PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସୁଶାନ୍ତଙ୍କ ମାମଲା – ରିୟାଙ୍କ ଗିରଫ ଦାବି କଲେ ଶେଖର ସୁମନ , କହିଲେ …ଏବେ ଆଉ ଖସି ପାରିବେନି

aajtak.intoday.in

ମୁମ୍ୱାଇ – ଅଭିନେତା  ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ରିୟା ଚକ୍ରବର୍ତ୍ତୀଙ୍କ ନାଁ ବେଶୀ ମାତ୍ରାରେ ଚର୍ଚ୍ଚା ପାଲଟିଛି ।  ଏହି କେସ୍‌ରେ ଦିନ ଯେତେ ବି ବଦଳୁ ନା କାହିଁକି  , ହେଲେ କନେକ୍ସନ ରିୟାଙ୍କର ରହିଛି ବୋଲି କଥା ସାମନାକୁ ଆସିବାରେ ଲାଗିଛି । ଏହି ସ୍ଥିତିରେ ଉକ୍ତ ମାମଲାରେ ରିୟାଙ୍କର ଅବସ୍ଥା ସଙ୍କଟ ଆଡ଼କୁ ଗତି କରୁଛି । 

ଏବେ ଅଭିନେତା ଶେଖର ସୁମନ ଆଉ ଥରେ ପୁଣି ରିୟାଙ୍କ ବିରୁଦ୍ଧରେ ସ୍ୱର ଶାଣିତ କରିଛନ୍ତି । ସୋସିଆଲ ମିଡ଼ିଆରେ ବାରମ୍ୱାର ରିୟାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି ।

ରିୟା ଗିରଫ ହେବା ଉଚିତ୍‌ –

ଅଭିନେତା ଶେଖର ସୁମନ ଏକ ଟ୍ୱିଟ୍‌  କରି ରିୟା ଚକ୍ରବର୍ତ୍ତୀଙ୍କର ଗିରଫ ପାଇଁ ଦାବି କରିଛନ୍ତି । ସେ ଟ୍ୱିଟ୍‌ରେ ଲେଖିଛନ୍ତି -–ରିୟା ଏବେ ଆଉ ଖସି ପାରିବେନାହିଁ । ସେ #ArrestRheaChakraborty ହ୍ୟାସ୍‌ଟାଗ୍‌ର ମଧ୍ୟ ବ୍ୟବହାର କରିଛନ୍ତି । ଏବେ ଏହା ପ୍ରଥମ ଥର ନୁହେଁ , ଯାହାକି ଶେଖର ସୁମନ  ସୁଶାନ୍ତଙ୍କ ମାମଲାରେ ସକ୍ରିୟ ଦେଖାଇଛନ୍ତି ।  ଯେବେ ଅଭିନେତାଙ୍କ କସ୍‌ରେ ସିବିାଇ ତଦନ୍ତର ଦାବି ଉଛିଥିଲା , ସେତେବେଳେ ଶେଖର ସୁମନ ମଧ୍ୟ ବାରମ୍ୱାର ପ୍ରଶାସନ ଉପରେ ପ୍ରଭାବ ପକାଉଥିଲେ । ଏହି  କେସ୍‌ରେ ସିବିଆଇ ତଦନ୍ତ ପାଇଁ ସେ ମୁମ୍ୱାଇରୁ ପାଟନା  ଯାଏ ଯାତ୍ରା ମଧ୍ୟ କରିଥିଲେ । ଶେଖର ବିହାର ସିଏମ୍‌ ନୀତିଶ କୁମାରଙ୍କୁ ମଧ୍ୟ ସାକ୍ଷାତ୍‌  କରିଥିଲେ ।

ସମ୍ବନ୍ଧିତ ଖବର