ସୁଶାନ୍ତ ସିଂଙ୍କ ମୃତ୍ୟୁ ବେଳେ ଉପସ୍ଥିତ ଥିବା ରହସ୍ୟମୟୀ ଯୁବତୀ, କଳା ପୋଷାକ ପିନ୍ଧି କଳା ବ୍ୟାଗ ଧରିଥିବା ଯୁବକଙ୍କୁ ନେଇ ଉଠିଲା ପ୍ରଶ୍ନ- ଭିଡିଓ ଫୁଟେଜ୍‌ରୁ ..

ମୁମ୍ବାଇ – ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଧୀରେ ଧୀରେ ଅଧିକ ରହସ୍ୟାବୃତ୍ତ ହୋଇ ପଡୁଛି । ରିୟା ଚକ୍ରବତୀଙ୍କର ସମ୍ପୃକ୍ତିକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏବେ ପୁଣି ଆଉ ଜଣେ ଯୁବତୀ ରହସ୍ୟମୟ ଭାବେ ଆସିବା । ମୁମ୍ବାଇ ପୁଲିସ କର୍ମୀ ଛିଡା ହୋଇଥିବା ବେଳେ ତାଙ୍କ ଘରେ ପ୍ରବେଶ କରିବା ପୁଣି ତୁରନ୍ତ ସେଠାରୁ ଗାୟବ ହୋଇଯିବ ତାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି ।

ସୁଶାନ୍ତ ସିଂଙ୍କ ଆକସ୍ମିକ ତଥା ରହସ୍ୟମୟ ସନ୍ଦେହଜନକ ମୃତ୍ୟୁରେ ଅନେକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ଏବେ ଘଟଣାର ସିବିଆଇ ତଦନ୍ତ ଚାଲିଛି । ତେବେ ଏବେ ଏକ ଜାତୀୟ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ୍‌ ହୋଇଛି । ଯେଉଁଥିରେ ସୁଶାନ୍ତଙ୍କର ମୃତ୍ୟୁବେଳେ ପୋଲିସ ତାଙ୍କର ଘର ନିକଟରେ କଡା ପହରା ଦେଉଛି । ଭିତରେ ଫୋରେନ୍‌ସିକ୍‌ ଟିମ୍‌ର ତଦନ୍ତ ଚାଲିଛି । ଏତିକି ବେଳେ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ସନ୍ଦେହଜନକ ଭାବେ ମୁଖା ପିନ୍ଧି ଏକ କଳା ବ୍ୟାଗ ନେଇ ସେହି ସ୍ଥାନରୁ ତୁରନ୍ତ ପଳାଉଛି । ପୁଣି ସେହି ବ୍ୟକ୍ତି ସେହିସ୍ଥାନକୁ ଆସି ପୁଣି ସୁଶାନ୍ତଙ୍କ ମୃତ ଶରୀରର ଷ୍ଟ୍ରେଚରକୁ ଉଠାଉଛି । କେବଳ ସେତିକି ନୁହେଁ ଏହି ସମୟରେ ଜଣେ ଅଜଣା ଯୁବତୀ ପୁଲିସ ସୁରକ୍ଷା ବଳୟକୁ ପାର କରି ତାଙ୍କ ଘରେ ପ୍ରବେଶ କରୁଛନ୍ତି । ସେ ହାତରେ ଏକ ବ୍ୟାଗ ଧରି ତୁରନ୍ତ ସେଠାରୁ ପଳାୟନ କରୁଥିବା ଦେଖିବାକୁ ମିଳିଛି ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହଜରେ ରହସ୍ୟ ଘରରେ ଥିବା ବେଳେ ଏବେ ଏହି ବ୍ୟକ୍ତିମାନଙ୍କର ଉପସ୍ଥିତି ଘଟଣାକୁ ଆହୁରି ରହସ୍ୟମୟ କରିଦେଉଛି । ଘଟଣାର ତଦନ୍ତରେ ଏମାନଙ୍କୁ ପରିସରଭୁକ୍ତ କରିବା ପାଇଁ ଦାବି ହେଉଛି । କେବେଳ ସେତିକି ନୁହେଁ ମୁମ୍ବାଇ ପୁଲିସ ଘଟଣାର ତଦନ୍ତ କରୁଥିବା କହିଥିବା ବେଳେ ଏମାନେ ପୁଲିସ ଉପସ୍ଥିତିରେ କିପରି ଏତେକାମ କରିପାରିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

କଳା ସାର୍ଟ ପିନ୍ଧିଥିବା ଯୁବକ ଜଣଙ୍କ ସୁଶାନ୍ତଙ୍କପ ଫ୍ଲାଟ ମ୍ୟାନେଜର ବୋଲି ଜଣା ପଡିଛି । ତେବେ ଏହି ରହସ୍ୟମୟ ଯୁବତୀ ଏବଂ ଫ୍ଲାଟମ୍ୟାନେଜରଙ୍କ ସନ୍ଦେହଜନକ କାର୍ଯ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏ ବିଷୟରେ ତଦନ୍ତ କରିବା ପାଇଁ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଏହାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

ଟଲିଉଡ୍‌ରେ ଏଣ୍ଟ୍ରି କରିବେ ଟ୍ୟାଲେଣ୍ଟେଡ ଓଡ଼ିଆ ଅଭିନେତା ଦେବାଶିଷ

୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

ଯୁବତୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଲା, ଝିଅର ପରିବାର ଲୋକ ଅଭିଯୁକ୍ତ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିବା ପରେ ମଳ ଖୁଆଇଲେ

ଦିବ୍ୟାଙ୍କୁ କରୋନା, ମା କହିଲେ ‘ଫ୍ରଡ୍ ପତି’