୍ଚ ଧିରେ ଚାଲିଛି କିନ୍ତୁ ସିବିଆଇ ଯାଞ୍ଚର ଆଦେଶ ମିଳିବା ପରେ ରିୟା ତକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୁଦ୍ଧରେ ସିବିଆଇ ଏଫଆଇଆର୍ ରୁଜୁ କରିଛି । କେବଳ ଏତିକି ନୁହେଁ, ରିୟାଙ୍କ ବିରୁଦ୍ଧରେ ଇଡି ମଧ୍ୟ ଯାଞ୍ଚ କରୁଛି । ଅନ୍ୟପଟେ ବିହାର ପୋଲିସ ମଧ୍ୟ ନିଜ ଯାଞ୍ଚ କରୁଛି ।