PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ସିବିଆଇ ଅଧିକାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବ ବିଏମ୍‌ସି, ଆଜି ଇଡି ଅଫିସରେ ପୁଣି ହାଜର ହେବେ ରିୟା

ମୁମ୍ବାଇ ୧୦/୦୯: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ନେଇସାରିଥିଲାବେଳେ ବ୍ରିହନ୍ନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ( ବିଏମସି) ଏଥିରେ ବାଧା ସୃଷ୍ଟି କରିବା ପାଇଁ ଏବେ ଏକ ନୂଆ ଉପାୟ ବାହାର କରିଛି । ବିଏମସି ପୂର୍ବରୁ ଯେପରି ବିହାର ଆଇପିଏସ ଅଧିକାରୀ ବିନୟ ତିୱାରୀଙ୍କୁ କ୍ୱାରେଣ୍ଟିନରେ ରଖିଥିଲା, ଏବେ ସିବିଆଇ ଅଧିକାରୀମାନଙ୍କୁ ବି ସେପରି କ୍ୱାରେଣ୍ଟିନରେ ରଖିବାକୁ ଯୋଜନା କରିଛି । ବିଏମସି ମେୟର କିଶୋରୀ ପେଡନେକର ଗଣମାଧ୍ୟମକୁ କହିଛନ୍ତି ଯେ ସିବିଆଇ ଅଧିକାରୀଙ୍କୁ ମୁମ୍ବାଇ ଆସିବା ପୂର୍ବରୁ ଏଠାକାର ପୁଲିସ ଠାରୁ ଆବଶ୍ୟକ ଅନୁମତି ନେବାକୁ ପଡିବ । ନଚେତସେମାନଙ୍କୁ ବି ବାଧ୍ୟତାମୂଳକ ଭାବେ ୧୪ ଦିନିଆ କ୍ୱାରେଣ୍ଟିନରେ ରଖାଯିବ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ସୁଶାନ୍ତ ସିଂ ମାମଲାର ଯାଞ୍ଚ ସିବିଆଇ କରିବ ବୋଲି ବିଜ୍ଞପ୍ତି ଜାରି କରିବା ପରେ ପରେ ବିଏମସି ଏକ ନୂଆ ନିର୍ଦ୍ଦେଶ ଜାରି କରି ଅନ୍ୟ ରାଜ୍ୟମାନଙ୍କରୁ ମୁମ୍ବାଇକୁ ଆସୁଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡିବ ବୋଲି ପ୍ରକାଶ କରିଥିଲା ।

ସିବିଆଇ ଏପର୍ଯ୍ୟନ୍ତ ମାମଲା ହାତକୁ ନେଇନାହିଁ: ଦେଶମୁଖ

ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି ଯେ ସିବିଆଇ ଏପର୍ଯ୍ୟନ୍ତ ସୁଶାନ୍ତ ସିଂ ମାମଲାର ତଦନ୍ତ ଦାୟିତ୍ୱ ହାତକୁ ନେଇନାହିଁ । ଏହି ମାମଲାର ଯାଞ୍ଚ ସିବିଆଇ କରିବ କି ନାହିଁ, ସେସମ୍ପର୍କରେ ସୁପ୍ରିମକୋର୍ଟ ଚଳିତ ମାସ ୧୧ ତାରିଖରେ ଶୁଣାଣି କରିବେ । ମୁମ୍ବାଇ ପୁଲିସ ଏହି ଘଟଣାର ଠିକ୍‌ ଭାବେ ଯାଞ୍ଚ କରୁଛି । ତେଣୁ ସିବିଆଇକୁ ଏହା ହସ୍ତାନ୍ତର କରିବାର କିଛି ଆବଶ୍ୟକତା ନାହିଁ । ରବିବାର ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଦେଶମୁଖ ଏହା ପ୍ରକାଶ କରିଛନ୍ତି ।

ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସିଂଘଭି ମାମଲା ଲଢ଼ିବେ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମ୍ପର୍କିତ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କେସ ପରିଚାଳନା କରିବେ । ମହାରାଷ୍ଟ୍ର ସରକାର ଏପର୍ଯ୍ୟନ୍ତ ଉକ୍ତ ମାମଲାର ତଦନ୍ତରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସୁପ୍ରିମକୋର୍ଟରେଏକ ରିପୋର୍ଟ ଦାଖଲ କରିବା ସହିତ ଏହାର ସିବିଆଇ ତଦନ୍ତ ଦାବିକୁ ବିରୋଧ କରିଛନ୍ତି । ରାଜ୍ୟ ସରକାର ଯୁକ୍ତି ବାଢିଛନ୍ତି ଯେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ତାଙ୍କ ପରିବାର ଲୋକଙ୍କର ପୂର୍ବରୁ କୌଣସି ପ୍ରକାର ସନ୍ଦେହ ନଥିଲା । ମାତ୍ର ପରେ ସେମାନେ ଏହାକୁ ନେଇ ବିଭିନ୍ନ ଅଭିଯୋଗ ଆଣୁଛନ୍ତି ।

