PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଞ୍ଜୟ ରାଉତ- ମୁମ୍ବାଇ ପୋଲିସ କମିଶନରଙ୍କ ବିରୋଧରେ ପାଟନାରେ ଅଭିଯୋଗ, ଗିରଫ ଦାବି

https://bigmarathi.in/

ମୁମ୍ବାଇ,୧୨।୮: ଅଭିନେତା ସୁଶାନ୍ତ ସିଂ ରାଜପତୁଙ୍କ ଆତ୍ମହତ୍ୟା ମାମଲାରେ ଲଗାତାର ନୂଆ ନୂଆ କଥା ସାମନାକୁ ଆସୁଛି। ଶିବସେନା ନେତା ସଞ୍ଜୟ ରାଉତ ଲଗାତାର ବୟାନ ଦେଇ ଓ ଆର୍ଟିକିଲକୁ ନେଇ ନିଜର ରାୟ ରଖିଛନ୍ତି। ଏବେ ଏହି ମାମଲାରେ ସଞ୍ଜୟ ରାଉତଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି, ଏହି ଅଭିଯୋଗ ପାଟଣାରେ ରୁଜୁ କରାଯାଇଛି।

ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ବା HAM ର ମୁଖପାତ୍ର ଦାନିଶ ରିଜଓ୍ବାନ  ପାଟନା ପୋଲିସକୁ ଇ-ମେଲ ପଠାଇ ଅଭିଯୋଗ ରୁଜୁ କରିଛନ୍ତି। ଏହି ଅଭିଯୋଗ ପାଟନାରେ ରୁଜୁ କରାଯାଇଛି। ଏଥିରେ ସଞ୍ଜୟ ରାଉତଙ୍କ ବ୍ୟତୀତ ବିଏମସି ମେୟର, ବିଏମସି ପଦାଧିକାରୀ ଓ ମୁମ୍ବାଇ ପୋଲିସ କମିଶନରଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏଥିରେ ଯାଞ୍ଚ ଓ ଗିରଫଦାରୀ ଦାବି କରାଯାଇଛି।

ଉଲ୍ଳେଖନୀୟ ଯେ, ସଞ୍ଜୟ ରାଉତଙ୍କ ପକ୍ଷରୁ ସୁଶାନ୍ତଙ୍କ ମାମଲାରେ ଲଗାତାର ବୟାନ ଦିଆଯାଉଛି। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି। କିଛି ଦିନ ତଳେ ସଞ୍ଜୟ ରାଉତ କହିଥିଲେ, ସୁଶାନ୍ତ ଓ ତାଙ୍କ ବାପାଙ୍କର ଭଲ ସମ୍ପର୍କ ନଥିଲା। କାରଣ ତାଙ୍କ ବାପା ଦ୍ବିତୀୟ ବିବାହ କରିଥିଲେ। ଏହାଛଡା ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ,  ସୁଶାନ୍ତ ଓ ଅଙ୍କିତା ଲୋଖଣ୍ଡେଙ୍କ ବ୍ରେକଅପ୍ ମାମଲାର କାରଣ କ’ଣ ଥିଲା ତାହା ମଧ୍ୟ ଯାଞ୍ଚ କରାଯାଉ। ଅନ୍ୟପକ୍ଷେ ବିହାର ଓ ମହାରାଷ୍ଟ୍ରରେ ସରକାରଙ୍କ ଭିତରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ବିହାର ସରକାରଙ୍କ ପକ୍ଷରୁ ଏହି ମାମଲାକୁ ନେଇ ସିବିଆଇ ଯାଞ୍ଚ କରିବା ସୁପାରିଶ କରାଯାଇଛି।