PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠାରୁ ଡବ୍ଲ୍ୟୁଇଏଫ୍‌ ବାର୍ଷିକ ବୈଠକ, ଜଳବାୟୁ ପରିବର୍ତ୍ତନ ଉପରେ ହେବ ଆଲୋଚନା: ଏଜେଣ୍ଡାରେ ବିଶ୍ୱ ଆର୍ଥିକ ସୁଧାର
  • ||
  • ଭୁବନେଶ୍ଵର: ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୫ ଜଣ କରୋନା ପଜିଟିଭ
  • ||
  • ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍‌, କଟକ କ୍ରାଇମବ୍ରାଞ୍ଚ୍‌ରେ ଦେଲେ ଏତଲା
  • ||
  • ବ୍ରହ୍ମଗିରି: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଡ୍ରାଇଭର୍ ସମେତ ୨ ମୃତ
  • ||
  • ସରିଲା ଆବେଦନ, ଜୁଲାଇ ୧୭ରେ ନିଟ୍‌ ପ୍ରବେଶିକା ପରୀକ୍ଷା ଦେବେ ୧୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ପୁଣି ବିବାଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ରାତି ଅଧିଆ ହେଲା ଜିପିଆର୍‌ଏସ୍ ସର୍ଭେ
  • ||
  • ଦେଶବ୍ୟାପୀ ଖାଉଟିଙ୍କୁ ବଡ ଆଶ୍ବସ୍ତି: ପେଟ୍ରୋଲ ୯.୫୦ ଏବଂ ଡିଜେଲ ଲିଟର ପ୍ରତି କମିଲା ୭ଟଙ୍କା
  • ||
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ବିଶ୍ୱରେ ଧମାଲ୍‌ ମଚାଇଛି ଉଜ୍ଜ୍ୱଳା: ସୁଷମା

ଭୁବନେଶ୍ୱର,୨୨ା୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା କେବଳ ଘରେ ଘରେ ଗ୍ୟାସ୍‌ ସିଲିଣ୍ଡର ପହଞ୍ଚାଇଛି ତାହା ନୁହେଁ ବରଂ ମହିଳାଙ୍କୁ ସଶକ୍ତ କରାଇଛି । ସାରା ବିଶ୍ୱରେ ଏହା ଧମାଲ୍‌ ମଚାଇଛି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି । ସେହିଭଳି ଉଜ୍ଜ୍ୱଳା ଏଲ୍‌ପିଜି ଭାରତରେ ଏକ ନୂଆ କ୍ରାନ୍ତି ଆଣିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ଓଡ଼ିଶାର ୩୦ଟି ଜିଲ୍ଲାରେ ଶୁକ୍ରବାର ପଞ୍ଚମ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ଓ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ୬୦ ହଜାରରୁ ଊଦ୍ଧ୍ୱର୍ ଉଜ୍ଜ୍ୱଳା ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଶ୍ରୀମତୀ ସ୍ୱରାଜ କହିଛନ୍ତି, କାଠ ଚୁଲି ଯୋଗୁଁ ମହିଳାଙ୍କ ଅଧା ସମୟ ରୋଷେଇରେ ଯାଉଥିଲା । ସେହିପରି କାଠ ଧୂଆଁ ଯୋଗୁ ସେମାନଙ୍କ ଆଖି ଖରାପ ହେଉଥିଲା ଓ ପରିବାର ଲୋକେ ରୋଗାଗ୍ରସ୍ତ ହେଉଥିଲେ । କିନ୍ତୁ ଉଜ୍ଜ୍ୱଳା ଯୋଜନାରେ ଘରେ ଏଲ୍‌ପିଜି ପହଞ୍ଚିବା ପରେ ମହିଳାମାନେ ଏସବୁ ସମସ୍ୟାରୁ ମୁକ୍ତ ହୋଇଛନ୍ତି । ଏଣୁ ଉଜ୍ଜ୍ୱଳା କେବଳ ଘରକୁ ଗ୍ୟାସ୍‌ ସିଲିଣ୍ଡର ଦେଇଛି ତାହା ନୁହେଁ, ବରଂ ମହିଳାଙ୍କୁ ସଶକ୍ତ ମଧ୍ୟ କରିଛି ।
ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଉଜ୍ଜ୍ୱଳା ଯୋଜନା ସାରା ବିଶ୍ୱରେ ଧମାଲ୍‌ ମଚାଇଛି । ମହିଳାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆଣିଛି । ସେମାନଙ୍କୁ ସ୍ୱାବଲମ୍ବୀ କରିଛି । ପାରିବାରିକ ରୋଜଗାର ବି ବଢ଼ାଇଛି । ସିଲିଣ୍ଡର ଜରିଆରେ ଦେଶରେ ଏତେ ବଡ଼ କ୍ରାନ୍ତି ଆସିପାରିଥିବାରୁ ସେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏ ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଦେଶରେ ୧୩ ହଜାର ଏଲ୍‌ପିଜି ବିତରକ ଥିଲେ । ଏବେ ଏହି ସଂଖ୍ୟା ବୃଦ୍ଧି ଘଟି ୨୩,୦୦୦ ଟପିଲାଣି । ଦେଶରେ ଏଲ୍‌ପିଜି ବିତରଣ କେନ୍ଦ୍ରକୁ ଆହୁରି ବୃଦ୍ଧି କରିବାକୁ ଜନସେବା କେନ୍ଦ୍ର ସହ ଯୋଡ଼ାଯାଇଛି । ଆଉ ୨ ଦିନ ପରେ ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବବୃହତ ଏଲ୍‌ପିଜି ପାଇପ୍‌ଲାଇନ୍‌ର ଶୁଭାରମ୍ଭ କରାଇବେ । ଗୁଜରାଟରୁ ଉତ୍ତରପ୍ରଦେଶର ଗୋରଖପୁର ଯାଏଁ ଏହି ପାଇପ୍‌ଲାଇନ୍‌ କାମ ଆରମ୍ଭ ହେବ । ଏହି ଏଲ୍‌ପିଜି ଉଜ୍ଜ୍ୱଳା ଦେଶରେ ଏକ ନୂଆ କ୍ରାନ୍ତି ଆଣିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବରେ ଓଡ଼ିଶାର ୩୦ଟି ଜିଲ୍ଲାର ୩ ଲକ୍ଷରୁ ଅଧିକ ଭଉଣୀଙ୍କୁ ଦେଶର ବହୁ ବରିଷ୍ଠ ମହିଳା ନେତ୍ରୀ ସମ୍ବୋଧିତ କରିଛନ୍ତି । ଆଜିର ପଞ୍ଚମ ଉଜ୍ଜ୍ୱଳା ସ୍ୱାଭିମାନ ଦିବସରେ ରାଜ୍ୟର ୪ଟି ସ୍ଥାନର ସ୍ୱର୍ଣ୍ଣଲତା, ଚମ୍ପାବତୀ, ମିନାକ୍ଷୀ ଓ ରହିମା ମନ୍ତ୍ରୀ ଶ୍ରୀମତୀ ସ୍ୱରାଜଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇଛନ୍ତି ।