PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ସାମନାକୁ ଆସିଲା ରିୟାଙ୍କ କଲ୍ ଡିଟେଲ୍ସ ମହେଶ ଭଟ୍ଟଙ୍କ ସହିତ ଏମାନଙ୍କ ସହ ହେଉଥିଲେ କଥା

https://www.amarujala.com/

ମୁମ୍ବାଇ,୭।୮: ବଲିଉଡ ଅଭିନେତ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ ମୋଡ  ସାମନାକୁ ଆସୁଛି। ଏହା ଭିତରେ ଏବେ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲକ୍ସ ମଧ୍ୟ ସାମନାକୁ ଆସିସାରିଛି, ଯେଉଁଥିରେ ଖୁଲାସା ହୋଇଛି ଯେ  ରିୟା ୮-୧୪ ଜୁନ୍ ଭିତରେ ମହେଶ ଭଟ୍ଟ, ସୁଶାନ୍ତଙ୍କ ବାପା କେକେ ସିଂ ଓ ସାଙ୍ଗ ସିର୍ଦ୍ଧାର୍ଥ ପିଠାନୀଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସେଭଳି ସୁଶାନ୍ତଙ୍କ ସହ ରିୟା ୧୩୭ ଥର ​‌କଥା ହୋଇଥିଲେ।

ଏକ ନ୍ୟୁଜ ଚ୍ୟାନେଲ ରିପୋର୍ଟ ଅନୁସାରେ, ରିୟା ଚକ୍ରବର୍ତ୍ତୀଙ୍କ ଗତ ଏକ ବର୍ଷର ​‌କଲ୍ ଡିଟେଲ୍ସରୁ ଖୁଲାସା ହୋଇଛି ଯେ, ସୁଶାନ୍ତଙ୍କ ବ୍ୟତୀତ ଶ୍ରୁତି ମୋଦିଙ୍କୁ ୮୦୮ ଥର କଲ୍ କରିଥିଲେ । ସେଭଳି ସାମୁଏଲ ମିରାଣ୍ଡଙ୍କୁ ୨୮୯ ଥର ଫୋନ୍ କରିଥିଲେ। ଏହା ସହିତ କଲ୍ ଡିଟେଲ୍ସରୁ ଜଣାପଡିଛି ଯେ, ରିୟା ଦୁଇଜଣ ମନୋଚିକିତ୍ସକଙ୍କ ସହିତ କଥା ହେଉଥିଲେ। ଏହା ସହିତ ମହେଶ ଭଟ୍ଟଙ୍କ ସହିତ ରିୟା ବହୁତ ଥର କଥା ହେଉଥିଲେ।

ରିୟାଙ୍କ ବାର୍ଷିକ କଲ୍ ରେକର୍ଡ ଅନୁସାରେ, ସେ ଇନ୍ଦ୍ରଜିତ ଚକ୍ରବର୍ତ୍ତୀ(ରିୟାଙ୍କ ବାପା)ଙ୍କୁ୧୧୨୨ ଥର ଫୋନ୍ କଲ୍ କରିଥିଲେ। ଏହାପରେ ଶୋଭିକ୍ ଚକ୍ରବର୍ତ୍ତୀ(ରିୟାଙ୍କ ଭାଇ) ୮୮୬ କଲ୍, ଶ୍ରୁତି ମୋଦି(ସୁଶାନ୍ତଙ୍କ ପୂର୍ବତନ ବିଜନେସ୍ ମ୍ୟାନେଜର ଓ ରିୟାଙ୍କ ମ୍ୟାନେଜର)ଙ୍କୁ ୮୦୮ କଲ୍। ସ୍ୟାଣ୍ଡି ଚକ୍ରବର୍ତ୍ତୀ- ୫୩୭  ଥର କଲ୍। ସାମୁଏଲ ମିରାଣ୍ଡ- ୨୮୯ ଥର କଲ୍, ସୁଶାନ୍ତ ସିଂ ରାଜପୁତ- ୧୩୭ଟି କଲ୍ ଓ ଦୁଇଟି ମେସେଜ୍ ଦେଇଥିଲେ। ସେଭଳି ମହେଶ ଭଟ୍ଟଙ୍କ ସହିତ ଫୋନରେ ୧୬ ଥର ଫୋନରେ କଲ୍ କରିଥିଲେ।