ବିଜୟ ମାଲ୍ୟା ମାମଲାର ଯାଞ୍ଚ କରିଥିବା ସିବିଆଇ ଅଧିକାରୀଙ୍କୁ ଦାୟିତ୍ୱ

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ତଦନ୍ତ ଦାୟିତ୍ୱ ସିବିଆଇ ଏସପି ନୁପୂର ପ୍ରସାଦଙ୍କ ନେତୃତ୍ୱାଧୀନ ଏକ ଟିମ୍‌ ଉପରେ ନ୍ୟସ୍ତ କରାଯାଇଛି । ଡିଆଇଜି ଗଗନଦୀପ ଗମ୍ଭୀର ଏବଂ ଯୁଗ୍ମ ନିର୍ଦ୍ଦେଶକ ମନୋଜ ଶଶୀଧର ଏହି ତଦନ୍ତର ତତ୍ତ୍ୱାବଧାନ କରିବେ । ଏହି ଦୁଇ ବରିଷ୍ଠ ଅଧିକାରୀ ଗୁଜରାଟ କ୍ୟାଡରର ଅଟନ୍ତି । ତାହାଛଡା ସେମାନେ ପୂର୍ବରୁ ବିଜୟ ମାଲ୍ୟା ଠକେଇ ମାମଲାର ତଦନ୍ତ ସହିତ ବି ସଂପୃକ୍ତ ଥିଲେ । ବିହାର ସରକାରଙ୍କ ଦ୍ୱାରା ଏହି ମାମଲାର ତଦନ୍ତ ପାଇଁ ପୂର୍ବରୁ ମୁମ୍ବାଇ ପଠାଯାଇଥିବା ଆଇପିଏସ୍‌ ଅଧିକାରୀ ବିନୟ ତିୱାରୀ ଡେପୁଟେସନରେ ସିବିଆଇକୁ ଆସିବା ସହ ଉକ୍ତ ମାମଲାର ତଦନ୍ତରେ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି ।

ଆଜି ପୁଣି ହାଜର ହେବେ ରିୟା

ଏହି ମାମଲାରେ ବିବାଦୀୟ ହୋଇ ପଡିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଥରେ ଜେରା କରିସାରିଥିଲାବେଳେ ସୋମବାର ପୁଣି ଥରେ ଜେରା କରିବାର ସମ୍ଭାବନା ରହିଛି । ତାଙ୍କୁ ସୋମବାର ଇଡି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଶନିବାର ରିୟାଙ୍କ ଭାଇ ସୌଭିକଙ୍କୁ ଇଡି ଅଫିସରେ ୧୮ ଘଣ୍ଟା ଯାଏଁ ଜେରା କରାଯାଇଥିଲା । ରବିବାର ସକାଳ ୬ଟା ୪୦ରେ ସେ ଇଡି ଅଫିସରୁ ବାହାରିଥିଲେ। ଇଡ଼ି ଅଧିକାରୀମାନେ ଇତିମଧ୍ୟରେ ରିୟା ଏବଂ ତାଙ୍କ ବାପାଙ୍କ ଫୋନରୁ କିଛି ତଥ୍ୟ ଓ ପ୍ରମାଣ ସଂଗ୍ରହ କରିଛନ୍ତି ।

ଇଡି ସୂତ୍ରରୁ ଜଣାପଡିଛି କି ରିୟା ଓ ତାଙ୍କ ଭାଇଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଗତ କିଛି ବର୍ଷ ଭିତରେ କରାଯାଇଥିବା ନିବେଶ ସମ୍ପର୍କରେ ପ୍ରଶ୍ନ କରାଯାଉଛି । ସୁଶାନ୍ତଙ୍କ ଠାରୁ ନେଇଥିବା ଅର୍ଥରେ କଂପାନି ପ୍ରତିଷ୍ଠା କରି ରିୟା ସେଥିରେ ନିଜ ଭାଇଙ୍କୁ ନିର୍ଦ୍ଦେଶକ ପଦବିରେ ଅବସ୍ଥାପିତ କରାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ସେହିପରି ସୁଶାନ୍ତଙ୍କ ଆକାଉଣ୍ଟରୁ ରିୟା ୧୫ କୋଟି ଟଙ୍କା ନେଇଥିବାର ବି ଅଭିଯୋଗ ହୋଇଛି । ଇଡି ଏସବୁ ଅଭିଯୋଗର ଯାଞ୍ଚ କରୁଛି । ରିୟାଙ୍କର ଗୋଟିଏ କଂପାନି ପ୍ରତିଷ୍ଠା କରାଯିବାର କିଛି ମାସ ପରେ ଉଭାନ ହୋଇଯିବା ସମ୍ପର୍କରେ ବି ସେମାନଙ୍କୁ ପ୍ରଶ୍ନ କରାଯାଉଛି ।

ସମ୍ବନ୍ଧିତ ଖବର