PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ପାଞ୍ଚ ଦିନରେ ୨୫ ଥର ଫୋନ୍ କରି ସୁଶାନ୍ତଙ୍କୁ ବ୍ଲାକମେଲ୍ କରିଥିଲେ ରିୟା, ଭଉଣୀଙ୍କ ଘରକୁ ମଧ୍ୟ ଯିବାକୁ ଦେଉନଥିଲେ

https://www.dkoding.in/

ମୁମ୍ବାଇ,୬।୮: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ ମାମଲା ସାମନାକୁ ଆସୁଚି। ଏହି କେସ୍ ଉପରେ ସମସ୍ତଙ୍କର ନଜର ରିୟା ଚକ୍ରବର୍ତ୍ତୀଙ୍କ ଉପରେ ରହିଛି। ଏବେ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସର ମଧ୍ୟ ଖୁଲାସା ହୋଇଯାଇଛି। ଏହି କଲ୍ ଡିଟେଲକ୍ସକୁ ଯଦି ଦେଖିବା ତେବେ ସୁଶାନ୍ତ ୨୦ ରୁ ୨୪ ଜାନୁଆରୀ ୨୦୨୦ ଭିତରେ ନିଜର ଭଉଣୀ ରାଣୀଙ୍କୁ ଦେଖା କରିବାକୁ ଚଣ୍ଡୀଗଡ ଯାଇଥିଲେ ସେତେବେଳେ ରିୟା ୫ ଦିନରେ ପ୍ରାୟ ୨୫ ଟି କଲ୍ କରିଥିଲେ।

ସୁତ୍ରରୁ ମିଳିଥିବା ଖବର ଅନୁସାରେ, ସୁଶାନ୍ତ ନଭେମ୍ବରରେ ତାଙ୍କ ଭଉଣୀଙ୍କୁ ସାହାର୍ଯ୍ୟ ମାଗିବାକୁ କଲ୍ କରିଥିଲେ ଓ ଚଣ୍ଡୀଗଡ ଯିବା ପାଇଁ ନିଜର ୩ ଭଉଣୀଙ୍କ ସହ ଟିକେଟ୍ ବୁକ କରିଥିଲେ। ତେବେ ରିୟା ଚକ୍ରବର୍ତ୍ତୀ ତାଙ୍କୁ ବ୍ଲାକମେଲ୍ କରିଥିଲେ ଓ ରହିବାକୁ ଚାପ ପକାଇଥିଲେ। ଏହାପରେ ଡିସେମ୍ବରରେ ସୁଶାନ୍ତ ନୂଆ ନମ୍ବରରୁ କଲ୍ କରି ସାହାର୍ଯ୍ୟ ମାଗିଥିଲେ। ସୁଶାନ୍ତ କହିଥିଲେ, ରିୟା ଓ ତାଙ୍କର ପରିବାର ଲୋକ ତାଙ୍କୁ ମେଣ୍ଟାଲ ହସ୍ପିଟାଲ ପଠାଇବାକୁ ଚେଷ୍ଟା କରୁଛନ୍ତି। ସେ ମେଣ୍ଟାଲ ହସ୍ପିଟାଲ ଯିବାକୁ ଚାହାନ୍ତି ନାହିଁ। ସେ ମୁମ୍ବାଇରୁ ସବୁକିଛି ଶେଷ କରି ହିମାଚଳରେ ରହିବାକୁ ଚାହୁଁଥିଲେ।

ଏହାପରେ ସେ ଗାଡିରେ ଚାଲିଯାଇଥିଲେ। ସେ ଗାଡି ନିଜେ ଚଲାଇଥିଲେ, କାରଣ ଗୁଲ ଔଷଧ ନେବା କାରଣରୁ ତାଙ୍କୁ କ୍ଲୋଷ୍ଟେ୍ରାଫୋବିୟାର ଅଭିଯୋଗ ରହିଥିଲା। ସୁଶାନ୍ତ ନିଜେ ଡ୍ରାଇଭ କରି ଚଣ୍ଡୀଗଡ ପହଁଞ୍ଚିଥିଲେ ଓ ସେଠାରେ ୨ ଦିନ ରହିଥିଲେ। ଏହା ଭିତରେ ରିୟାଙ୍କୁ ସିଦ୍ଧାର୍ଥ ପିଠାନୀ ସୁଶାନ୍ତ ଆସିବା ଖବର ଦେଇଥିଲେ। ଏହାପରେ ରିୟା ତାଙ୍କୁ ଫେରିବାକୁ ବ୍ଲାକମେଲ୍ କରିଥିଲେ ଓ ୩-୪ ଦିନରେ ୨୫ ଥର କଲ୍ କରିଥିଲେ।

ଉଲ୍ଲେଖନୀୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ୧୪ ଜୁନ ୨୦୨୦ରେ ହୋଇଥିଲା। ସେ ମୁମ୍ବାଇର ବାନ୍ଦ୍ରାରେ ଥିବା ନିଜର ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର କୁହାଯାଉଛି। ପୋଲିସର କହିବା ଅନୁସାରେ, ସୁଶାନ୍ତ ଡିପ୍ରେସନର ଶିକାର ଥିଲେ। ତେବେ ସେ ଏତେ ବଡ ପଦକ୍ଷେପ କାହିଁକି ନେଲେ, ଏ ବିଷୟରେ କିଛି ଜଣାପଡିନାହିଁ। ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁର କାରଣ ବଲିଉଡରେ ନେପୋଟିଜିମ୍ ଓ ଗ୍ରୁପିଜିମ୍ ପାଇଁ କୁହାଯାଉଥିଲା। କିନ୍ତୁ ସୁଶାନ୍ତଙ୍କ ବାପା କେକେ ସିଂ ତାଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଏହା ନୂତନ ଦିଗ ନେଇଛି। ଏବେ ସିବିଆଇ ଏହି ମାମଲା ତଦନ୍ତ କରିବ।

ସମ୍ବନ୍ଧିତ ଖବର