PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ସୁଶାନ୍ତଙ୍କ ବିଲ୍ଡିଂ ନିକଟରେ କଳାବ୍ୟାଗ୍ ଧରିଥିବା ବ୍ୟକ୍ତି ଓ ମିଷ୍ଟ୍ରୀ ଗର୍ଲ କିଏ? ଦେଖନ୍ତୁ ଏହି ଭିଡିଓ

https://www.timesnownews.com/

ମୁମ୍ବାଇ,୧୬।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ହୋଇସାରିଛି। ଏହି ମାମଲାରେ ପ୍ରତିଦିନ ନୂଆ ନୂଆ ରହସ୍ୟ ଉପରୁ ପରଦା ଉଠୁଛି। ସୁଶାନ୍ତଙ୍କ ବାପା ଯେବେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେଭଳି ଅନ୍ୟପକ୍ଷେ ଏହି ମାମଲାର ଯାଞ୍ଚ ଦୁଇଟି କେନ୍ଦ୍ରୀୟ ଏଜେନ୍ସି ସେଣ୍ଟ୍ରାଲ ବ୍ୟୁରେ ଅଫ୍ ଇନଭେଷ୍ଟିଗେସନ୍(ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) କରୁଛି। ଏହା ଭିତରେ ଏକ ନ୍ୟୁଜ ଚ୍ୟାନେଲ ମିଷ୍ଟ୍ରି ଗର୍ଲକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି।

ଏକ ନ୍ୟୁଜ ଚ୍ୟାନେଲର ଏହି ଭିଡିଓ ଦେଖିବାକୁ ମିଳିଥିଲା, ଯେଉଁଥିରେ ସୁଶାନ୍ତଙ୍କ ମୃତ୍ୟୁ ପରେ ଜଣେ ବ୍ୟକ୍ତି ଓ ମିଷ୍ଟ୍ରୀଗର୍ଲ(ରହସ୍ୟମୟ ଯୁବତୀ)ଙ୍କୁ ଦେଖିବାକୁ ମିଳୁଛି। ଏହି ଭିଡିଓରେ କଳା ରଙ୍ଗର କପଡାରେ ଜଣେ ବ୍ୟକ୍ତି ସୁଶାନ୍ତଙ୍କ ମଢତଦେହ ପାଖରେ କଳା ରଙ୍ଗର ବ୍ୟାଗ୍ ଧରି ଠିଆ ହୋଇଛନ୍ତି। ସେ ପିଙ୍କ କଲର କ୍ୟାପ୍ ସହିତ ମାସ୍କ ଲଗାଇଛନ୍ତି। ଏହି ବ୍ୟକ୍ତିଜଣକ ବ୍ୟାଗ୍ ନେଇ ତଳକୁ ଓହ୍ଲାଇ ଯାଉଥିବାର ଦେଖିବାକୁ ମିଳୁଛି। ସୁଶାନ୍ତଙ୍କ ପରିବାରର ଓକିଲ ଏହାକୁ ସନ୍ଦିଗ୍ଧ ବୋଲି କହିଛନ୍ତି।

ଭିଡିଓରେ ବ୍ଲୁ ଓ ଧଳା ରଙ୍ଗର ଷ୍ଟ୍ରିପଡ୍ ସାର୍ଟ ପିନ୍ଧିଥିବା ଜଣେ ଝିଅକୁ ମୁମ୍ବାଇ ପୋଲିସ ଉପସ୍ଥିତିରେ ସୁଶାନ୍ତଙ୍କ ବିଲ୍ଡିଂରେ ପଶୁଥିବାର ଦେଖାଯାଇପାରେ। ଭିଡିଓ ଅନୁସାରେ, ଏହି ଝିଅଟି ସେହି ବ୍ୟକ୍ତିକୁ କିଛି କଥା କହୁଥିବାର ଦେଖିବାକୁ ମିଳୁଛି, କିନ୍ତୁ ଯେତେବେଳେ ସେହି ବ୍ୟକ୍ତି ଫେର ତା’ ହାତରେ ସେହି କଳାବ୍ୟାଗ୍ ଗାଏବ୍ ହୋଇଯାଇଥିବାର ଦେଖିବାକୁ ମିଳୁଛି।

ଅନ୍ୟପକ୍ଷେ ସୁଶାନ୍ତଙ୍କ ପରିବାରର ଓକିଲଙ୍କର କହିବା ଅନୁସାରେ, ଯଦି କୌଣସି ବ୍ୟକ୍ତି ଘରୁ କିଛି ନେଇ ଯାଉଥିଲେ ତେବେ ସେ ସନ୍ଦିଗ୍ଧ ଅଟନ୍ତି। ଯଦି ସେ କୌଣସି ଝିଅ ସହ କଥା ହେଉଛି ଓ ପରେ ଗାଏବ୍ ହୋଇଯାଉଛି ତେବେ ବହୁତ ସନ୍ଦିଗ୍ଧ ଅଟେ। ଝିଅଟିର ଜାଣିବାକୁ ଚେଷ୍ଟା କରିବା ଦରକାର।’ ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ କହିଛନ୍ତି, ସୁଶାନ୍ତ ସିଂ ରାଜପୁତଙ୍କ ଯେଉଁ ପୋଷ୍ଟମର୍ଟମ ରିପୋର୍ଟ ମୋତେ ଦେଖିବାକୁ ମିଳିଥିଲା ସେଥିରେ ଟାଇମ୍ ଅଫ୍ ଡେଥ୍ ନଥିଲା। ଟାଇମ୍ ଅଫ୍ ଡେଥ୍ ଗୁରୁତ୍ବପୂର୍ଣ୍ଣ, ଏଥିରୁ ତାହା ସ୍ପଷ୍ଟ ହୋଇପାରିବ ଯେ, ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଛି। ମୁମ୍ବାଇ ପୋଲିସକୁ ଓ କୁପର ହସ୍ପିଟାଲକୁ ଏହି ପ୍ରଶ୍ନର ଜବାବ୍ ଦେବାକୁ ହେବ। ଯେଉଁ ପର୍ଯ୍ୟନ୍ତ ସିବିଆଇ ଏହି ମାମଲାରେ ତଦନ୍ତ କରିବନି ମୋତେ ଲାଗୁଛି ସତ୍ୟତା ଜଣାପଡିବ ନାହିଁ।

ସମ୍ବନ୍ଧିତ ଖବର